Advertisment

ଭତ୍ତା ଟଙ୍କା ପାଇଁ ଟ୍ରଲିରେ ବୁହା ହେଲେ ବୃଦ୍ଧା

ଭୁଲ କାହାର ? ବୃଦ୍ଧା ମାଉସୀଙ୍କର ନା ସରକାରୀ ବିଧି ବ୍ୟବସ୍ଥାର ? କାହିଁକି ଟ୍ରଲିରେ ବୁହାହେଲେ ୯୫ ବର୍ଷୀୟା ବୃଦ୍ଧା? ଯେଉଁଠି ଅସହାୟଙ୍କୁ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର ଡିଣ୍ଡିମ୍ୱ ପିଟୁଛନ୍ତି, ସେଠି ଜଣେ ବୃଦ୍ଧା କାହିଁକି ଟ୍ରଲିରେ ବୁହା ହେଲେ ?

author-image
Manoj Swain

ଭୁଲ କାହାର ? ବୃଦ୍ଧା ମାଉସୀଙ୍କର ନା ସରକାରୀ ବିଧି ବ୍ୟବସ୍ଥାର ? କାହିଁକି ଟ୍ରଲିରେ ବୁହାହେଲେ ୯୫ ବର୍ଷୀୟା ବୃଦ୍ଧା? ଯେଉଁଠି ଅସହାୟଙ୍କୁ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର ଡିଣ୍ଡିମ୍ୱ ପିଟୁଛନ୍ତି, ସେଠି ଜଣେ ବୃଦ୍ଧା କାହିଁକି ଟ୍ରଲିରେ ବୁହା ହେଲେ ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବାୟସ ପ୍ରାୟ ୯୫ ବର୍ଷ ହେବ। ଚାଲିବା ପାଇଁ ପାଦରେ ବଳ ନାହିଁ। ଅଭାବୀ ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ମିଳୁନଥିଲା ବାର୍ଦ୍ଧକ୍ୟ ଭତ୍ତା। ଗତ ତିନି ମାସ ହେଲା ସେ ପାଉନଥିଲେ ବାର୍ଦ୍ଧକ୍ୟ ଭତ୍ତା। ଭତ୍ତା ପାଇଁ ଲବଙ୍ଗ ମାଉସୀଙ୍କ ନାତି ବହୁବାର ବ୍ୟାଙ୍କ ଯାଇ ଖାଲି ହାତରେ ଫେରିଛନ୍ତି ।

Advertisment
Odisha Poverty Gajapati District