ସଂଧ୍ୟାରେ ମାଆ ଥଣ୍ଟରେ ଖାଦ୍ୟ ଆଣି ଉଡି ଆସିଥିଲା । କାଠ କୁଟାର ବସାରେ ସମସ୍ତେ ବାଣ୍ଟିକୁଣ୍ଟି ଖାଇଥିଲେ । ଆଉ ଡାକିଜୁକି ହୋଇ ଅଚିନ୍ତାରେ ଶୋଇପଡିଥିଲେ । ହେଲେ ରାତି ଅଧରେ ଗଛଟା ଥରିବାକୁ ଲାଗିଥିଲା । ମାଆ ଆଖି ଖୋଲି ଦେଖିଲା ବେଳକୁ ପାଖରେ ନଥିଲେ ତାର କୁନି କୁନି ସନ୍ତକ । କିଚିରି – ମିଚିର ଶବଦ ଭିତରେ ଶୁଭୁଥାଏ ବଞ୍ଚିବାର କାନ୍ଦଣା । ବିକଟାଳ ରଡି ଆଉ ବେଦନାପୂର୍ଣ୍ଣ ଡାକ । କୁନି ଦେହଟା ଉପରେ କାହାର ବଡ଼ ଡାଳ ଲଦି ହୋଇଯାଇତ । ଆଉ କିଏ ଅନ୍ଧାର ରାତିରେ କ୍ଷତାକ୍ତ ଅବସ୍ଥାରେ ପଡିଛି ।