ଓଡ଼ିଶାରେ ଜନ୍ମ ହେବା କ’ଣ ଭୁଲ୍ କି ? | Amid Winter\'s Chill, the destitute Suffer | Odisha Reporter
ଶୀତୁଆ ରାତି। ମଝିରେ ମଝିରେ ହାଲ୍କା ପବନ। ସେଥିରେ ଶିତେଇ ଯାଉଛି ଦେହ। ତାହାରି ଭିତରେ ଝୁମ୍ପୁଡ଼ି ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ। ଚାଲିବାକୁ ପାଦରେ ବଳନଥିବାରୁ ଜୀବନ ସାଥୀ ସାଜିଛନ୍ତି ଆଶ୍ରାବାଡ଼ି। ମାଗି ଜାଚି ଯାହା ଆଣୁଛନ୍ତି, ସେଥିରେ ଚଳୁଛନ୍ତି ବୃଦ୍ଧ ଦମ୍ପତି। ବିକାଶ ଏ ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ବାର୍ଦ୍ଧକ୍ୟରେ ଏତେ ଯନ୍ତ୍ରଣା ପାଉଥିଲେ ମଧ୍ୟ ସେମାନଙ୍କ ଉପରେ ପଡ଼ିନି ପ୍ରଶାସନର ନଜର। ସବୁଠାରୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ନଟ ବେହେରା ଓ ତାଙ୍କ ପତ୍ନୀ ଅପୂର୍ବଙ୍କୁ ମିଳିପାରିଲା ନାହିଁ ବାର୍ଦ୍ଧକ୍ୟ ଭତ୍ତା। ଆବାସ ଯୋଜନାରେ ଏଠି ଥିଲାବାଲା ଘର ହାତେଇ ନେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ଘର ଖଣ୍ଡିଏ ମିଳିପାରିଲା ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
