Advertisment

ବିଶ୍ବରେ ନମ୍ବର ୱାନ୍ କିଲର୍ ପାଲଟିଛି ହୃଦରୋଗ; କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ?

ଏହି ରୋଗ ଏବେ କେବଳ ବୟସ୍କଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ, ବରଂ ଅଧିକରୁ ଅଧିକ ଯୁବକ ଏହାର ଶିକାର ହେଉଛନ୍ତି। ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟାୟାମ ନକରିବା ଯୋଗୁଁ ପ୍ରତିବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ?

ଅଦ୍ୟତନ ହୋଇଛି
Heart attack

Heart attack

Advertisment

ହାର୍ଟ ଆଟାକ୍, ହାର୍ଟ ଫେଲ୍ୟୁର, ହାର୍ଟ ଷ୍ଟ୍ରୋକ୍। ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଏହି ତିନି ହୃଦରୋଗ ବିଶ୍ବର ନମ୍ବର ୱାନ୍ କିଲର। ଉଦବେଗର କଥା ହେଲା, ଏହି ରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ। ପୂର୍ବରୁ ସାଧାରଣତଃ ୫୦ ଟପିବା ପରେ ହୃଦରୋଗ ହେଉଥିବା ବେଳେ, ଏବେ ୩୫-୪୦ ବର୍ଷରେ ବି ଅନେକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟାୟାମ ନକରିବା ଯୋଗୁଁ ପ୍ରତିବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ?

Advertisment

ଆଜି ବିଶ୍ବ ହୃଦୟ ଦିବସ ଅବସରରେ ହୃଦରୋଗ ବିଶେଷଜ୍ଞ କହିଛନ୍ତି, ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତ ସମେତ ଏସୀୟ ରାଷ୍ଟ୍ରଗୁଡ଼ିକରେ ୧୦-୧୨ ବର୍ଷ ପୂର୍ବରୁ ହୃଦରୋଗର ଶିକାର ହେଉଛନ୍ତି। ସେହିପରି ବିଶ୍ବରେ ଯେଉଁଠି ହୃଦରୋଗ ଯୋଗୁ ପ୍ରତି ଲକ୍ଷେ ଲୋକରୁ ହାରାହାରି ୨୩୩ ଜଣଙ୍କ ମୃତ୍ୟୁ ହେଉଛି, ସେଇଠି ଆମ ଦେଶରେ ଏହି ସଂଖ୍ୟା ୨୮୨ । ତେବେ କ’ଣ ଏହାର କାରଣ ? ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଛନ୍ତି, ପରିବର୍ତ୍ତିତ ଜୀବନ ଶୈଳୀ, ଚାପଗ୍ରସ୍ତ ଜୀବନ ଏହାର ସବୁଠାରୁ ବଡ଼ କାରଣ। ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ବି ହୃଦରୋଗର ବାହକ ପାଲଟୁଛନ୍ତି। ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଶିକ୍ଷିତ ବର୍ଗ ବି ଶାରୀରିକ ବ୍ୟାୟାମ ନିୟମାବଳିକୁ ଅନୁସରଣ କରୁନାହାନ୍ତି। ସଚେତନତା ଅଭାବରୁ ହୃଦରୋଗ ବଢ଼ିଚାଲିଛି ବୋଲି ସେ କହିଛନ୍ତି।

ହୃତପିଣ୍ଡକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳନ ହେଉଛି ବିଶ୍ବ ହୃଦୟ ଦିବସ । ଚଳିତ ବର୍ଷର ଥିମ୍ ରହିଛି, ‘ୟୁଜ୍ ହାର୍ଟ ଫର୍ ଆକ୍ସନ’। ଆସନ୍ତୁ ଜାଣିବା କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ? ହୃଦରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜୀବନଶୈଳୀରେ ୪ଟି ପରିବର୍ତ୍ତନ ଆମମାନଙ୍କୁ ହୃଦରୋଗ ହେବାରୁ ରକ୍ଷା କରିପାରିବ। ଫଳ ଓ ପରିବା ମିଶା ସନ୍ତୁଳିତ ଆହାର ଖାଆନ୍ତୁ । ପ୍ରତିଦିନ ରାତିରେ ଅତିକମ୍‌ରେ ୬-୭ ଘଣ୍ଟା ଶୁଅନ୍ତୁ। ସପ୍ତାହରେ ଅତିକମରେ ୧୫୦ ମିନିଟ୍ ଚାଲନ୍ତୁ। ଧୂମପାନ ଓ ମଦ୍ୟପାନକୁ ଛାଡ଼ନ୍ତୁ।  

Advertisment
Odisha Heart Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe