ପିଲାଙ୍କ ଖୁସି ପାଇଁ ଜୀବନର ଯୌବନ କଟିଗଲା ପରେ ସେହି ମଣିଷଟି ଆଉ କିଛି ମାଗେନି । କେବଳ ଟିକିଏ ସେବା ଯତ୍ନ ଖୋଜେ ଆଉ ସ୍ନେହ ଆଦର ଖୋଜେ। ନା ତାଙ୍କୁ ସୁନା ଅଳଙ୍କାର ଦରକାର ନା ମାଛ ମାଂସ। କେବଳ ପରିଣତ ବୟସରେ ପୁଅ-ବୋହୂ ଓ ନାତି-ନାତୁଣୀଙ୍କ ଗହଣରେ ହସଖୁସିରେ ଟିକିଏ ଦିନ କାଟିବେ। କିନ୍ତୁ ପୁଅ-ବୋହୂ ସେତକ ଖୁସି ବି ଦେଇପାରିଲେନି ।