Advertisment

କିଏ କହିଲା ବଣୁଆ ହାତୀ କଥା ମାନେନି? ଚାଷୀ ମଉସାଙ୍କ ଗୁହାରୀ ଶୁଣି ଫେରିଗଲେ

ହାତୀମାନଙ୍କୁ ଅନାଇ ଚାଷୀ ଜଣକ ହାତ ଯୋଡ଼ି କହିଥିଲେ, ମାଆ ଠାକୁରାଣୀ... ବିଦାୟ କରନ୍ତୁ... ବାସ୍‌ ଯା... ମହାପ୍ରଭୁ ଯା...।

ଅଦ୍ୟତନ ହୋଇଛି
Elephant

Elephant

Advertisment

କିଏ କହିଲା ବଣୁଆ ହାତୀ କଥା ମାନନ୍ତିନି? କିଏ କହିଲା ଗରିବ ଓ ଦୁଃଖୀ ଚାଷୀର ପେଟର ଯନ୍ତ୍ରଣା ଅନୁଭବ କରିପାରେନି ହାତୀ? ଲୋକଙ୍କ ମନ ଭିତରେ ଥିବା ଏପରି ଧାରଣା ଭୁଲ୍‌ ପ୍ରମାଣିତ ହୋଇଛି। ଜଣେ ଗରିବ ଚାଷୀ ମାଉସାଙ୍କ ଆକୁଳ ନିବେଦନକୁ ଶୁଣିଥିଲେ ହାତୀ ପଲ। ଆଉ ତାଙ୍କ ଫସଲ ନଷ୍ଟ ନକରି ହିଡ ମୂଳରୁ ଫେରି ଯାଇଥିଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ସଦର ରେଞ୍ଜ ଅଞ୍ଚଳରେ। ଯାହାର ଭିଡିଓ ଭାଇରାଲ୍‌ ହେଉଛି।

Advertisment

୯ଟି ଜଙ୍ଗଲୀ ହାତୀ କେନ୍ଦୁଝର ସଦର ରେଞ୍ଜରେ ଥିବା ଜଙ୍ଗଲରେ ରହୁଛନ୍ତି। ରବିବାର ପୂର୍ବାହ୍ନରେ ହାତୀ ପଲ ଦେଓବନ୍ଧ ଗାଁରେ ପଶିଥିଲେ। ହାତୀଙ୍କୁ ଦେଖି ଚାଷୀ ଓ ଗାଁ ଲୋକେ ଘଣ୍ଟା, ଢୋଲ ଓ ବାଜା ବଜାଇଥିଲେ। ହେଲେ ହାତୀ ପଲ କିଛି ଶୁଣିନଥିଲେ। ହାତୀମାନେ ଗ୍ରାମ୍ୟ ଜଙ୍ଗଲରୁ ବାହାରୀ ଚାଷ ଜମିକୁ ଖାଇବା ପାଇଁ ଯାଉଥିବା ବେଳେ ଜଣେ ବୟସ୍କ ଚାଷୀ ହାତ ଯୋଡ଼ି କୁକୁତି ମିନତୀ ହୋଇଥିଲେ। ହାତୀମାନଙ୍କୁ ଅନାଇ ଚାଷୀ ଜଣକ ହାତ ଯୋଡ଼ି କହିଥିଲେ, ମାଆ ଠାକୁରାଣୀ... ବିଦାୟ କରନ୍ତୁ... ବାସ୍‌ ଯା... ମହାପ୍ରଭୁ ଯା...।

ବାସ୍‌ ଏତିକିରେ ଅଟକି ଯାଇଥିଲେ ହାତୀ ପଲ। ଆଉ ଆଗକୁ ବଢ଼ିନଥିଲେ। ବୋଧହୁଏ ହାତୀ ପଲ ଶୁଣିପାରିଥିଲେ ଗରିବ ଚାଷୀଙ୍କ ଗୁହାରୀ। ଆଉ ଅନୁଭବ କରିଥିଲେ ଜଣେ ଗରିବ ଚାଷୀର ଛାତି ତଳର ଦୁଃଖ ଓ ଯନ୍ତ୍ରଣା। ସେଥିପାଇଁ ହାତୀମାନେ ଚାଷ ଜମି ଭିତରକୁ ଯାଇନଥିଲେ। ହିଡ଼ ଉପରେ ଠିଆ ହୋଇ ଚାଷ ଜମିକୁ ଅନାଇ ଗ୍ରାମ୍ୟ ଜଙ୍ଗଲକୁ ଫେରି ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ହାତୀମାନେ ଅନ୍ୟ ଅଞ୍ଚଳକୁ ପଳାଇ ଯାଇଥିବା ଚର୍ଚ୍ଚା ହେଉଛି।

Advertisment

ଚାଷୀଙ୍କୁ ଗୁହାରୀ ଶୁଣି ହାତୀ ପଲ ଫେରିଯିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଏମିତି ଘଟଣା ଚମ୍ପାନେଙ୍କେଡ଼ା ଗାଁରେ ଦେଖିବାକୁ ମିଳିଥିଲା। ଧାନ ଅମଳ ସମୟରେ ହାତୀ ପଲ ଚାଷ ଜମିରେ ପଶି ନଷ୍ଟ କରୁଥିଲେ। ଏହା ଦେଖି ଜଣେ ଚାଷୀ ହାତୀଙ୍କ ଶରଣ ପଶିଥିଲେ। ଆଉ ହାତ ଯୋଡ଼ି କହିଥିଲେ, ମାଆ ଠାକୁରାଣୀ ତୁମେ ଫେରିଯାଅ। ମୋ ଚାଷ ଜମି ନଷ୍ଟ କରନି। ମୁଁ ତୁମ ପାଇଁ ଗୋଟିଏ ଧାନ କିଆରି ଛାଡ଼ିଦେବି ବୋଲି ଚାଷୀ ଜଣକ ଗୁହାରୀ କରିଥିଲେ। ତା’ପରେ ହାତୀମାନେ ଫେରିଯାଇଥିଲେ। ସତକୁ ସତ ଚାଷୀ ଜଣକ ସବୁ ଧାନ କାଟି ନେଇଥିଲେ। କିନ୍ତୁ ଗୋଟିଏ କିଆରି ନକାଟି ଛାଡ଼ି ଯାଇଥିଲେ। ଆଉ ହାତୀ ପଲ ରାତିରେ ଆସି ସେହି କିଆରିର ଧାନ ଖାଇ ଚାଲି ଯାଇଥିଲେ।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe