Advertisment

କୋଟିପତି କଲା ଟମାଟୋ, ଗୋଟିଏ ମାସରେ ଦେଢ଼ କୋଟି ଆୟ

ଟମାଟୋ ବନାଇଦେଲା କୋଟିପତି। ଗୋଟିଏ ମାସରେ ଦେଢ କୋଟି ବ୍ୟବସାୟ କଲେ ମହାରାଷ୍ଟ୍ରର ଗାଏକର୍ ପରିବାର।

author-image
Debibandita Barick
ଅଦ୍ୟତନ ହୋଇଛି
Tomato

Tomato

ସାରା ଦେଶରେ ଟମାଟୋର ଚଢ଼ା ଦର ରହିଛି। କି ଗରିବ କି ଧନୀ, ଯେ କେହିବି ଟମାଟୋ ଦର ଶୁଣି ଛାନିଆ ହୋଇ ଯାଉଛନ୍ତି। କିନ୍ତୁ ଜଣେ ସାଧାରଣ ଚାଷୀଙ୍କୁ କୋଟିପତି ବନାଇଦେଇଛି ଏହି ଟମାଟୋ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ତୁକାରାମ ଭାଗୋଜି ଗାଏକର୍ ଏବଂ ତାଙ୍କ ପରିବାର ଗୋଟିଏ ମାସରେ ଦେଢ଼ କୋଟି ଟଙ୍କାର ଟମାଟୋ ବିକ୍ରି କରି ରେକର୍ଡ କରିଛନ୍ତି। ଏଥିସହ ଅନ୍ୟ ଚାଷୀମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛନ୍ତି। 

Advertisment

ତୁକାରାମଙ୍କର ୧୮ ଏକରର ଚାଷ ଜମି ରହିଛି। ସେଥିରୁ ଏଥର ୧୨ ଏକର ଜମିରେ ସେ ଟମାଟୋ ଚାଷ କରିଥିଲେ। ସେ ତାଙ୍କ ପୁଅ ଈଶ୍ୱର ଗାଏକର୍ ଏବଂ ବୋହୂ ସୋନାଲିଙ୍କ ସହଯୋଗରେ ଟମାଟୋ ଚାଷ କରିଥିଲେ। ସେମାନଙ୍କ କହିବା ଅନୁସାରେ, ଉନ୍ନତମାନର ସାର ଏବଂ କୀଟନାଶକର ସଠିକ ବ୍ୟବହାର ଯୋଗୁ ଫସଲ ସୁରକ୍ଷିତ ରହିଲା ଓ ଭଲ ଅମଳ ହେଲା।

ଗତ ମାସେ ଭିତରେ ତୁକରାମଙ୍କ ପରିବାର ଟମାଟୋ କିଲୋ ପିଛା ୫୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି କରିଛନ୍ତି। ଟମାଟୋର ମାନ ଦେଖି ସେମାନେ ଦର ନିର୍ଦ୍ଧାରଣ କରି ବିକ୍ରି କରନ୍ତି। କେବଳ ଶୁକ୍ରବାର (ଗତକାଲି) ସେ ୧୮ ହଜାର କିଲୋ ଟମାଟୋ ବିକ୍ରି କରିଥିଲେ। କିଲୋ ୧୦୦ ଟଙ୍କାରେ ସେ ଏହି ଟମାଟୋ ବିକ୍ରି କରିଥିଲେ। ଏହା ବାବଦକୁ ସେ ୧୮ ଲକ୍ଷ ଟଙ୍କା ଆୟ କରିଥିଲେ। 

Advertisment

ତୁକାରାମଙ୍କ ବୋହୂ ସୋନାଲି ଟମାଟୋ ଚାରା ରୋପଣଠାରୁ ଆରମ୍ଭ କରି ଅମଳ ଓ ପ୍ୟାକେଜିଂ କାର୍ଯ୍ୟ ବୁଝୁଥିବା ବେଳେ ତାଙ୍କ ପୁଅ ଈଶ୍ୱର ବିକ୍ରିବଟା ଓ ମାର୍କେଟିଂ ଆଦି କାର୍ଯ୍ୟ ପରିଚାଳନା କରନ୍ତି। ଗତ ତିନି ମାସ ଧରି ସେମାନେ କରିଥିବା କଠିନ ପରିଶ୍ରମରୁ ଭଲ ଫଳ ମିଳିଛି ବୋଲି ତୁକାରାମ କହିଛନ୍ତି। 

ପୁନେ ଜିଲ୍ଲାର ଜୁନ୍ନରର ଅନେକ କୃଷକ ଟମାଟୋ ବିକ୍ରି କରି କୋଟିପତି ହୋଇ ପାରିଛନ୍ତି। ସେଠାରେ ଏକ କମିଟି ଟମାଟୋ ବିକ୍ରୟ କରି ଗୋଟିଏ ମାସରେ 80 କୋଟି ବ୍ୟବସାୟ କରିଛି ଏବଂ ଏହି ଅଞ୍ଚଳର 100 ରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦେଇପାରିଛି।

Tomato Tomato Price Hike Farmer Becomes Millionaire