Advertisment

ଓଡ଼ିଆ ପୁଅକୁ ଶୌର୍ଯ୍ୟଚକ୍ର ସମ୍ମାନ

୨୦୨୩ ମାର୍ଚ୍ଚ ୧୨ ତାରିଖ ରାତି ପ୍ରାୟ ୧୦ଟାରେ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ। ସାହସିକତାର ସହ ୧୮ ଫୁଟ ତଳକୁ ଓହ୍ଲାଇଥିଲେ। ପାଣି ମାଡ଼ରେ ବିନା ବିଶ୍ରାମରେ ଡାଇଭିଂ ଜାରି ରଖିଥିଲେ। ପ୍ରଚଣ୍ଡ ପ୍ରତିକୂଳ ପରିସ୍ଥିତିରେ ସେ ପହଞ୍ଚିଥିଲେ ଲକ୍ଷ୍ୟସ୍ଥଳରେ।

author-image
Manoranjan Sial
ଅଦ୍ୟତନ ହୋଇଛି
Shaurya Chakra

Shaurya Chakra

ଓଡ଼ିଆ ପୁଅକୁ ବୀରତ୍ୱ ସମ୍ମାନ। ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ। ସେ ୨୦୧୯ରେ ନୌସେନାରେ ଯୋଗ ଦେଇଥିଲେ।

Advertisment

ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା ଏବେ ବିଶାଖାପାଟଣାରେ କାର୍ଯ୍ୟରତ ଅଛନ୍ତି। ମାର୍ଚ୍ଚ ୨୦୨୩ରେ ଓଏନଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଅପରେସନାଲ୍‌ ଏମର୍ଜେନ୍ସୀ ନେଇ ରିପୋର୍ଟ କରିଥିଲା। ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଏଥିପାଇଁ ଭାରତୀୟ ନୌସେନାର ସହାୟତା ଲୋଡା ଯାଇଥିଲା। ଜଣେ ଲିଡ୍ ଡାଇଭର ଭାବରେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା। ଯେଉଁଠି ଜାହାଜ ଫସିଥିଲା, ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ତଥାପି ଡାଇଭିଂ ଅପରେସନରେ ଯାଇଥିଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା।

୨୦୨୩ ମାର୍ଚ୍ଚ ୧୨ ତାରିଖ ରାତି ପ୍ରାୟ ୧୦ଟାରେ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ। ସାହସିକତାର ସହ ୧୮ ଫୁଟ ତଳକୁ ଓହ୍ଲାଇଥିଲେ। ପାଣି ମାଡ଼ରେ ବିନା ବିଶ୍ରାମରେ ଡାଇଭିଂ ଜାରି ରଖିଥିଲେ। ପ୍ରଚଣ୍ଡ ପ୍ରତିକୂଳ ପରିସ୍ଥିତିରେ ସେ ପହଞ୍ଚିଥିଲେ ଲକ୍ଷ୍ୟସ୍ଥଳରେ। ସଫଳତାର ସହ ଜାହାଜର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ୧୦୦ ଫୁଟ୍‌ ପାର କରି ଟରେଷ୍ଟ ଏରିଆରେ ପହଞ୍ଚିଥିଲେ। ବ୍ୟକ୍ତିଗତ ସୁରକ୍ଷାକୁ ଭୃକ୍ଷେପ ନକରି ଯେଉଁ ବୀରତ୍ୱ ଓ ସାହସିକତା ଦେଖାଇଥିଲେ। ସେଥିପାଇଁ ଲେଫଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି।

Advertisment

ଶୌର୍ଯ୍ୟଚକ୍ରରେ ସମ୍ମାନିତ ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବିମଳଙ୍କ ନିସ୍ୱାର୍ଥପର ସାହସିକତା ଏବଂ ଗଭୀର ଜଳରେ କରେଣ୍ଟ ମଧ୍ୟରେ ବିପଦପୂର୍ଣ୍ଣ ଅପରେସନ, ବୀରତ୍ୱର ଦୃଷ୍ଟାନ୍ତ ବୋଲି ସୋସିଆଲ ମିଡିଆ ଏକ୍ସରେ ଦର୍ଶାଇଛନ୍ତି ବୈଜୟନ୍ତ ପଣ୍ଡା। 

President Of India Draupadi Murmu Kendrapara