Advertisment

ମହିଳାଙ୍କ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ପାଇଁ ଫ୍ରିଜ୍ ଦାୟୀ!

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବା UTI ସଂକ୍ରମଣ ପାଇଁ ଫ୍ରିଜ୍ ଦାୟୀ ହୋଇପାରେ।

author-image
Debibandita Barick
ଅଦ୍ୟତନ ହୋଇଛି
Woman searching fridge

Woman searching fridge

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବା UTI ସଂକ୍ରମଣ ମହିଳାମାନଙ୍କର ଆଉ ଏକ ସ୍ୱାସ୍ଥ୍ୟ ସମସ୍ୟା। ପ୍ରାୟ ୬୦ ପ୍ରତିଶତ ମହିଳା ସେମାନଙ୍କ ଜୀବନକାଳ ମଧ୍ୟରେ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ୟୁଟିଆଇ ଇନଫେକ୍ସନ ଖୁବ୍ ଅସହଜ ଏବଂ ଯନ୍ତ୍ରଣାଦାୟକ ହୋଇପାରେ। ଯଦି ଆପଣ ବାରମ୍ବାର ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହାର କାରଣ ଆପଣଙ୍କ ଫ୍ରିଜ୍ ହୋଇପାରେ!

Advertisment

ଫ୍ରିଜର ଅର୍ଥ, ଫ୍ରିଜରେ ରହୁଥିବା ଖାଦ୍ୟ। ଫ୍ରିଜରେ ଥିବା ସବୁ ଖାଦ୍ୟ ନୁହେଁ, ବରଂ ପ୍ରଦୂଷିତ ମାଂସ। ପ୍ରଦୂଷିତ ମାଂସରେ ଥିବା ଇଶ୍ଚେରିଆ କୋଲି ବା ଇ କୋଲି ବ୍ୟାକ୍ଟେରିଆ କାରଣରୁ ବାରମ୍ବାର ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହୋଇପାରେ। ଆମେରିକାରେ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି।

୨୦୨୩ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆମେରିକାରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ମହିଳାଙ୍କ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ପାଇଁ ଇ କୋଲି-ଦୂଷିତ ମାଂସ ଦାୟୀ। ସଂକ୍ରମଣର ଅନ୍ୟାନ୍ୟ କାରଣ ଥିଲେ ମଧ୍ୟ ଏହା ପ୍ରମୁଖ କାରଣ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ସବୁଠୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି, ଷ୍ଟୋରରେ ବିକ୍ରି ହେଉଥିବା ୩୦ରୁ ୭୦ ପ୍ରତିଶତ ମାଂସ ଦ୍ରବ୍ୟରେ ଇ କୋଲି ଥିବା ଜଣାପଡିଛି। ତେବେ UTI ସଂକ୍ରମଣ କଣ ଏବଂ ଏହା କାହିଁକି ହୁଏ, ଜାଣନ୍ତୁ...

Advertisment

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ କଣ?
ରିପୋର୍ଟ ଅନୁସାରେ, ୧୯୯୦ରୁ ୨୦୧୯ ମଧ୍ୟରେ UTI ସଂକ୍ରମଣ ପ୍ରାୟ ୭୦% ବୃଦ୍ଧି ପାଇଛି। ଏହି ସଂକ୍ରମଣ ମୂତ୍ରାଶୟର ଯେକୌଣସି ଅଂଶରେ ହୋଇପାରେ, ଯେଉଁଥିରେ କିଡନୀ, ବ୍ଲାଡର, ୟୁରେଟର ଏବଂ ୟୁରୀଥ୍ରା ଅନ୍ତର୍ଭୁକ୍ତ। ଅଧିକାଂଶ UTI ନିମ୍ନ ମୂତ୍ରାଶୟକୁ ପ୍ରଭାବିତ କରେ, ତାହା ହେଉଛି ବ୍ଲାଡର ଏବଂ ୟୁରୀଥ୍ରା। କିନ୍ତୁ କିଡନୀକୁ ସଂକ୍ରମିତ ହୋଇଗଲା, ଏହା ସବୁଠୁ ବିପଜ୍ଜନକ ହୋଇଯାଏ।  

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନର କାରଣ କଣ?
ୟୁରୀଥ୍ରା ଦେଇ ଯେତେବେଳେ ବ୍ୟାକ୍ଟେରିଆ ୟୁରିନାରୀ ଟ୍ରାକ୍ଟକୁ ପ୍ରବେଶ କରେ, ସେତେବେଳେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହୋଇଥାଏ। ଏଥିପାଇଁ ସାଧାରଣତଃ ଇଶ୍ଚେରିଆ କୋଲି ବ୍ୟାକ୍ଟେରିଆ ଦାୟୀ। ସ୍ୱଚ୍ଛତାର ଅଭାବ, ଅସୁରକ୍ଷିତ ଯୌନ ସମ୍ପର୍କ ଏବଂ କେତେକ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଏହି ସଂକ୍ରମଣ ହୋଇପାରେ। ତେଣୁ ଏକ ସୁସ୍ଥ ଜୀବନ ପାଇଁ ଏସବୁ ପ୍ରତି ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। 

Health News Urinary Tract Infection UTI Infection Health Research