Advertisment

୨୬ ବର୍ଷରେ ନେଇଛନ୍ତି ମାତ୍ର ଗୋଟିଏ ଦିନ ଛୁଟି, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସାମିଲ ହେଲା ତେଜପାଲଙ୍କ ନାଁ

କମ୍ପାନୀର ନିୟମ ଅନୁସାରେ ତାଙ୍କୁ ବର୍ଷକୁ ୪୫ଟି ଛୁଟି ମିଳେ। ତେବେ ସେ ୨୬ ବର୍ଷରେ ନେଇଛନ୍ତି ମାତ୍ର ଗୋଟିଏ ଛୁଟି।

ଅଦ୍ୟତନ ହୋଇଛି
Tejpal Singh

Tejpal Singh

Advertisment

ସରକାରୀ ହେଉ ଅବା ବେସରକାରୀ ଚାକିରି, ସବୁଠି କର୍ମଚାରୀଙ୍କ ପାଇଁ ଛୁଟି ବ୍ୟବସ୍ଥା ଅଛି। ରବିବାର ଓ କିଛି ପର୍ବପର୍ବାଣୀରେ ଛୁଟି ଥାଏ। କିନ୍ତୁ ତା’ ବାଦ୍‌ ବି ଅନେକ ପ୍ରକାର ଛୁଟି ବ୍ୟବସ୍ଥା ରହିଛି, ଯେମିତିକି- ସିଏଲ୍‌, ପିଏଲ୍‌ ଓ ସିକ୍‌ ଲିଭ୍ ଇତ୍ୟାଦି। ସରକାରୀ ଅଫିସ୍ ଭଳି ଅନେକ ବେସରକାରୀ ସଂସ୍ଥା ମାସର ଦ୍ୱିତୀୟ ଶନିବାରକୁ ପୂରା ଛୁଟି କରୁଥିବା ବେଳେ ଅନ୍ୟ ଶନିବାରଗୁଡ଼ିକୁ ହାପ୍ ଡେ’ ଛୁଟି ବ୍ୟବସ୍ଥା କରିଛନ୍ତି। କେହି କେହି ସବୁ ଶନିବାରକୁ ଛୁଟି ଘୋଷଣା କରିଛନ୍ତି। ଏତେ ସବୁ ଛୁଟି ବ୍ୟବସ୍ଥା ଥିଲେ ହେଁ ଅନେକ ସମୟରେ ଛୁଟି ନେବାକୁ ନେଇ ଅଫିସ୍‌ ଗୁଡ଼ିକରେ ଅନେକ ଅପ୍ରୀତିକର ଘଟଣା ଘଟିବାର ଦେଖାଯାଏ। ଆଉ ଏବେ ଏହି ଛୁଟିକୁ ନେଇ ଚର୍ଚ୍ଚାରେ ଅଛନ୍ତି ଉତ୍ତର ପ୍ରଦେଶର ବିଜନୌରର ତେଜପାଲ ସିଂହ।

Advertisment

ନିକଟରେ ତେଜପାଲ ସିଂହଙ୍କ ନାଁରେ ଏକ ନିଆରା ରେକର୍ଡ ଯୋଡ଼ି ହୋଇଛି। ସେ ତାଙ୍କର ଗତ ୨୬ ବର୍ଷର ଚାକିରି କାଳ ମଧ୍ୟରେ କେବଳ ଗୋଟିଏ ଦିନ ଛୁଟି ନେଇଛନ୍ତି, ତାହା ପୁଣି ପେଡ୍‌ ଲିଭ୍‌ ଅନ୍ତର୍ଭୁକ୍ତ ଥିଲା। ଏଥିଯୋଗୁଁ ତାଙ୍କ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ (India Book of Records)ରେ ସାମିଲ ହୋଇଛି। ତେଜପାଲ ସିଂହ ରବିବାର ମଧ୍ୟ ଅଫିସ ଯାଆନ୍ତି। ହୋଲି, ଦୀପାବଳି ଓ ଦଶହରା ଭଳି ପର୍ବପର୍ବାଣୀରେ ବି ସେ ଛୁଟି ନିଅନ୍ତି ନାହିଁ।

ତେଜପାଲ ସିଂହ ୧୯୯୫ ମସିହାରୁ ବିଜନୌରର ଏକ ଚିନି କଳରେ କାର୍ଯ୍ୟ କରୁଛନ୍ତି। କମ୍ପାନୀର ନିୟମ ଅନୁସାରେ ତାଙ୍କୁ ବର୍ଷରେ ୪୫ଟି ଛୁଟି ମିଳେ। କିନ୍ତୁ ସେ କେବେ ଏହି ଛୁଟିଗୁଡ଼ିକୁ ନେଇ ନାହାନ୍ତି। ଗତ ୨୬ ବର୍ଷରେ ସେ କେବଳ ଗୋଟିଏ ଦିନ ଛୁଟି ନେଇଥିଲେ। ତେଜପାଲ କହିଛନ୍ତି ଯେ ଛୁଟି ନ ନେଇ କାମ କରିବାକୁ ତାଙ୍କୁ କେହି କହି ନାହାନ୍ତି। ସେ ତାଙ୍କ ଇଚ୍ଛାରେ ସବୁ ଦିନେ ଅଫିସ ଆସନ୍ତି ଓ କାମ କରନ୍ତି।

Advertisment
Tejpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe