Advertisment

ପ୍ରଥମ କିନ୍ନର ଭାବେ ପିଏଚ୍‌ଡି ହାସଲ କରିଥିବା ଦୀପା ପାଇବେ ରାଷ୍ଟ୍ରପତି ପୁରସ୍କାର

ପିଏଚଡ଼ି ଡିଗ୍ରୀ ହାସଲ କରିଥିବା ପ୍ରଥମ କିନ୍ନର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର ଦୀପା ସାହୁ।

author-image
Biswajit Samal
ଅଦ୍ୟତନ ହୋଇଛି
Deepa

Deepa

ପିଏଚଡି ଡିଗ୍ରୀ ହାସଲ କରିଥିବା ପ୍ରଥମ କିନ୍ନର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର ଦୀପା ସାହୁ। ଆସନ୍ତା ଡିସେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ ରାଷ୍ଟ୍ରପତି ଭବନରୁ ଚିଠି ଯୋଗେ ଦୀପାଙ୍କୁ ଅବଗତ କରାଯାଇଛି। ଏହି ଖବର ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇଛନ୍ତି ସେ। ଏହା ସହିତ କିନ୍ନରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ଦୀପା। 

Advertisment

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅର୍ଥାତ୍ ୧୨ବର୍ଷ ବୟସରୁ ଝିଅ ଭଳି ବ୍ୟବହାର କରିଥିଲେ ଦୀପା। ପରେ ପରିବାର ଲୋକଙ୍କ ନିନ୍ଦା ଅପବାଦ ସାଙ୍ଗକୁ ସମାଜ ଆଖିରେ ସେ ଘୃଣ୍ୟ ଏବଂ ତାତ୍ସଲ୍ୟର ପାତ୍ର ହୋଇଥିଲେ। କିନ୍ତୁ ସେ ହାରି ନଥିଲେ। ନିଜ ଲକ୍ଷ୍ୟକୁ ମଜଭୁତ କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

ବିଡ଼ମ୍ବନାର କଥା ଆଠବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର ବାକ୍ ଶକ୍ତି ହରାଇଛନ୍ତି। ସେବେଠୁ ସେ କଥା କହି ପାରନ୍ତିନାହିଁ। ଗଳାରେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଏହି ଜୀବନ ଯାତ୍ରା ମଧ୍ୟରେ ରାଷ୍ଟ୍ରପତି ପୁରସ୍କାର ତାଙ୍କ ମନୋବଳକୁ ଆହୁରି ମଜଭୁତ କରିବ ବୋଲି ସେ ଆଶା ରଖିଛନ୍ତି।

Advertisment
Kinnars