Advertisment

ଛୁଟିରେ ଯାଇଛନ୍ତି ଡାକ୍ତର; ଡାକ୍ତରଖାନାରେ ରୋଗୀ ଦେଖିଲେ ବିଧାୟକ

ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ଜଣ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଛୁଟିରେ ଯାଇଛନ୍ତି।

ଅଦ୍ୟତନ ହୋଇଛି
undefined

Rajgangpur MLA

Advertisment

ପୂଜା ପାଇଁ ଛୁଟିରେ ଯାଇଛନ୍ତି ଡାକ୍ତର। ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକ ଡାକ୍ତର। ଫଳରେ ହଇରାଣ ହେଉଛନ୍ତି ରୋଗୀ। ଏହା ଦେଖି ନିଜେ  ରୋଗୀ ଦେଖିଛନ୍ତି ବିଧାୟକ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।  

Advertisment

ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ ଜଣ ଡାକ୍ତର ଅଛନ୍ତି। ସେଥିରୁ ୩ ଜଣ ନିୟମିତ ହୋଇଥିବା ବେଳେ ଅନ୍ୟମାନେ ନିୟମିତ ହୋଇନାହାନ୍ତି।  ଏହି ୬ ଡାକ୍ତରଙ୍କ ମଧ୍ୟରୁ ଦଶହରା ପାଇଁ ୫ ଜଣ ଛୁଟିରେ ଯାଇଛନ୍ତି। ତେଣୁ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀ ଦେଖୁଛନ୍ତି। ମାତ୍ର ଜଣେ ଡାକ୍ତର ଥିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। କେହି କେହି ବାଧ୍ୟ ହୋଇ ଫେରିଯାଉଛନ୍ତି। ଏହି ଖବର ପାଇ ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା।

ସ୍ଥିତି ଦେଖିବା ପରେ ବିଧାୟକ ଫୋନ୍ କରିଥିଲେ ସିଡିଏମ୍‌ଓଙ୍କୁ। ସମସ୍ୟାର ସମାଧାନ ନେଇ ସିଡିଏମ୍‌ଓ ଅକ୍ଷମତା ପ୍ରକାଶ କରିବାରୁ ବିଧାୟକ ନିଜେ ରୋଗୀ ଦେଖିବାକୁ ବସିଥିଲେ। କାରଣ ସେ ନିଜେ ଜଣେ ଡାକ୍ତର।   

Advertisment

ବିଧାୟକ ଡାକ୍ତର ସି.ଏସ୍ ରାଜନ ଏକ୍କା କହିଛନ୍ତି, ଡାକ୍ତରଖାନାରେ ଜଣେ ଡାକ୍ତର ଅଛନ୍ତି। ସେ ଓପିଡି ସମ୍ଭାଳିବା ସହ ଓଟି ଓ ଅନ୍ୟାନ କାମ କରୁଛନ୍ତି। ଜଣେ ଡାକ୍ତର ଏକାବେଳେ ସବୁ ସମ୍ଭାଳିବା ସମ୍ଭବପର ହେଉ ନାହିଁ। ଏଥିପାଇଁ ବହୁତ ସଂଖ୍ୟାର ରୋଗୀ ଆସି ଫେରି ଯାଉଛନ୍ତି। ଏନେଇ ମୁଁ ସିଡିଏମଓଙ୍କ ସହ କଥା ହୋଇଥିଲି। ଡାକ୍ତରମାନେ ଛୁଟିରେ ଯାଇଛନ୍ତି ବୋଲି ସେ ମୋତେ କହିଥିଲେ। ସିଡିଏମଓ ନୂଆ ଆସିଛନ୍ତି। ଅନ୍ୟ ଡାକ୍ତର ଯୋଗାଇ ଦେବା ନେଇ ସେ ତାଙ୍କ ଅକ୍ଷମତା ମଧ୍ୟ ପ୍ରକାଶ କରିଥିଲେ। ସିଡିଏମଓଙ୍କ କଥା ଶୁଣି ମୁଁ ନିଜେ ରୋଗୀ ଦେଖି ପାରିବି ବୋଲି ଭାବିଥିଲି। ଏଇଟା ମୋ ପ୍ରୋଫେସନ୍‌। ଡାକ୍ତରଖାନା ପାଇଁ ଆହୁରି ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏନେଇ ମୁଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବି।

ସେ ଆହୁରି କହିଛନ୍ତି, ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ନାହାନ୍ତି ବୋଲି ମୁଁ ବିଧାନସଭାରେ ମଧ୍ୟ କଥା ଉଠାଇଥିଲି। ଡାକ୍ତରୀ ପଦ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କୁ ଗୁହାରୀ କରିଥିଲି। ହେଲେ ଏପର୍ଯ୍ୟନ୍ତ ଫଳପଦ ହୋଇନାହିଁ।

ଅନ୍ୟପକ୍ଷରେ ଏକାବେଳେ ୫ ଜଣ ଡାକ୍ତରଙ୍କୁ କାହିଁକି ଛୁଟି ଦିଆଗଲା ବୋଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରଶ୍ନ କରିଛନ୍ତି। 

Rajgangpur MLA Sundargrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe