Advertisment

ବିଏସଏଫ୍‌ର ପ୍ରଥମ ମହିଳା ସ୍ନାଇପର ଟ୍ରେନର୍‌

ସବୁ ପର୍ଯ୍ୟାୟରେ ଉତ୍ତମ ପ୍ରଦର୍ଶନ କରି ଅସାଧ୍ୟକୁ ସାଧ୍ୟ କରି ଦେଖାଇଛନ୍ତି ସୁମନ୍। ୫୬ ଜଣ ପୁରୁଷ ପ୍ରଶିକ୍ଷାର୍ଥୀଙ୍କ ଭିତରେ ସୁମନ ଏକାକି ମହିଳା ଥିଲେ, ଯିଏ କି ସ୍ନାଇପର ଟ୍ରେନିଂର ସବୁଠୁ କଷ୍ଟସାଧ୍ୟ ‘ଇନଷ୍ଟ୍ରକ୍ଟର ଗ୍ରେଡ୍’ ହାସଲ୍‌ କରିପାରିଛନ୍ତି।

author-image
Manoranjan Sial
Suman Kumari

Suman Kumari

Border Security Force (ବିଏସଏଫ୍‌)କୁ ମିଳିଲା ପ୍ରଥମ ମହିଳା ସ୍ନାଇପର ଟ୍ରେନର୍‌। ଚର୍ଚ୍ଚାରେ ହିମାଚଳ ପ୍ରଦେଶର ସୁମନ କୁମାରୀ। କଷ୍ଟସାଧ୍ୟ ସ୍ନାଇପର ଟ୍ରେନିଂରେ ବାଜି ମାରି ନେଇଛନ୍ତି ଏହି ମହିଳା ଅଫିସର ଜଣଙ୍କ। ଇନ୍ଦୋରରେ ବିଏସଏଫର ୮ ସପ୍ତାହ ଧରି ଚାଲିଥିବା କଠିନ ସ୍ନାଇପର୍ ଟ୍ରେନିଂ ପରେ ତାଙ୍କୁ ମିଳିଛି ଏହି ସଫଳତା।

Advertisment

ସବୁ ପର୍ଯ୍ୟାୟରେ ଉତ୍ତମ ପ୍ରଦର୍ଶନ କରି ଅସାଧ୍ୟକୁ ସାଧ୍ୟ କରି ଦେଖାଇଛନ୍ତି ସୁମନ୍। ୫୬ ଜଣ ପୁରୁଷ ପ୍ରଶିକ୍ଷାର୍ଥୀଙ୍କ ଭିତରେ ସୁମନ ଏକାକି ମହିଳା ଥିଲେ, ଯିଏ କି ସ୍ନାଇପର ଟ୍ରେନିଂର ସବୁଠୁ କଷ୍ଟସାଧ୍ୟ ‘ଇନଷ୍ଟ୍ରକ୍ଟର ଗ୍ରେଡ୍’ ହାସଲ୍‌ କରିପାରିଛନ୍ତି। ଯାହାପରେ ସେ ଏବେ ସ୍ନାଇପର୍ ପ୍ରଶିକ୍ଷକ ଭାବେ ଅନ୍ୟମାନଙ୍କୁ ସେନାରେ ପ୍ରଶିକ୍ଷଣ ଦେବେ। ୨୦୨୧ ମସିହାରେ ପଂଜାବରେ ବିଏସଏଫର ପ୍ଲାଟୁନ୍ ଲିଡର ଥିଲେ ସୁମନ। ତେବେ ଯୁଦ୍ଧରେ ସ୍ନାଇପର୍‌ ଆଟାକ୍‌ର ଗୁରୁତ୍ୱକୁ ଉପଲବ୍ଧି କରି ଏଦିଗରେ ପ୍ରଶିକ୍ଷଣ ନେବାକୁ ଇଚ୍ଛା କରିଥିଲେ ସେ।

କୁହାଯାଏ, କମାଣ୍ଡୋ ଟ୍ରେନିଂ ପରେ ଏହି ସ୍ନାଇପର୍‌ ଟ୍ରେନିଂ ହେଉଛି ସବୁଠୁ କଷ୍ଟସାଧ୍ୟ ଟ୍ରେନିଂ। ଯାହାକୁ ନିଜ ଅଧ୍ୟବସାୟ ବଳରେ ପାର କରିଛନ୍ତି ସୁମନ। ଅନ୍ୟ ମହିଳାଙ୍କ ପାଇଁ ସୁମନ କୁମାରୀ ଏବେ ସାଜିଛନ୍ତି ପ୍ରେରଣାର ଉତ୍ସ।

Advertisment
BSF BSF Jawan