ପୁଅ ନାହିଁ କି ଝିଅ ନାହିଁ। ତାଙ୍କ ପାଖରେ କିଛି ନାହିଁ, କେହିବି ନାହାଁନ୍ତି। ଜୀବନ ନଉକାରେ ଏକମାତ୍ର ଯାତ୍ରୀ। ବୟସ 70 ଟପିଲାଣି। ସମ୍ବଳ କହିଲେ, ଭଙ୍ଗା ଦଦରା ଘର ଆଉ କେଇ ଖଣ୍ଡ ଶାଢୀ। ନିରାଶ୍ରୟ, ଅସହାୟ ବୁଢୀ ମାଉସୀର କୋହଭରା କ୍ଷୋଭ ଶୁଣିଲେ ଆପଣ ବି ନିଜକୁ ଧିକ୍କାର କରିବେ। ଝାଟିମାଟି ଘର, ଉପରେ ପାଲ ଛପର ହୋଇଛି, ରାତି ଅନ୍ଧାରରେ ଆଲୁଅ ତାପାଇଁ ସାତ ସପନ, ଖାଇବା କଥା କିଏ ପଚାରେ। ସାହି ଲୋକ ଯିଏ ଯେତେବଳେ ଯାହା ଦିଅନ୍ତି ତାକୁ ଖାଇ ବଞ୍ଚି ଯାଆନ୍ତି। ଏହି ଦୃଶ୍ୟ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।