Advertisment

ଛୋଟ ପିଲାଙ୍କର କିଡନୀ ସମସ୍ୟା ଥିଲେ ଦେଖାଯାଏ ଏହି ସବୁ ଲକ୍ଷଣ

କିଡନୀ ରୋଗ ହୋଇଥିଲେ ପିଲାମାନଙ୍କ କ୍ଷେତ୍ରରେ କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟୁଛି। ଯେଉଁ ରୋଗ ବୃଦ୍ଧାବସ୍ଥାରେ ହେଉଥିଲା ତାହା ଏବଂ କିଶୋର କିମ୍ବା ଯୁବପିଢିଙ୍କୁ ଗ୍ରାସ କରୁଛି। ସେଥିମଧ୍ୟରୁ କିଡନୀ ସମସ୍ୟା ସାଧାରଣ ହୋଇଗଲାଣି।

Advertisment

ଏଥିପାଇଁ କିଡନୀ ସ୍ୱାସ୍ଥ୍ୟ ବାବଦରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ଅବସରରେ କିଡନୀ ରୋଗ ହୋଇଥିଲେ ପିଲାମାନଙ୍କ କ୍ଷେତ୍ରରେ କି କି ଲକ୍ଷଣ ଦେଖାଯାଏ, ଜାଣନ୍ତୁ...  

ପିଲାମାନଙ୍କରେ କିଡନୀ ରୋଗର ପ୍ରାରମ୍ଭିକ ଲକ୍ଷଣ ବିଭିନ୍ନ ପ୍ରକାର ହୋଇପାରେ, ଯେପରିକି ପରିସ୍ରାରେ ପରିବର୍ତ୍ତନ, ବାରମ୍ବାର ପରିସ୍ରା ଲାଗିବା। କମ୍ ପରିସ୍ରା ହେବା କିମ୍ବା ପରିସ୍ରାରେ ରକ୍ତ ପଡିବା। ବିଶେଷତଃ ହାତ, ଗୋଡ କିମ୍ବା ମୁହଁରେ ଫୁଲା ଦେଖାଯିବା।

Advertisment

ଏହା ବ୍ୟତୀତ ଦୁର୍ବଳତା, ଥକାପଣ ଏବଂ ଅଭିବୃଦ୍ଧିର (Groth) ଅଭାବ ମଧ୍ୟ କିଡନୀ ରୋଗର ଗମ୍ଭୀର ଲକ୍ଷଣ ହୋଇପାରେ। ଯଦି ପିଲାମାନଙ୍କର ଅସ୍ଥି ଏବଂ ଗଣ୍ଠି ଯନ୍ତ୍ରଣା କିମ୍ବା ରକ୍ତହୀନତା, ବାନ୍ତି ଏବଂ ଭୋକ ହେଉ ନାହିଁ ତେବେ ତୁରନ୍ତ ଶିଶୁ ରୋଗ ବିଶେଷଜ୍ଞ କିମ୍ବା ଚାଇଲ୍ଡ ନେଫ୍ରୋଲୋଜିଷ୍ଟଙ୍କୁ ଜଣାନ୍ତୁ।

ସଠିକ୍ ସମୟରେ ରୋଗ ଲକ୍ଷଣ ଚିହ୍ନଟ ହୋଇପାରିଲେ ଚିକିତ୍ସା ସହଜ ହୋଇପାରିବ। ଏଥିପାଇଁ ପ୍ରଥମେ ରୋଗର ଲକ୍ଷଣ ବାବଦରେ ଅବଗତ ହେବା ଜରୁରୀ। ସଚେତନ ରହିଲେ ରୋଗକୁ ଅନେକାଂଶରେ ପ୍ରତିହତ କରାଯାଇ ପାରିବ। 

World Kidney Day Health Tips Kidney Health Kidney Disease Symptoms