Advertisment

କିପରି ନେବେ କିଡନୀର ଯତ୍ନ

ଉଭୟ କିଡନୀ ୬୦ ପ୍ରତିଶତ କ୍ଷତି ହେବା ପରେ ରୋଗର ଲକ୍ଷଣ ଦେଖାଯାଏ, ସେତବେଳକୁ ସମସ୍ୟା ଗୁରୁତର ହୋଇଯାଇଥାଏ।

ଅଦ୍ୟତନ ହୋଇଛି
Doctor

Doctor

Advertisment

ତଥ୍ୟ ଅନୁସାରେ, ଭାରତରେ ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ଲୋକ କିଡନୀ ସମ୍ବନ୍ଧୀୟ ରୋଗର ଶିକାର ହୁଅନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ନହେବା। ଉଭୟ କିଡନୀ ୬୦ ପ୍ରତିଶତ କ୍ଷତି ହେବା ପରେ ରୋଗର ଲକ୍ଷଣ ଦେଖାଯାଏ, ସେତବେଳକୁ ସମସ୍ୟା ଗୁରୁତର ହୋଇଯାଇଥାଏ।

Advertisment

କିଡନୀ ରୋଗର ଲକ୍ଷଣ 
ଯେତେବେଳେ କିଡନୀ ରୋଗ ହୁଏ, ଶରୀରରେ ବିଷାକ୍ତ ପଦାର୍ଥ ବଢିବାକୁ ଲାଗେ। କାରଣ କିଡନୀ ବିଷାକ୍ତ ପଦାର୍ଥକୁ ଫିଲ୍ଟର୍ କରି ମୂତ୍ର ଆକାରରେ ନିଷ୍କାସିତ କରିଥାଏ। ଯେତେବେଳେ ଏହା ସଠିକ୍ କାର୍ଯ୍ୟ କରିବା ବନ୍ଦ କରିଦିଏ ସେତେବେଳେ ବିଭିନ୍ନ ଲକ୍ଷଣ ଦେଖାଦିଏ। ସେଗୁଡିକ ଲକ୍ଷଣ ହେଉଛି...

  • ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବୃଦ୍ଧି।
  • ବାରମ୍ବାର ପରିସ୍ରା ଲାଗିବା।
  • ମୂତ୍ରରେ ରକ୍ତ ପଡିବା।
  •  ଆଣ୍ଠୁ, ପାଦ ଏବଂ ଆଙ୍ଗୁଠିରେ ଫୁଲା ଦେଖାଯିବା।
  • ଖାଇବାକୁ ଇଚ୍ଛା ନହେବା। 
  • ମାଂସପେଶୀରେ ଯନ୍ତ୍ରଣା।
Advertisment

କିଡନୀ ରୋଗ ରୋକିବେ କିପରି

  • କିଡନୀ ରୋଗରୁ ନିଜକୁ ରକ୍ଷା କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଧ୍ୟାନରେ ରଖାଯାଇପାରେ। ଉଦାହରଣ ସ୍ୱରୂପ, ଦିନସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ଫଳରେ କିଡନୀ କାର୍ଯ୍ୟରେ ଉନ୍ନତି ଆସିଥାଏ।
  • ଅଧିକ ପରିମାଣର ପ୍ରୋଟିନ୍ ସପ୍ଲିମେଣ୍ଟ ଗ୍ରହଣ କରନ୍ତୁ ନାହିଁ।
  • ପ୍ରତିଦିନ ପେନକିଲର୍ ସେବନ କିଡନୀ ଉପରେ କୁପ୍ରଭାବ ପକାଇପାରେ।
  • ଧୂମପାନଠୁ ଦୂରେଇ ରୁହନ୍ତୁ।
  • ଯଦି କିଡନୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

World Kidney Day Health Tips Kidney Disease Kidney Disease Symptoms
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe