Advertisment

ରାତିର ତାତିକୁ ବଳି ଯାଉଛି ଛାତି ତଳର ଯନ୍ତ୍ରଣା; ଜଣେ ବାର୍‌ ଡ୍ୟାନ୍ସର ଅକୁହା କଥା

ସଞ୍ଜ ନଇଁ ଆସିଲେ ମୁହଁରେ କପଡ଼ା ଗୋଡ଼ାଇ ବାହାରି ଆସୁଥିଲେ ରୁମ୍‌ରୁ। ଆଉ ଚା’ପରେ ଚାଲି ଯାଉଥିଲେ ବାର୍‌କୁ। ଝିଲମିଲ୍‌ ଆଲୁଅରେ ହାପ୍‌ ଡ୍ରେସ୍‌ ପିନ୍ଧି ରାତି ତମାମ ବାର୍‌ରେ କରୁଛନ୍ତି ଡ୍ୟାନ୍ସ।

ଅଦ୍ୟତନ ହୋଇଛି
Bar Dancer

Bar Dancer

Advertisment

ସଞ୍ଜ ନଇଁ ଆସିଲେ ଉଷ୍ମ ହୁଏ ରାଜଧାନୀର ଛାତି। ତାହାରି ଭିତରେ ମୁହଁରେ କପଡ଼ା ଗୋଡ଼ାଇ ରୁମ୍‌ରୁ ବାହାରି ଆସେ ବାର୍‌ ଡ୍ୟାନ୍ସର। ଆଉ ଚାଲିଯାଏ ଆଉ ଏକ ଦୁନିଆକୁ। ଯେଉଁଠି ମୁହଁରେ ରଙ୍ଗ ମାଖି ରାତି ସାରା ସମସ୍ତଙ୍କୁ କରିଥାଏ ମତୁଆଲା। ନିଜ ଛାତିର କୋହକୁ ଛାତିରେ ଚାପି ରଖି ଗ୍ରାହକଙ୍କୁ ଦେଇଥାଏ ମନୋରଞ୍ଜର ଖୋରାକ। ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ପରେ ଜଣେ ବାର୍‌ ଡ୍ୟାନ୍ସର ଆଜି ବଖାଣିଛନ୍ତି ନିଜ ଛାତି ତଳର ଅକୁହା କଥା।

Advertisment

ଇଏ ଜଣେ ବାର୍‌ ଡ୍ୟାନ୍ସର। ପରିବାରର ଆର୍ଥିକ ସ୍ଥିତି ଭଲନଥିଲା। ତେଣୁ ପରିବାର ଭରଣପୋଷଣ ପାଇଁ ରାଜଧାନୀ ଭୁବନେଶ୍ୱରକୁ ଚାଲି ଆସିଥିଲେ। ରାଜଧାନୀର ଏ ଗଳି ସେ ଗଳି ଘୂରି ବୁଲିଲେ। ଚାକିରି ପାଇଁ କେତେ କାହାକୁ ଅନୁରୋଧ କଲେ। ହେଲେ ଚାକିରି ପାଇଲେ ନାହିଁ। ଶେଷରେ ବାର୍‌ରେ ଡ୍ୟାନ୍ସ କରିବାକୁ ପାଇଲେ ଅଫର। ଅର୍ଥ ରୋଜଗାର ଅନ୍ୟ କିଛି ପନ୍ଥା ନଥିବାରୁ ବାର୍‌ରେ ଡ୍ୟାନ୍ସ କରିବା ପାଇଁ ବାଧ୍ୟ ହୋଇଥିଲେ। ଆଉ ତା’ପରେ ପଛକୁ ଫେରିଲେ ନାହିଁ। ଚାହିଁଲେ ମଧ୍ୟ ଫେରି ପାରୁନାହାନ୍ତି।

ସଞ୍ଜ ନଇଁ ଆସିଲେ ମୁହଁରେ କପଡ଼ା ଗୋଡ଼ାଇ ବାହାରି ଆସୁଥିଲେ ରୁମ୍‌ରୁ। ଆଉ ଚା’ପରେ ଚାଲି ଯାଉଥିଲେ ବାର୍‌କୁ। ଝିଲମିଲ୍‌ ଆଲୁଅରେ ହାପ୍‌ ଡ୍ରେସ୍‌ ପିନ୍ଧି ରାତି ତମାମ ବାର୍‌ରେ କରୁଛନ୍ତି ଡ୍ୟାନ୍ସ। ବାର୍‌ ଡ୍ୟାନ୍ସରଙ୍କ କହିବା ଅନୁସାରେ ଡ୍ୟାନ୍ସ କଲା ବେଳେ ବହୁ ଲୋକ(ମଦ୍ୟମ)ଙ୍କଠାରୁ ବହୁ କଥା ଶୁଣିବାକୁ ମିଳିଥାଏ। କିଏ ସେକ୍ସି କହିଥାଏ ତ ଆଉ କିଏ କୁଣ୍ଢାଇବାକୁ ଚେଷ୍ଟା କରେ। ଆଉ କିଏ ଘରକୁ ଯିବା ପାଇଁ ଡାକିଥାଏ। ହେଲେ ପେଟ ଚାଖଣ୍ଡକ ପାଇଁ ସବୁକିଛି ସହିବାକୁ ପଡ଼େ। ବାରକୁ ଆସୁଥିବା ମଦ୍ୟପଙ୍କ ସବୁ ନିର୍ଯାତନା ସହିବାକୁ ପଡ଼ିଥାଏ। ସବୁଠାରୁ ଦୁଃଖଦ ଲାଗେ, ଯେତେବେଳେ ନିଜ ରୋଜଗାରରୁ ମଧ୍ୟସ୍ତି ଅଧା ପଇସା ନେଇଯାଏ। ଚାହିଁଲେ ମଧ୍ୟ ପ୍ରତବାଦ କରିହୁଏ ନାହିଁ ବୋଲି ବାର୍‌ ଡ୍ୟାନ୍ସର କରିଛନ୍ତି।

Advertisment

ବାର୍‌ ଡ୍ୟାନ୍ସର ଜଣକ ଆହୁରି କହିଛନ୍ତି, ଦିନ ଆମ ପାଇଁ ଅନ୍ଧକାର। ଦିନରେ ଯେତେବେଳେ ବାହାରକୁ ବାହାରିଥାଉ, ସେତେବେଳେ ମୁହଁରେ କପଡ଼ା ବାନ୍ଧିବାକୁ ପଡ଼ିଥାଏ। ନହେଲେ ନାନା ଲୋକ ନାନା କଥା କହୁଛନ୍ତି। ବାର୍‌ ଡ୍ୟାନ୍ସର ବୋଲି କହି ଥଟା କରିଥାଆନ୍ତି। ତେଣୁ କିଛି ଉପାୟ ନପାଇ ଆମେ ଦିନରେ ବାହାରକୁ ବାହାରୁନାହିଁ। ରାତି ଆମ ପାଇଁ ଭଲ ବୋଲି ବାର୍‌ ଡ୍ୟାନ୍ସର ଜଣକ କହିଛନ୍ତି।

ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ସେ କହିଛନ୍ତି, ଶୁଭଲକ୍ଷ୍ମୀ କାହିଁକି ଆତ୍ମହତ୍ୟା କରିବ? ତାଙ୍କୁ ସେତିକି ବାଧିଛି ବୋଲି ଆତ୍ମହତ୍ୟାର ରାସ୍ତା ବାଛିଛନ୍ତି। ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ପରେ ଏବେ ଆମ ଜୀବନ ପ୍ରତି ଭୟ ଲାଗୁଛି। ବାରରେ ଡ୍ୟାନ୍ସ କରିବାକୁ ଭୟ ଲାଗୁଛି। ଆଜି କାଲି ସିସିଟିଭି ଲୁଚାଇ ରଖୁଛନ୍ତି। ସେଥିରେ ଭିଡିଓ କଏଦ କରି ନିର୍ଯାତନା ଦେଉଛନ୍ତି। ତେଣୁ କେମିତି ବଞ୍ଚିବୁ ବୋଲି ସେ କହିଛନ୍ତି।

Bhubaneswar Dance Bar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe