Advertisment

ଝରକା ଦେଇ ‘ଲକ୍ଷ୍ମୀ’ ବସ୍‌ରେ ଚଢ଼ିଲେ ବଣ୍ଡା ମହିଳା

ଆଜି ଥିଲା ଖଇରପୁଟ୍‌ ସାପ୍ତାହିକ ହାଟ। ତେଣୁ ହାଟବାଟ ସାରି ବଣ୍ଡା ଲୋକମାନେ ଖଇରପୁଟ୍‌ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ଷ୍ଟାଣ୍ଡରେ ପହଞ୍ଚିଥିଲା ‘ଲକ୍ଷ୍ମୀ’ ବସ୍‌।

Malkangiri

Malkangiri

Advertisment

ଝରକା ଦେଇ ‘ଲକ୍ଷ୍ମୀ’ ବସ୍‌ରେ ଚଢ଼ିଲେ ବଣ୍ଡା ମହିଳା। ଖାଲି ଚଢିଲେନି, ବସ୍‌ରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଖଇରପୁଟ୍‌ ବସ୍‌ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏପରି ଚିତ୍ର।

Advertisment

ଆଜି ଥିଲା ଖଇରପୁଟ୍‌ ସାପ୍ତାହିକ ହାଟ। ତେଣୁ ହାଟବାଟ ସାରି ବଣ୍ଡା ଲୋକମାନେ ଖଇରପୁଟ୍‌ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ଷ୍ଟାଣ୍ଡରେ ପହଞ୍ଚିଥିଲା ‘ଲକ୍ଷ୍ମୀ’ ବସ୍‌। ଏହା ପରେ ଆରମ୍ଭ ହୋଇଥିଲା ବସ୍‌ରେ ଚଢିବା ପାଇଁ ପ୍ରତିଯୋଗିତା। ବସିବାକୁ ସିଟ୍‌ ପାଇଁ ଲୋକଙ୍କ ଭିତରେ ହୋଇଥିଲା ଧାଁ ଦୌଡ଼। କିଏ ବସ୍‌ର ପ୍ରବେଶ ପଥରେ ଚଢ଼ୁଥିଲା ତ ଆଉ କିଏ ଝରକା କାଚ୍‌କୁ ସାଇଡ୍‌ କରି ଚଢ଼ି ଯାଉଥିଲା।

ସବୁଠାରୁ ଦୁଃଖର କଥା ମହିଳାମାନେ ଅତି ବିପଦପୂର୍ଣ୍ଣ ଭାବେ ଝର ଦେଇ ବସ୍‌ ଭିତରେ ପଶୁଥିଲେ। ଆଉ କିଛି ପୁରୁଷ ବସ୍‌ ଭିତରକୁ ଯାଇ ଝରକା ଦେଇ ବାହାରେ ଛିଡ଼ା ହୋଇଥିବା ମହିଳାଙ୍କ ହାତକୁ ଧରି ଭିତରକୁ ଟାଣି ନେଉଥିଲେ। ଏପରିକି ବସ୍‌କୁ ଭଙ୍ଗାରୁଜା କରିଥିଲେ। ବସ୍‌ର କାଚ ପାର୍ଶ୍ୱରେ ଲାଗିଥିବା ଲୁହା ରଡ୍‌ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବସ୍‌ କର୍ମଚାରୀଙ୍କ ତାଗିଦ୍‌କୁ ଖାତିର କରିନଥିଲେ।

Advertisment

ସୂଚନାରୁ ପ୍ରକାଶ, ବ୍ଲକ ସଦରମହକୁମା ଖଇରପୁଟ୍‌ରୁ ବଣ୍ଡାଘାଟିକୁ ପ୍ରତିଦିନ ୩ ଥର ଯାଉଛି ଓ ଆସୁଛି ଲକ୍ଷ୍ମୀ ବସ୍‌। ଆଉ ବଣ୍ଡା ଘାଟିରେ ବସବାସ କରୁଥିବା ଲୋକମାନଙ୍କ ଯିବାଆସିବାର ମାଧ୍ୟମ ସାଜୁଛି ଲକ୍ଷ୍ମୀ।

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Laxmi Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe