ବର୍ତ୍ତମାନ ସମୟରେ ମଧୁମେହ ବା ଡାଇବେଟିସ ଏକ ମହାମାରୀ ଭଳି ମାଡ଼ିଚାଲିଛି। ଏହା ଏକ ସଂକ୍ରାମକ ରୋଗ ନୁହେଁ। ତଥାପି ଏବେ ଘରେ ଘରେ ମଧୁମେହ ରୋଗୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଲୋକଙ୍କୁ ମଧୁମେହ ରୋଗ ବାବଦରେ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖ ଅର୍ଥାତ ଆଜିର ଦିନକୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ କରାଯାଉଛି। ତେବେ କେମିତି ଜାଣିବା ଯେ ଜଣଙ୍କୁ ଡାଇବେଟିସ ହୋଇଛି ? କଣ ଏହାର ଲକ୍ଷଣ ? କି ପ୍ରତିକାର ରହିଛି ? ଏନେଇ AIIMS ଭୁବନେଶ୍ଵରର ଏଣ୍ଡୋକ୍ରାଇନୋଲଜି ବିଭାଗ ମୁଖ୍ୟ ଡାକ୍ତର କିଶୋର କୁମାର ବେହେରାଙ୍କ ପ୍ରତିକ୍ରିୟା ଶୁଣନ୍ତୁ ।