ଡାଲି ଭାତରେ ଭାସିଲେ ନନ୍ଦିନୀଙ୍କ ଗାଁ ଲୋକେ | Odisha Reporter
ନନ୍ଦିନୀଙ୍କ ଦୁଃଖ ଦେଖି ଯେଉଁମାନେ ନିଜ ଫେସବୁକ ପେଜରେ ତାଙ୍କ ଦୁର୍ଦ୍ଦଶା ସଂପର୍କୀତ ପୋଷ୍ଟଟିକୁ ସେୟାର କରିଥିଲେ ଆଉ ସହାୟତାର ହାତ ବଢ଼ାଇଥିଲେ, ସେମାନେ ଏହି ଦୃଶ୍ୟ ଦେଖିବା ପରେ ନିଶ୍ଚିତ ଖୁସି ହେଉଥିବେ। ନନ୍ଦିନୀଙ୍କ ଦୁଆରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିଛି। ପୁଣି ଖନ୍ଦାଶାଳରେ ରୋଷେଇ ବି ଚାଲିଛି। ଗାଁର ବୟସ୍କ ଲୋକଙ୍କଠୁ ଆରମ୍ଭ କରି ଛୋଟ ଛୋଟ ପିଲାମାନେ, ସମସ୍ତେ ଭୋଜିଭାତ ଖାଇବାରେ ବ୍ୟସ୍ତ ଅଛନ୍ତି। ହସ ସହ ମୁହଁରେ ନନ୍ଦିନୀ ନିଜ ହାତରେ ସମସ୍ତଙ୍କୁ ଖାଦ୍ୟ ପରଷି ଦେଉଛନ୍ତି। ସୁଚନାଯୋଗ୍ୟ ଯେ, ହାତରେ ବ୍ୟାଗ ଧରି ମାଆର ଶୁଦ୍ଧିକ୍ରିୟା ପାଇଁ ଏକାକୀ ନନ୍ଦିନୀ ବାର ଦୁଆର ବୁଲୁଥିଲା। ଗୋଡ ଭାଙ୍ଗି ଠିଆ ହୋଇ ବାବୁ ମାନଙ୍କୁ ଚାଉଳ ଗଣ୍ଡେ ମାଗୁଥିଲା। ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଏହି ଅନାଥ ଝିଅର ଅବସ୍ଥା ଦେଖି ସହାୟତାର ହାତ ବଢାଇଥିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
