Advertisment

ଯାତ୍ରୀ ଛାଡ଼ି ଦେଇଥିଲେ ୫ ଲକ୍ଷ ଟଙ୍କାର ସୁନା ଗହଣା, ପୁଲିସ୍ ଜିମାରେ ଦେଲେ ଅଟୋ ଡ୍ରାଇଭର

ଲୋଭ କରି ନଥିଲେ। ମାନବିକତାର ପରିଚୟ ଦେଖାଇଥିଲେ। ସେଥିପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି।

Inayat Khan Kadri

Inayat Khan Kadri

Advertisment

ଆଖି ଆଗରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ହେଲେ ମନରେ ଆସିନଥିଲା ଲୋଭ। ଯାତ୍ରୀଙ୍କୁ ଖୋଜି ତାଙ୍କ ଜିନିଷ ଫେରାଇ ଦେବା ପାଇଁ କରିଥିଲେ ପ୍ରୟାସ। ବିଫଳ ହେବାରୁ ପୁଲିସ୍ ଜିମାରେ ଦେଇଥିଲେ ସୁନା ଅଳଙ୍କାର। ସାମାଜିକ ଗଣମାଧ୍ୟମରେ ଏ ଖବର ଆସିବା ପରେ ସଂପୃକ୍ତ ଯାତ୍ରୀ ଥାନାରେ ପହଞ୍ଚି ନେଇଥିଲେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଆଉ ଏହି ଘଟଣାକୁ ନେଇ ଅଟୋ ଚାଳକ ଇନାୟତ ଖାନ କାଦ୍ରୀଙ୍କୁ ସମସ୍ତେ କରିଛନ୍ତି ପ୍ରଶଂସା।

Advertisment

ଘଟଣାଟି ଭଦ୍ରକର। ଗତ ୧ ତାରିଖରେ ଅଟୋ ଧରି ସୋରରୁ ଫେରୁଥିଲେ ଇନାୟତ ଖାନ କାଦ୍ରୀ। ବାଟରେ ଶୁଭସ୍ମିତା ଲେଙ୍କା ନାମ୍ନୀ ଜଣେ ମହିଳା ଦୁଇ ଜଣ ଛୁଆଙ୍କ ସହିତ ଜାମୁଝାଡ଼ି ଯିବା ପାଇଁ ତାଙ୍କ ଅଟୋରେ ବସିଥିଲେ। ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଇଥିଲେ ଇନାୟତ। ପୁଣି ସେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲେ। ଚରମ୍ପାରେ ସେ ଚା’ ପିଇବା ପାଇଁ ଅଟକି ଥିଲେ। ସେତେବେଳେ ସେ ପଛ ସିଟ୍‌ରେ ଏକ ବ୍ୟାଗ୍ ଥିବା ଦେଖିଥିଲେ।

ବ୍ୟାଗ୍‌ରେ ସୁନା ଅଳଙ୍କା ରଖାଯାଉଥିବା ବକ୍ସ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେଣୁ ସେ ତୁରନ୍ତ ଅଟୋ ବୁଲାଇ ଉକ୍ତ ସ୍ଥାନକୁ ଯାଇଥିଲେ, ଯେଉଁଠାରେ ଶୁଭସ୍ମିତାଙ୍କୁ ଛାଡ଼ିଥିଲେ। କିନ୍ତୁ ସେଠାରେ ଖୋଜାଖୋଜି କରିବା ସତ୍ତ୍ୱେ ସେ ଶୁଭସ୍ମିତାକୁ ପାଇ ନଥିଲେ। ପରେ ସେ ଗହଣା ବ୍ୟାଗ ନେଇ ଭଦ୍ରକ ଥାନାରେ ପହଞ୍ଚିଥିଲେ। ଇନାୟତ ପୁଲିସ୍‌କୁ ସବୁ କଥା କହିବା ସହିତ ଉକ୍ତ ବ୍ୟାଗକୁ ପୁଲିସ୍ ଜିମାରେ ଦେଇଥିଲେ। ପରେ ସାମାଜିକ ଗଣମାଧ୍ୟରେ ଏହି ଖବର ଆସିଥିଲା। ଏହା ପରେ ଶୁଭସ୍ମିତା ଲେଙ୍କା ଭଦ୍ରକ ଥାନାରେ ପହଞ୍ଚି ତାଙ୍କ ବ୍ୟାଗ୍ ସଂଗ୍ରହ କରିଥିଲେ। ସେ ଇନାୟତଙ୍କୁ ଧନ୍ୟବାଦ ଦେବା ସହିତ ଭୁରି ଭୁରି ପ୍ରଶଂସା କରିଥିଲେ। ପୁଲିସ୍ ମଧ୍ୟ ଇନାୟତଙ୍କୁ ପ୍ରଶଂସା କରିଛି। ଏହି ଘଟଣାକୁ ନେଇ ଇନାୟତ ଏବେ ପୂରା ଭଦ୍ରକରେ ଚର୍ଚ୍ଚାରେ ଅଛନ୍ତି। ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

Advertisment
Human Interest Humanity
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe