Advertisment

ଓଏଏସ୍‌ ହେବା ଦୃଢ଼ ଇଛାକୁ ରୋକି ପାରିଲାନି ଦୁର୍ଘଟଣା

ଏହି ଉକ୍ତିକୁ ଚରିତାର୍ଥ କରି ଦେଖାଇଛନ୍ତି ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମର୍ଥ ବେହେରା।

author-image
Niranjan Mishra
ଅଦ୍ୟତନ ହୋଇଛି
Samartha Behera

Samartha Behera

ଓଏଏସ୍‌ ହେବା ଦୃଢ଼ ଇଛାକୁ ରୋକି ପାରିଲାନି ଦୁର୍ଘଟଣା। କାରଣ କୁହାଯାଏ ଇଛା ଥିଲେ ଉପାୟ ବଳେ ମିଳେ। ଏହି ଉକ୍ତିକୁ ଚରିତାର୍ଥ କରି ଦେଖାଇଛନ୍ତି ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମର୍ଥ ବେହେରା। ଓଏଏସ୍‌ ହେବା ନିମନ୍ତେ ତାଙ୍କର ସଂଘର୍ଷର କାହାଣୀ ଯିଏ ଶୁଣିବ ନିଶ୍ଚୟ ପ୍ରେରଣା ପାଇବ।

Advertisment

୨୦୧୪ରେ ସେ ଏନ୍‌ଡିଏରେ ଯୋଗଦେଇଥିଲେ। କିନ୍ତୁ ଇଣ୍ଡିଆନ୍‌ ନାଭିରେ ଟ୍ରେନିଂ ଚାଲିଥିବା ବେଳେ ଅର୍ଥାତ୍ ଟ୍ରେନିଂରେ ଯୋଗଦେବାର ଠିକ୍ ୨ ବର୍ଷ ପରେ ଦୁର୍ଘଟଣାରେ ତାଙ୍କ ଆଣ୍ଠୁ ଖସିଗଲା। ଦୀର୍ଘଦିନ ଧରି ମେଡିକାଲରେ ଆଡମିଟ ହେଲେ। ଶାରୀରିକ ଫିଟନେସ୍ ନଥିବାରୁ ପରେ ତାଙ୍କୁ ଏନ୍‌ଡିଏରୁ କାଢ଼ି ଦିଆଯାଇଥିଲା। ଫଳରେ ତାଙ୍କର ୩ ବର୍ଷ ବରବାଦ ହୋଇଯାଇଥିଲା। ତେଣୁ ମନ ଦୁଃଖରେ ସେ ଓଡ଼ିଶା ଫେରିଥିଲେ।

ଓଡ଼ିଶା ଆସି ପୁଣି ଥରେ ଡିଷ୍ଟାନ୍ସରେ ଯୁକ୍ତ ୩ ପରୀକ୍ଷା ଦେଇଥିଲେ। ସଫଳତାର ସହ ଡିଗ୍ରୀ ହାସଲ କରିଥିଲେ। ୨୦୨୦ରେ ଓଏଏସ୍‌ ପରୀକ୍ଷା ପାଇଁ ପ୍ରଥମ ଉଦ୍ୟମ କରିଥିଲେ। ହେଲେ ଏଥିରେ ବିଫଳ ହୋଇଥିଲେ। ମାତ୍ର ଦ୍ୱିତୀୟ ଉଦ୍ୟମ ଫେଲ ମାରି ନ ଥିଲା, ୨୦୨୧ରେ ଦେଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୧୫ ରାଙ୍କରେ ପାସ୍ କରିଛନ୍ତି। ଆଜି ପ୍ରକାଶ ପାଇଥିବା ପରୀକ୍ଷା ଫଳକୁ ଶୁଣିବା ପରେ ସେ ବହୁତ ଖୁସୀ।

Advertisment

ସେ କହିଛନ୍ତି, ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ନିମନ୍ତେ ତାଙ୍କୁ କୋଚିଂ ଦେଉଥିବା ଶିକ୍ଷକମାନଙ୍କ ଭୂମିକା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରତିଦିନ ଏଥିନିମନ୍ତେ ୧୨ ଘଣ୍ଟା ପଢ଼ାପଢ଼ିରେ ଦେବାକୁ ପଡ଼ୁଥିଲା। ଏବେ ସେ ୟୁପିଏସ୍‌ସି ମେନ୍‌ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ତେବେ ଓପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବାରୁ ଖୁବ୍‌ ଖୁସୀ ଲାଗୁଛି। ଯେକେହି ଦୃଢ଼ ଲକ୍ଷ୍ୟ ରଖି ପଢ଼ାପଢ଼ି କରିବ ସଫଳତା ପାଇପାରିବ।

Odisha OAS Result Odisha Jobs