ମଶା କାମୁଡ଼ିବା ଯୋଗୁ ବ୍ୟାପୁଥିବା ଜିକା ଭାଇରାସ ପାଇଁ ଭାରତରେ ଜାରି ହୋଇଛି ଆଲର୍ଟ। ପ୍ରଥମଥର ୧୯୪୭ରେ ଉଗାଣ୍ଡରେ ଏହି ଭାଇରସ ଠାବ ହୋଇଥିଲା।
ଏବେ ଭାରତରେ ଏହା ଚିନ୍ତାର କାରଣ ପାଲଟିଛି। ଜିକା ଭାଇରସ ମୂଳତଃ ଏଡେସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ବିଶେଷ କରି ଏଡେସ୍ Aegypti ଓ ଏଡେସ୍ albopictus କାମୁଡ଼ିବା ଦ୍ୱାରା ରୋଗ ବ୍ୟାପିଥାଏ। ଏହି ପ୍ରଜାତିର ମଶା ସାଧାରଣତଃ ଦିନ ବେଳା ଦେଖାଯାଆନ୍ତି। ସେହିପରି ଆଉ ଜଣଙ୍କ ପାଖରୁ ଅତି ସହଜରେ ଅନ୍ୟକୁ ସଂକ୍ରମିତ କରିଥାଏ।
ମଶା କାମୁଡ଼ିବା ବ୍ୟତୀତ ଶାରୀରିକ ସମ୍ପର୍କ, ରକ୍ତ ଟ୍ରାନ୍ସଫ୍ୟୁଜନ ଓ ଗର୍ଭବତୀ ଏବଂ ପ୍ରସବ ବେଳେ ମା’ଠାରୁ ପିଲାକୁ ଜିକା ଭାଇରସ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରଂଛି।
ଦେଶରେ ଏବେ ଜିକା ଭାଇରାସର ଆତଙ୍କ ଦେଖାଯାଇଛି। ତେବେ ଏହି ଭାଇରସ ଶରୀରରେ ପ୍ରବେଶ କରିବା ପରେ କ’ଣ ସବୁ ହୋଇଥାଏ ଓ ଏହା ଶରୀରର କେଉଁ ସବୁ ଅଙ୍ଗପ୍ରତ୍ୟେଙ୍ଗକୁ ଆଟାକ କରିଥାଏ?
କେମିତି ଭାଇରସ ଶରୀରରେ ପ୍ରବେଶ କରେ?
ଜିକା ଭାଇରାସ ସାଧାରଣତଃ ସଂକ୍ରମିତ ଏଡେସ ମଶା କାମୁଡ଼ା ଦ୍ୱାରା ଶରୀରରେ ପ୍ରବେଶ କରିଥାଏ। ଏହା ତୁରନ୍ତ ରକ୍ତରେ ମିଶିବା ପରେ ଏହା ଦୁଇ ଗୁଣ ଶକ୍ତି ପାଇଯାଏ। ଏହାପରେ ଜିକା ଭାଇରସ ବିଭିନ୍ନ ସେଲ୍କୁ ଟାର୍ଗେଟ କରେ। ଶରୀରରେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାଏ କରାଏ। ଏଥିଯୋଗୁ ଶରୀରରେ ଭାଇରାଲ ଉପାଦାନ ସବୁ ତୁରନ୍ତ ସୃଷ୍ଟି ହୋଇଥାଏ।
ଶରୀରରେ ଥିବା ରୋଗ ପ୍ରତିରୋଧକ ବ୍ୟବସ୍ଥା ପ୍ରଥମେ ଜିକା ଭାଇରସକୁ ଚିହ୍ନଟ କରେ ଓ ସଂକ୍ରମଣ ବିରୋଧରେ ଲଢ଼େ। ଗୋଟିଏ ସମୟ ଯାଏ ଇମ୍ୟୁନ ସେଲ ଭାଇରସ ସହ ଲଢ଼େଇ କରି ଏହାକୁ ଶରୀରରୁ ବାହାର କରିବାକୁ ଚେଷ୍ଟା କରିଥାଏ। ତେବେ ଅନେକ ସମୟରେ ଏହା ରୋଗପ୍ରତିରୋଧକ ବ୍ୟବସ୍ଥାକୁ ମାତ ଦେଇ ଦୀର୍ଘକାଳୀନ ସଂକ୍ରମଣର କାରଣ ପାଲଟି ଯାଏ।
କେଉଁ ସବୁ ଅଙ୍ଗପ୍ରତ୍ୟେଙ୍ଗକୁ ପ୍ରଭାବିତ କରେ ଜିକା ଭାଇରସ
ଜିକା ଭାଇରସ ଶରୀର ଭିତରେ ପ୍ରବେଶ କରିବା ମାତ୍ରେ ଦ୍ରୁତଗତିରେ ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ଟାର୍ଗେଟ କରିଥାଏ। ଏହା ଗୁରୁତର ଅସୁସ୍ଥ କରିବା ସହ ବେଳେବେଳେ ଜୀବନ ପ୍ରତି ବିପଦ ମଧ୍ୟ ଟାଣି ଆଣେ। ତେଣୁ ଜିକା ଭାଇରସ କେଉଁ ଅଙ୍ଗକୁ ଆଟାକ କରୁଛି, ତାହା ଜାଣିପାରିଲେ ଶୀଘ୍ର ଆରୋଗ୍ୟ ମିଳିପାରିବ।
ମସ୍ତିଷ୍କ: ଜିକା ଭାଇରସ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ବିଶେଷ କରି ଗର୍ଭସ୍ଥ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିଥାଏ। ଯେତେବେଳେ ଗର୍ଭବତୀ ଏହି ଭାଇରସରେ ସଂକ୍ରମିତ ହୁଅନ୍ତି ସେତେବେଳେ ଗର୍ଭସ୍ଥ ଶିଶୁଙ୍କ ଉପରେ ଏହାର ପ୍ରଭାବ ପଡ଼େ।
ଗର୍ଭସ୍ଥ ଶିଶୁର ମୁଣ୍ଡ ସାଧାରଣ ପିଲାଙ୍କ ଅପେକ୍ଷା ଛୋଟ ହୋଇଯାଏ। ତେଣୁ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢ଼ିଥାଏ। ଜିକା ଭାଇରସ ପ୍ଲେସେଣ୍ଟା ଅତିକ୍ରମ କରି ଶିଶୁର ବିକାଶଶୀଳ ମସ୍ତିଷ୍କକୁ ସିଧାସଳଖ କ୍ଷତି ପହଞ୍ଚାଇପାରେ।
ଆଖି: ଜିକା ଭାଇରସ କେବଳ ମସ୍ତିଷ୍କକୁ ଟାର୍ଗେଟ କରେ ନାହିଁ, ବରଂ ଏହା ଆଖିକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଏହା ୟୁଭାଇଟିସ୍ ସୃଷ୍ଟି କରିପାରେ, ଯାହା ଆଖି ଭିତରେ ଯନ୍ତ୍ରଣା, ଆଖିକୁ ନାଲି ପକାଇବା ଓ ଦୃଷ୍ଟି ଶକ୍ତି ସମସ୍ୟା ସୃଷ୍ଟି କରିଥାଏ। ଏହି ଅବସ୍ଥା ସଂକ୍ରମିତ ଲୋକଙ୍କ ଦୈନନ୍ଦିନ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ।
ହୃଦୟ ବା ହାର୍ଟ: ଜିକା ଭାଇରସ ଦ୍ୱାରା ହାର୍ଟ ମଧ୍ୟ ପ୍ରଭାବିତ ହୋଇପାରେ, ଯାହା ମାୟୋକାର୍ଡାଇଟିସ୍ ବା ହାର୍ଟ ମାଂସପେଶୀରେ ସମସ୍ୟା ସୃଷ୍ଟି କରିପାରେ। ଏହା ହାର୍ଟକୁ ଦୁର୍ବଳ କରିପାରେ। ଫଳରେ ଛାତିରେ ଯନ୍ତ୍ରଣା, ଥକାପଣ ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ସୃଷ୍ଟି କରିଥାଏ। ଗମ୍ଭୀର ପରିସ୍ଥିତିରେ ଜିକା ଭାଇରସ ଦ୍ୱାରା ହୃଦଘାତ ମଧ୍ୟ ହୋଇପାରେ।
ଲିଭର ବା ଯକୃତ: ଜିକା ଭାଇରସ ଲିଭର ବା ଯକୃତକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। କେତେକ କ୍ଷେତ୍ରରେ ଏହା ହେପାଟାଇଟିସ୍ ସୃଷ୍ଟି କରିଥାଏ। ଯଦିଓ ଏହାର ସଠିକ୍ କାରଣ ଅନୁସନ୍ଧାନ କରାଯାଉଛି ତଥାପି ଜିକା ଭାଇରସ ରୋଗୀଙ୍କ ଯକୃତରେ ସମସ୍ୟା ଦେଖାଯାଏ।
କିଡନୀ: ମସ୍ତିଷ୍କ, ଆଖି, ହାର୍ଟ ଓ ଲିଭର ବ୍ୟତୀତ ଜିକା ଭାଇରସ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଏହା କିଡନୀର କାମକୁ ଦୁର୍ବଳ କରିଦିଏ, ଫଳରେ କିଡନୀ ରକ୍ତରୁ ବର୍ଜ୍ୟବସ୍ତୁକୁ ଅଲଗା କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଜିକା ଭାଇରସ ଦ୍ୱାରା ଶରୀର ଗଭୀର ଭାବେ ପ୍ରଭାବିତ ହେଲେ, ଏହା କିଡ୍ନୀକୁ ଆଟାକ କରେ।
ଜିକା ଭାଇରସ ସଂକ୍ରମଣର ଲକ୍ଷଣ
୧- ଶରୀରରେ ଯନ୍ତ୍ରଣା ହେବା ସହିତ ଜ୍ୱର
୨- ଚର୍ମରେ ବିଭିନ୍ନ ଦାଗ ସୃଷ୍ଟି ହେବା ନାଲି ପଡ଼ିଯିବା
୩: ଆଣ୍ଠୁ ଗଣ୍ଠି ଯନ୍ତ୍ରଣା
୪- ସବୁବେଳେ ଆଖି ନାଲି ପଡ଼ିବା