Advertisment

ଢଗଢମାଳି ଗାଇ ଲୋକଙ୍କ ମନ କିଣୁଛନ୍ତି ଗଗନ

ପ୍ରତିଦିନ ସକାଳୁ ନିଜ ସାଇକେଲ ଯୋଗେ ଝାଲମୁଢି ବେପାର କରିବା ପାଇଁ ବାହାରି ଆସନ୍ତି ଗଗନ। ଭୁବନଠାରୁ ଆରମ୍ଭ କରି କାମାକ୍ଷାନଗର ପର୍ଯ୍ୟନ୍ତ ବିଭିନ୍ନ ଗାଁକୁ ଯାଇ ମସଲାମୁଢି ବିକ୍ରି କରିଥାନ୍ତି।

Gagana

Gagana

Advertisment

ମସଲା ମୁଢି ବେପାର ଓ ତା’ ସାଙ୍ଗକୁ ବିଭିନ୍ନ ପ୍ରକାର ଢଗଢମାଳି। ଯାହା ଗ୍ରାହକମାନଙ୍କୁ ଆକୃଷ୍ଟ କରୁଥିବା ବେଳେ ବେପାର ମଧ୍ୟ ଜମେଇକି ହେଉଛି। ଇଏ ହେଉଛନ୍ତି ଭୁବନ ବ୍ଲକ୍‌ ପୁରୁଷୋତ୍ତମପୁର ଗାଁର ଗଗନ ଦେହୁରୀ। ଯିଏ ଝାଲ ମୁଢି ବେପାର କରନ୍ତି।

Advertisment

ପ୍ରତିଦିନ ସକାଳୁ ନିଜ ସାଇକେଲ ଯୋଗେ ଝାଲମୁଢି ବେପାର କରିବା ପାଇଁ ବାହାରି ଆସନ୍ତି ଗଗନ। ଭୁବନଠାରୁ ଆରମ୍ଭ କରି କାମାକ୍ଷାନଗର ପର୍ଯ୍ୟନ୍ତ ବିଭିନ୍ନ ଗାଁକୁ ଯାଇ ମସଲାମୁଢି ବିକ୍ରି କରିଥାନ୍ତି। ଗଗନଙ୍କ ଝାଲମୁଢି ପରଷିବାର ଅନ୍ଦାଜ ସମ୍ପୂର୍ଣ୍ଣ ନିଆରା। ନିଜସ୍ୱ ଶୈଳୀରେ ବିଭିନ୍ନ ଢଗଢମାଳି ପରିବେଷଣ କରି ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ପରଷି ଦିଅନ୍ତି ସୁଆଦିଆ ମସଲାମୁଢି।

ଗଗନଙ୍କ ନିଆରା ଢଗଢମାଳି ଶୁଣିବାକୁ ଓ ମସଲାମୁଢି ଖାଇବାକୁ ଛୁଆଠୁ ବଡ଼ ସମସ୍ତଙ୍କ ଭିଡ଼ ଜମୁଛିl ଗଗନଙ୍କ ଢଗ ଶୁଣି ଘର ଭିତରୁ ସମସ୍ତେ ରାସ୍ତାକୁ ବାହାରି ଆସି ମସଲାମୁଢି କିଣି ନେଉଛନ୍ତି। ସାଇକେଲ ଯୋଗେ ଗାଁକୁ ଗାଁ ବୁଲିବୁଲି ମସଲାମୁଢି ବେପାର ସାଙ୍ଗକୁ ବେଶ ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe