Advertisment

ଗୌରବ ଆଣିଲେ ଓଡ଼ିଆ ଝିଅ ଶ୍ୱେତଲାନା

ନିକଟରେ ଜେନେଭାରେ ଆୟୋଜିତ ୱାର୍ଲଡ ଇକୋନୋମିକ୍ ଫୋରମରେ ଯୋଗ ଦେଇଥିଲେ ଶ୍ୱେତଲାନା।

author-image
Biswajit Samal
ଅଦ୍ୟତନ ହୋଇଛି
Shwetlana

Shwetlana

ଓଡ଼ିଆ ଝିଅ ଶ୍ୱେତଲାନା ମହାପାତ୍ରଙ୍କୁ ଲଣ୍ଡନର ସମ୍ମାନଜନକ ରୟାଲ ସୋସାଇଟି ଅଫ ଆର୍ଟସ ଫେଲୋସିପ୍ ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇବାରେ ସେ ହୋଇଛନ୍ତି ପ୍ରଥମ ଓଡ଼ିଆ। ସେହିପରି ୭୬ତମ ଭାରତୀୟ ଭାବରେ ଏଫଆରଏସଏ ଫେଲୋସିପ୍ ପାଇଛନ୍ତି ଶ୍ୱେତଲାନା। ବହୁମୁଖୀ ଦକ୍ଷତା ପାଇଁ ସେ ଲଣ୍ଡନର ଏହି ସମ୍ମାନ ପାଇଛନ୍ତି।

Advertisment

୨୬୯ ବର୍ଷ ପୁରୁଣା ରୟାଲ ସୋସାଇଟି ଅଫ୍ ଆର୍ଟସ ଦ୍ୱାରା ଟେକ୍ନୋଲୋଜି, ଫ୍ୟାସନ ଓ ସାମାଜିକ ପରିବର୍ତ୍ତନରେ ଉତ୍କୃଷ୍ଟତାକୁ ପୁନଃପରିକଳ୍ପିତ କରିବା ପାଇଁ ୨୮ ବର୍ଷୀୟ ଶ୍ୱେତଲାନାଙ୍କୁ ପ୍ରଦାନ କରାଯାଇଛି ଏହି ଫେଲୋସିପ୍। ସେ ଜଣେ ଗବେଷକ, ମଡେଲ ଓ ସୋସିଆଲ୍ ମିଡିଆ ଇନଫ୍ଲୁଏନସର। ସାମାଜିକ ପ୍ରଗତି ଓ ବିକାଶରେ ଉଲ୍ଲେଖନୀୟ ସଫଳତା ପାଇଁ ସାମାଜିକ କର୍ମୀ, କଳାକାର, ସାହିତ୍ୟିକ, ସାମ୍ବାଦିକ ଓ ରାଜନେତାଙ୍କୁ ରୟାଲ ସୋସାଇଟି ଅଫ ଆର୍ଟସ ଫେଲୋସିପ୍ ପ୍ରଦାନ କରାଯାଏ।

ସାମାଜିକ ପ୍ରଗତି ଓ ବିକାଶରେ ଉଲ୍ଲେଖନୀୟ ସଫଳତା ପାଇଁ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷ ଏହି ସମ୍ମାନ ପାଇଁ ମନୋନୀତ ହୋଇ ଥାଆନ୍ତି। ୧୭୫୪ ମସିହାରୁ ଆରଏସଏ ଦ୍ୱାରା ସମ୍ମାନିତ ୩୦ହଜାର ଉଦ୍ଭାବକଙ୍କ ଏଲିଟ୍ ଗ୍ରୁପରେ ସାମିଲ ହୋଇଛନ୍ତି ଶ୍ୱେତଲାନା। ସେ ଭୁବନେଶ୍ୱର XIMBରୁ ଏମବିଏ ଓ ଟ୍ରିପଲ ଆଇଟିରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ନିକଟରେ ଜେନେଭାରେ ଆୟୋଜିତ ୱାର୍ଲଡ ଇକୋନୋମିକ୍ ଫୋରମରେ ଯୋଗ ଦେଇଥିଲେ ଶ୍ୱେତଲାନା।

Advertisment
Shwetlana