Advertisment

ଡାକ୍ତରଙ୍କ ବଦାନ୍ୟତା; କଲେଜ ପାଇଁ ଦାନ କରିଦେଲେ ନିଜର ବାସଭବନ

ଗତବର୍ଷ ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ ୩୦ ଲକ୍ଷ ଟଙ୍କା।

author-image
Manoj Swain

ସମ୍ବଲପୁରର ୮୭ ବର୍ଷିୟା ସମାଜସେବୀ ତଥା ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡା। ବିଭିନ୍ନ ସମୟରେ ନିଜର ଅର୍ଥ ଓ ସମ୍ପତ୍ତି ଭିନ୍ନ ଭିନ୍ନ ସଂସ୍ଥାକୁ ଦାନ କରୁଥିବା ବେଳେ ଶେଷରେ ସେ ରହୁଥିବା ନିଜର ଭବ୍ୟ ବାସଭବନଟିକୁ ମଧ୍ୟ ଦାନ କରିଦେଇଛନ୍ତି। ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ନିଜର ୨ ମହଲା ବିଶିଷ୍ଟ ଘରଟିକୁ ହଷ୍ଟେଲ ଭାବେ ବ୍ୟବହାର କରାବା ପାଇଁ ଦାନ କରିଦେଲେ। ସେହିଭଳି ଗତବର୍ଷ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ ୩୦ ଲକ୍ଷ ଟଙ୍କା ।

Advertisment
Odisha Sambalpur