Advertisment

୫୬ ବର୍ଷ ବୟସରେ ଗଣିତରେ କଲେ ଏମଏସ୍‌ସି ପାସ୍, ୨୫ ବର୍ଷ ଧରି ଦେଉଥିଲେ ପରୀକ୍ଷା

ଗଣିତରେ MSc ଡିଗ୍ରୀ ହାସଲ ପାଇଁ ପଢ଼ା ଖର୍ଚ୍ଚ (ବହି, ପରୀକ୍ଷା ଫି) ଆଦିରେ ପାଖାପାଖି ୨ ଲକ୍ଷ୍ ଟଙ୍କା ଖର୍ଚ୍ଚ କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Rajkaran

Rajkaran

କୁହାଯାଏ...ନିଷ୍ଠା, ପ୍ରଚେଷ୍ଟା ଓ ଆତ୍ମବିଶ୍ୱାସ ଦିନେ ନା ଦିଏ ସଫଳ କରାଇବ। ସଫଳ ହେବାକୁ ହେଲେ ଉଦ୍ୟମ ସହ ଧୈର୍ଯ୍ୟ ନିହାତି ଆବଶ୍ୟକ। ଶେଷରେ ଏହା ସତ ସାବ୍ୟସ୍ତ ହୋଇଛି। ଦୀର୍ଘ ୨୫ ବର୍ଷ ଧରି ୨୩ ଥର ପରୀକ୍ଷା ଦେବା ପରେ ଜଣେ ବ୍ୟକ୍ତି ଗଣିତରେ ଏମଏସସି ପାସ୍ କରିଛନ୍ତି।

Advertisment

ଏହି ବ୍ୟକ୍ତି ଜଣକ MSc(ମ୍ୟାଥମେଟିକ୍ସରେ ପିଜି) କରୁଥିଲେ। କିନ୍ତୁ କେବେ ହେଲ୍ ପାସ୍ ହୋଇପାରୁ ନଥିଲେ। ଶେଷରେ ତାଙ୍କ ୨୪ତମ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି। ମ୍ୟାଥମେଟିକ୍ସରେ ପିଜି ସାର୍ଟିଫିକେଟ ହାସଲ କରି ବେଶ୍ ଖୁସିବ୍ୟକ୍ତି କରିଛନ୍ତି, ଏଥିସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ପଢ଼ା ପଛରେ ନିଜର ଅଧା ଜୀବନ ବିତାଇ ଦେଇଥିବା ଏହି ପ୍ରେରଣାଦାୟୀ ବ୍ୟକ୍ତି ଜଣକ ହେଉଛନ୍ତି ରାଜକରଣ ବରୌଆ(୫୬)। ପେସାରେ ସେ ଜଣେ ସିକ୍ୟୁରିଟି ଗାର୍ଡ। ତାଙ୍କର ମାସିକ ଦରମା ୫ ହଜାର ଟଙ୍କା। କିନ୍ତୁ ଡବଲ୍ ଡ୍ୟୁଟି କରି ନିଜର କିଛି ଖର୍ଚ୍ଚ ତୁଲାଇ ପାରନ୍ତି। ସେ ଗଣିତରେ MSc ଡିଗ୍ରୀ ହାସଲ ପାଇଁ ପଢ଼ା ଖର୍ଚ୍ଚ (ବହି, ପରୀକ୍ଷା ଫି) ଆଦିରେ ପାଖାପାଖି ୨ ଲକ୍ଷ୍ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି। 

Advertisment

ରାଜକରଣ କହିଛନ୍ତି, ମୁଁ ମୋର ଏହି ଖୁସିକୁ ଏକୁଟିଆ ମନାଇବାକୁ ଚାହୁଁଥିଲି। କାରଣ ମୋର ଅନେକ ସହକର୍ମୀ ସେମାନଙ୍କ ପିଲାମାନଙ୍କୁ ମୋ ଉଦାହରଣ ଦେଇ କଟାକ୍ଷ କରନ୍ତି। ବର୍ତ୍ତମାନ ମୁଁ ଏହି ଚାକିରିରୁ ଇସ୍ତଫା ଦେଇଛି, ଯାହାଫଳରେ ମୁଁ ମୋର ସଫଳତାକୁ ଅନ୍ୟମାନଙ୍କୁ କହିପାରିବି ବୋଲି ରାଜକରଣ କହିଛନ୍ତି।

ଆଜି ଯାଏଁ କାହିଁକି ବିବାହ କରିନାହାନ୍ତି ବୋଲି ଗଣମାଧ୍ୟମ ପ୍ରଶ୍ନରେ ରାଜକରଣ କହିଛନ୍ତି, "କିଏ ମୋତେ ବିବାହ କରିଥାନ୍ତେ? ମୁଁ ତ ମୋର ସ୍ୱପ୍ନକୁ ବିବାହ କରିଥିଲି।"

ଗଣିତରେ ମାଷ୍ଟର ଡିଗ୍ରୀ ହାସଲର ଏ ଉତ୍କଣ୍ଠା କାହିଁକି ବୋଲି ପଚରାଯିବାରୁ ସେ କହିଛନ୍ତି, "୧୯୯୬ରେ ଆର୍ଟ୍ସରେ ପିଜି କରିବା ପରେ ଏକ ବିଦ୍ୟାଳୟକୁ ଯାଇଥିଲି। ସେଠାରେ ଛାତ୍ରଛାତ୍ରୀଙ୍କଙ୍କୁ ଗଣିତ ପଢ଼ାଇଥିଲି। ମୋ ଗଣିତ ପଢ଼ା ଶୈଳୀ ଦେଖି ଉପସ୍ଥିତ ଶିକ୍ଷକମାନେ ଖୁବ୍ ପ୍ରଶଂସା କରିଥିଲେ। ଏହାପରେ ମୋର ଗଣିତରେ ସ୍ନାତକୋତ୍ତର କରିବାର ଇଚ୍ଛା ଜାଗ୍ରତ ହୋଇଥିଲା। 

ଗଣିତରେ ମାଷ୍ଟର ଡିଗ୍ରୀ ଆଶା ନେଇ ମୁଁ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟରେ MSc ପାଇଁ ନାମ ଲେଖାଇଥିଲି। ହେଲେ ଏହି ଯାତ୍ରା ଏବଂ ଏ ସ୍ୱପ୍ନକୁ ହାସଲ କରିବା ମୋ ପାଇଁ ଏତେ କଷ୍ଟକର ହେବ ବୋଲି ଜାଣିନଥିଲି, ଏହା ମୋର ୨୫ ବର୍ଷର ତପସ୍ୟା ବୋଲି କହିଛନ୍ତି ରାଜକରଣ। 

ସେ ଆହୁରି କହିଛନ୍ତି, "୧୯୯୭ରେ, ମୁଁ ମୋର ପ୍ରଥମ MSc ପରୀକ୍ଷା ଦେଇଥିଲି ଏବଂ ଏଥିରେ ଫେଲ୍ ହୋଇଥିଲି। ଏହାପରେ ୧୦ ଥର ପରୀକ୍ଷାରେ ୫ଟି ବିଷୟରୁ କେବଳ ଗୋଟିଏରେ ପାସ୍ କରୁଥିଲି। ତଥାପି ମୁଁ ମୋର ଧର୍ଯ୍ୟ ହରାଇ ନଥିଲି। ଲୋକମାନେ କ’ଣ କହିବେ, କ’ଣ ନକହିବେ ସେସବୁକୁ ବି ଖାତିର କରୁନଥିଲି। ମୋର କେବଳ ଗୋଟିଏ ଲକ୍ଷ୍ୟ ଥିଲା ପାସ୍ କରିବା।" ଶେଷରେ ମୁଁ ଏହା ହାସଲ କହିଛି, ମୋ ପାଖରେ ଗଣିତରେ ମାଷ୍ଟର ଡିଗ୍ରୀ ରହିଛି ବୋଲି କହିଛନ୍ତି ରାଜକରଣ। 

MSc Man Pass In MSC At 56 MSc In Math