ଆଖିର ଲୁହକୁ ଓଠରେ ପିଇ ଏଠି ୧୪ ବର୍ଷର ଝିଅ ସାଜିଛି ମା' ! ଜୀବନ ବଂଚିବା ଅସହ୍ୟ ହୋଇପଡିବା ପରେ ପରପୁରୁଷ ହାତ ଧରି ଚାଲିଯାଇଥିବା ମା'କୁ ମନେ ମନେ ପ୍ରଶ୍ନ କରୁଛି ଯଦି ଏମିତି କରିବାର ଥିଲା ତା'ହେଲେ ଜନ୍ମ ଦେଉଥିଲୁ କାହିଁକି ? ପରଲୋକକୁ ଚାଲିଯାଇଥିବା ବାପାଙ୍କୁ ପଚାରୁଛି ଯଦି ହାତ ଛାଡିବାର ଥିଲା ଆମକୁ ଦୁନିଆକୁ ଆଣୁଥିଲ କାହିଁକି ? ଦିନେ ଯେଉଁ ଘର ହସଖୁସିରେ ଚାଲିଥିଲା ଆଜି ସେଇ ଅଗଣା ଅଭିଶପ୍ତ ପାଲଟିଯାଇଛି। ଏଠି ଆଉ କୁନି କୁନି ପାଦ ଖେଳକୁଦ କି ଦୌଡ଼ କରୁନି, ଭୋକରେ ପେଟକୁ ଜାକି ଧରି ବସି ରହିଛି ।