Advertisment

ଭଲ କଥା ବୁଝାଉଛି ‘ପ୍ଲାଷ୍ଟିକ ବାୟା’

ବାପି କେବଳ ପ୍ଲାଷ୍ଟିକ ଅଳିଆ ସଫା କରନ୍ତି ତାହା ନୁହେଁ, ପର୍ଯ୍ୟଟକଙ୍କୁ ପ୍ଲାଷ୍ଟିକ ଅଳିଆର ଅପକାରିତା ସମ୍ପର୍କରେ ବୁଝାନ୍ତି। ମେଳା ମହୋତ୍ସବରେ ପ୍ଲାଷ୍ଟିକଭୂତ ଭାବରେ ନିଜେ ସଜେଇ ହୋଇ ପରିବେଶ ସଚେତନତାର ବାର୍ତ୍ତା ଦିଅନ୍ତି।

ଅଦ୍ୟତନ ହୋଇଛି
Plastic Ghost

Plastic Ghost

Advertisment

ପେସାରେ ଝାଡୁଦାର, ହେଲେ ନିଶା ପରିବେଶ ସୁରକ୍ଷା। ଏଥିପାଇଁ ଏକା ଏକା ଅଣ୍ଟା ଭିଡ଼ିଛନ୍ତି ପରିବେଶ ସ୍ଵଚ୍ଛ ସୁନ୍ଦର କରିବା ପାଇଁ। ବୟସ କମ୍, ହେଲେ ଉଦ୍ଦେଶ୍ୟ ରଖିଛନ୍ତି ମହତ। ସ୍ଵଳ୍ପ ଆୟରେ ପରିବାର ଚଳାଇବା କଷ୍ଟକର, ତଥାପି ପ୍ଲାଷ୍ଟିକ ଅଳିଆ ବିରୋଧରେ ସେ କରୁଛନ୍ତି ସଂଗ୍ରାମ। ପ୍ଲାଷ୍ଟିକ ଭୂତ ହୋଇ ସମାଜକୁ ଦେଉଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା।

Advertisment

ଯୁବକ ଜଣକ ହେଉଛନ୍ତି ୨୮ ବର୍ଷୀୟ ଯୁବକ ବାପି ଗୋଚ୍ଛାୟତ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳରେ। ହେଲେ ବାପି ପାରାଦୀପ କଲେଜରେ ଝାଡୁଦାର ଭାବେ କାର୍ଯ୍ୟ କରୁଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ସେ। ତାଙ୍କ ଉପରେ ବୁଢା ବାପାମାଆ ଓ ଦୁଇ ଜଣ ସାନ ଭାଇଭଉଣୀ ନିର୍ଭରଶୀଳ। ଦୁଃଖକଷ୍ଟରେ ପରିବାର ଚଳୁଛି। ଏହାରି ଭିତରେ ପରିବେଶ ସୁରକ୍ଷା ପାଇଁ ତାଙ୍କର ନିଶା କଥା ଜାଣିଲେ ଯେ କେହି ବି ଚକିତ ହେବେ। ବାପା ମାଆ ବି ପୁଅର ଖୁସିରେ ଖୁସିଥିବା କହିଛନ୍ତି।

ବାପି ରାତି ପାହିଲେ ଅଖା ଓ ହ୍ୟାଣ୍ଡ-ଗ୍ଲୋବ୍ସ ନେଇ ସାଇକେଲ ଧରି ବେଳାଭୂମିରେ ପହଞ୍ଚି ଯାଆନ୍ତି। ସମୁଦ୍ର ବେଳାଭୂମିରୁ ପ୍ଲାଷ୍ଟିକ ଅଳିଆ ଗୋଟାଇ ମ୍ୟୁନିସିପାଲିଟି ଡଷ୍ଟବିନରେ ପକାନ୍ତି। ଗତ ୩ ବର୍ଷରେ ପ୍ରାୟ ୪ ଟନ୍ ପ୍ଲାଷ୍ଟିକ ଅଳିଆ ସେ ମୁନିସିପାଲିଟିକୁ ଦେଇ ସାରିଛନ୍ତି।

Advertisment

ଖାଲି ପାରାଦୀପ ସମୁଦ୍ର ବେଳାଭୂମି ନୁହେଁ, ମହାକାଳପଡାର ବାହାକୁଦ ଘାଟ ମହାନଦୀ ତଟ ସହିତ ବଜାରଘାଟ ଓ ମେଳା ମହୋତ୍ସବ ସ୍ଥାନରେ ପହଞ୍ଚି ସଫେଇ କରୁଛନ୍ତି। ଏହା ଦ୍ୱାରା ସମୁଦ୍ର ଜୀବ ସୁରକ୍ଷିତ ରହିବା ସହ ପର୍ଯ୍ୟଟକ ବି ସ୍ଵଚ୍ଛ ସୁନ୍ଦର ବେଳାଭୂମି ଦେଖି ଖୁସି ହୁଅନ୍ତୁ ବୋଲି ବାପି କହିଛନ୍ତି।

Bapi Gochhayatବାପି ବେଳାଭୂମିରେ ପ୍ଲାଷ୍ଟିକ ଉଠାଇବା ସମୟର ଫଟୋ

ବାପି କେବଳ ପ୍ଲାଷ୍ଟିକ ଅଳିଆ ସଫା କରନ୍ତି ତାହା ନୁହେଁ, ପର୍ଯ୍ୟଟକଙ୍କୁ ପ୍ଲାଷ୍ଟିକ ଅଳିଆର ଅପକାରିତା ସମ୍ପର୍କରେ ବୁଝାନ୍ତି। ମେଳା ମହୋତ୍ସବରେ ପ୍ଲାଷ୍ଟିକଭୂତ ଭାବରେ ନିଜେ ସଜେଇ ହୋଇ ପରିବେଶ ସଚେତନତାର ବାର୍ତ୍ତା ଦିଅନ୍ତି। ତାଙ୍କ କଥା ଶୁଣି ପର୍ଯ୍ୟଟକ ପ୍ରଭାବିତ ହେଉଥିବା ବେଳେ ଅନ୍ୟମାନେ ମଧ୍ୟ ଏପରି କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ ବୋଲି କୁଜଙ୍ଗ ବନଖଣ୍ଡ ଅଧିକାରୀ କହିଛନ୍ତି। ଏଥିସହ ଅଧିକରୁ ଅଧିକ ଗଛ ଲଗାଇବା ସହ ଓ ପରିବେଶ ପରିଷ୍କାର ରଖିବା ପାଇଁ ବାପି ଲୋକଙ୍କୁ ସଚେତନ କରନ୍ତି।

ଯୁବ ପରିବେଶବିତ୍ ବାପି ଗୋଚ୍ଛାୟତ କହିଛନ୍ତି, ପାରାଦୀପ ମହାବିଦ୍ୟାଳୟର ମୁଁ ଚତୁର୍ଥ ଶ୍ରେଣୀର କର୍ମଚାରୀ। ମୁଁ ଯେତେବଳେ ପ୍ରଥମ ଥର ବେଳାଭୂମିକୁ ଆସିଥିଲି ପ୍ଲାଷ୍ଟିକ ଆବର୍ଜନାରେ ବେଳାଭୂମି ଭର୍ତ୍ତି ହୋଇଯାଇଥିଲା। ଯାହାକୁ ଦେଖି ମୋ ମନରେ କଷ୍ଟ ହୋଇଥିଲା। ମୁଁ ସେବେଠାରୁ ଶପଥ ନେଇଥିଲି ପ୍ଲାଷ୍ଟିକ ଜିନିଷ ବେଳାଭୂମିରେ ନ ପକାଇବା ପାଇଁ  ଲୋକମାନଙ୍କୁ ସଚେତନ କରିବି ଓ ପରିବେଶକୁ ସ୍ୱଚ୍ଛ ରଖିବି। ଆଜକୁ ୩ବର୍ଷ ହେବ ଏପରି କାମ କରି ଆସୁଛି। ଏଥିପାଇଁ ମୋତେ କୌଣସି ପାରଶ୍ରମିକ ମିଳୁ ନାହିଁ। ମୋର ଏହି ଧରିତ୍ରୀ ମା’ ପ୍ରତି କର୍ତ୍ତବ୍ୟ କରୁଛି।

ବାପି ଆହୁରି କହିଛନ୍ତି, ପ୍ରଦୂଷଣ ମୁକ୍ତ ପୃଥିବୀ ଓ ସ୍ୱଚ୍ଛ ପୃଥିବୀ ପାଇଁ କରିବା ପାଇଁ ମୁଁ କାର୍ଯ୍ୟ କରୁଛି। ମୁଁ ପ୍ରତିଦିନ ସକାଳେ ଆସି ବେଳାଭୂମିରେ ସଫେଇ କରିଥାଏ। ଯାହା ଅଳିଆ ଗୋଟାଇ ଥାଏ ମୁନିସିପାଲିଟି ଡଷ୍ଟବିନରେ ପକାଇଥାଏ। ଏଥିସହ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମୁଁ ସଚେତନ କରିଥାଏ। ବାଲିଯାତ୍ରା ଓ ବିଶ୍ୱ କର୍ମା ପୂଜାରେ ମୋ ଦେହରେ ପ୍ଲାଷ୍ଟିକ ଲଗାଇ ପ୍ଲାଷ୍ଟିକର ଦାୟିତ୍ୱ ସମ୍ପନ୍ନ ବ୍ୟବହାର କରିବା ପାଇଁ ସଚେତନ କରିଥାଏ। ପରାଦୀପ ସମେତ ମହାକାଳପଡ଼ାର ମହାନଦୀ ତଟରେ ବାହାକୁଦ ଯାଇ ସଫା କରିଥାଏ। ଏପର୍ଯ୍ୟନ୍ତ ୪ଟନ୍‌ ପ୍ଲାଷ୍ଟିକ ସଂଗ୍ରହ କରିସାରିଲେଣି।

ରିପୋର୍ଟ-  ପାରାଦୀପରୁ ରମାକାନ୍ତ ନାୟକ

Paradip
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe