ଦେବକୀ ହୋଇ ଜନ୍ମ ଦେଇଥିଲେ, ହେଲେ ପୁଅ ସାଜିଲା କଂସ!

ଜାନୁଆରୀ ମାସରେ କାଳୁଚରଣ ଓ ଦେବକୀ ସାନପୁର ପ୍ରମୋଦ ପାଖରେ ରହୁଥିଲେ। ଶନିବାର ଦେବକୀଙ୍କୁ ମାଡ଼ ମାରିଥିଲେ ପ୍ରମୋଦ। ଏମିତି ମାଡ଼ ମାରିଥିଲେ ଯେ ତାଙ୍କ ହାତ ଭାଙ୍ଗି ଯାଇଛି। ଅଣ୍ଟାରେ ଆଘାତ ଲାଗିଛି।

Ganjam PhotoOR

ମେଡ଼ିକାଲ୍‌ ବେଡରେ ଦେବକୀ

Manoranjan Sial
  • Published: Sunday, 14 January 2024
  • Updated: 14 January 2024, 06:02 PM IST

Sports

Latest News

ଦେବକୀ ହୋଇ ଜନ୍ମ ଦେଇଥିଲେ। ଲାଳନ ପାଳନ କରି ବଡ଼ କରାଇଥିଲେ। ଭାବିଥିଲେ ପୁଅ ବଡ଼ ହେଲେ ଆଶାବାଡ଼ି ହେବ। ହେଲେ ସେ ସାନ ପୁଅ ଆଜି ସାଜିଲା କଂସ! ମାଡ଼ ମାରି ଶୁଝିଲା ଜନ୍ମଜାତ୍ରୀ ମାଆର ଋଣ। ହାତ ଭାଙ୍ଗିଦେଲା। ଆଜି ମେଡ଼ିକାଲ୍‌ ବେଡ୍‌ରେ କାନ୍ଦୁଛି ମାଆ। ଆଉ କାନ୍ଦି କାନ୍ଦି କହୁଛି, ମୋର କିଛି ଭୁଲ୍‌ ନାହିଁ। ତଥାପି ମୋ ପୁଅ ମୋତେ ମାଡ଼ ମାରି ହାତ ଭାଙ୍ଗିଦେଲା।

ଗଞ୍ଜାମ ଜିଲ୍ଲା ଆସିକା ଜୟପୁର ପଞ୍ଚାୟତ ପଢାଳଗାଁର ଦେବକୀ ରାଉତ। ବୟସ ୭୦ ଅତିକ୍ରମ କଲାଣି। ଦେହର ଚମ ସବୁ ଧୁଡ୍‌ଧୁଡ୍‌ ହୋଇଗଲାଣି। ଚାଲିବାକୁ ପାଦରେ ବଳ ନାହିଁ। ସ୍ୱାମୀ କାଳୁଚରଣ ଶଜ୍ୟାସାୟୀ। ଚାଲିବୁଲି ପାରୁନାହାନ୍ତି। ୫ ଝିଅ ଓ ଦୁଇ ପୁଅ(ରଞ୍ଜନ ଓ ପ୍ରମୋଦ) ବାହା ହୋଇଗଲେଣି। ସ୍ୱାମୀ ଓ ସ୍ତ୍ରୀ ବାର୍ଦ୍ଧକ୍ୟରେ ପଦାର୍ପଣ କରିଥିବାରୁ ପାଳି କରି ରଞ୍ଜନ ଓ ପ୍ରମୋଦଙ୍କ ପାଖରେ ରହୁଥିଲେ। ଏ ପୁଅ ପାଖରେ ମାସେ ରହିଲେ ସେ ପୁଅ ପାଖରେ ମାସେ ରହୁଥିଲେ।

Also Read

ଜାନୁଆରୀ ମାସରେ କାଳୁଚରଣ ଓ ଦେବକୀ ସାନପୁର ପ୍ରମୋଦ ପାଖରେ ରହୁଥିଲେ। ଶନିବାର ଦେବକୀଙ୍କୁ ମାଡ଼ ମାରିଥିଲେ ପ୍ରମୋଦ। ଏମିତି ମାଡ଼ ମାରିଥିଲେ ଯେ ତାଙ୍କ ହାତ ଭାଙ୍ଗି ଯାଇଛି। ଅଣ୍ଟାରେ ଆଘାତ ଲାଗିଛି। ଚିତ୍କାର ଶୁଣି ସାହି ଭାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଭତ୍ତା ଟଙ୍କା ପାଇଁ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ କାନ୍ଦି କାନ୍ଦି ଦେବକୀ କହିଛନ୍ତି, ମୁଁ କିଛି ଭୁଲ କରିନି। ତଥାପି ମୋ ସାନ ପୁଅ ପ୍ରମୋଦ ମୋତେ ବହୁତ ମାଡ଼ ମାରିଲା। ମାରି ମାରି ମୋ’ ହାତ ଭାଙ୍ଗିଦେଲା। ଅଣ୍ଟା ଦରଜ କରିଦେଲା। ତା’ର ମାଡ଼ ଯୋଗୁ ମୋତେ ବହୁତ କଷ୍ଟ ହେଉଛି। ମୁଁ କାନ୍ଦିବା ପରେ ମଧ୍ୟ ସେ ମୋ କଷ୍ଟ ବୁଝି ପାରିଲାନି ବୋଲି ଦେବକୀ କହିଛନ୍ତି। ଏତେ ମାଡ଼ ଖାଇଲା ପରେ ମଧ୍ୟ ପୁଅକୁ କ୍ଷମା କରିଦେଇଛନ୍ତି ଦେବକୀ।

ସେପଟେ ମାଆଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରମୋଦ କୁମାର ରାଉତ। ସେ କହିଛନ୍ତି, ମୁଁ ମାଆଙ୍କୁ ମାଡ଼ ମାରିନି। ବେଡ୍‌ରେ ଶୋଇଥିବା ବେଳେ ବାପା ଛେପ ପକାଇଲେ। ଏଥିରେ ରାଗି ଯାଇ ବାପାଙ୍କୁ ମାଆ ମାଡ଼ ମାରିଥିଲେ। ଯେଉଁଥିପାଇଁ ମୁଁ ରାଗି ଯାଇ ମାଆଙ୍କ ଡେଣାକୁ ଟାଣି ଦେଇଥିଲି। ଯାହାଫଳରେ ତାଙ୍କ ହାତରେ ଆଘାତ ଲାଗିଛି। ଏହା ପରେ ମାଆ ମୋ ବିରୋଧରେ ନାନା ଅଭିଯୋଗ ଆଣୁଛନ୍ତି। ଆଉ କହୁଛନ୍ତି ଭତ୍ତା ଟଙ୍କା ପାଇଁ ମୁଁ ମାରିଛି ବୋଲି। ଭତ୍ତା ଟଙ୍କା ତାଙ୍କୁ କେବେ ମିଳିବ, ସେ ସମ୍ପର୍କରେ କିଛି ଜାଣିନି। ଭତ୍ତା ଟଙ୍କା ସମ୍ପର୍କରେ ମୋର ନେଣଦେଣ ନାହିଁ। ଭଉଣୀମାନଙ୍କ କଥାରେ ପଡ଼ି ମାଆ ଏମିତି କହୁଛନ୍ତି ବୋଲି ପ୍ରମୋଦ ଅଭିଯୋଗ କରିଛନ୍ତି।

ରିପୋର୍ଟ- ଆସିକାରୁ ମନୋଜ ମୁନୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story