Advertisment

'ମନ୍ କି ବାତ୍'ରେ ଓଡ଼ିଆ ଦମ୍ପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଏବଂ ତାଙ୍କ ସ୍ୱାମୀ ବୀରେନ ସାହୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

Jayanti Mohapatra

Jayanti Mohapatra

Advertisment

'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଓଡ଼ିଆ ଦମ୍ପତିଙ୍କ ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମର ୧୧୦ତମ ଅଧ୍ୟାୟରେ କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଏବଂ ତାଙ୍କ ସ୍ୱାମୀ ବୀରେନ ସାହୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଉଭୟ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଛେଳି ପାଳନ କରି କୃଷି କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।  

Advertisment

ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଶଂସାରେ କହିଛନ୍ତି, ଉଭୟ ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିଲେ। ସେମାନେ କଳାହାଣ୍ଡି ସାଲେଭଟା ଗାଁରେ ଛେଳି ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ନିଜେ ସଶକ୍ତ ହେବା ସହ ସାଥୀ ଗ୍ରାମବାସୀଙ୍କୁ ସଶକ୍ତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। 

ଜୟନ୍ତୀ ଏବଂ ତାଙ୍କ ସ୍ୱାମୀ ବିରେନ ମାଣିକସ୍ତୁ ଗୋଟ୍ ବ୍ୟାଙ୍କ କରି ଗ୍ରାମବାସୀଙ୍କୁ ଛେଳିପାଳନ କ୍ଷେତ୍ରରେ ଉତ୍ସାହିତ କରିଛନ୍ତି। ଏବେ ସେମାନେ ୫୦ଟି ଗାଁର ପ୍ରାୟ ୧ ହଜାର ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ସକ୍ଷମ ହୋଇଥିବା ମୋଦି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ପରେ ଖୁସିବ୍ୟକ୍ତ କରିଛନ୍ତି ଜୟନ୍ତୀ ମହାପାତ୍ର। ସେ କହିଛନ୍ତି, "ସାଧାରଣତଃ ଚାଷ କରୁଥିବା ଲୋକ ଗରିବ ବୋଲି ଲୋକଙ୍କର ଏକ ଭାବନା ଥାଏ। ଏହାକୁ ବଦଳାଇବା ପାଇଁ ଆମେ ଚାଷ କରିବାକୁ ମନସ୍ତ କରିଥିଲୁ।"  

Man Ki Baat PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe