ଭଉଣୀଙ୍କ ଦେହ ଖରାପ ଶୁଣି ଧାଇଁ ଆସିଲେ ରାଜ୍ୟପାଳ

  • Published: Friday, 25 August 2023
  • , Updated: 25 August 2023, 04:39 PM IST

ଭଉଣୀଙ୍କ ଦେହ ଖରାପ ଶୁଣି ଧାଇଁ ଆସିଲେ ରାଜ୍ୟପାଳ ଭାଇ । ଛତିଶଗଡ଼ ରାଜ୍ୟପାଳ ଵିଶ୍ୱଭୂଷଣ ହରିଚନ୍ଦନ ତାଙ୍କ ଭଉଣୀଙ୍କ ଦେହ ଖରାପ ଶୁଣି କଟକ ସହର କାଜିପାଟଣା ଘରକୁ ଆସିଥିଲେ ଦେଖିବା ପାଇଁ । କିଛି ବର୍ଷ ପୂର୍ବରୁ ଭଉଣୀ ମିତା ଦଳ ବେହେରାଙ୍କ ଓପନ ହାର୍ଟ ସର୍ଜରୀ ଅପରେଶନ ହୋଇଥିଲା । ଏହାପରେ ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ । ଭାଇ ଵିଶ୍ୱଭୁଷଣ ଏକଥା ଶୁଣି ଧର୍ଯ୍ୟ ଧରି ରହି ପାରିନଥିଲେ। ସାନ ଭଉଣୀର ସ୍ୱାସ୍ଥ୍ୟବସ୍ଥା ଵୁଝିବା ପାଇଁ ଚାଲିଆସିଥିଲେ ତାଙ୍କ ଘରକୁ ।

Related story