ମାଆର ହାତ ନାହିଁ, କନ୍ଦେଇଦେଲା କୁନି ପୁଅର କଥା | Odisha Reporter
ଗୋଡ ନଥିଲେ ଯିଏ ଦୁନିଆ ବୁଲାଇପାରେ । ଆଖି ନଥିଲେ ଯିଏ, ବ୍ରହ୍ମାଣ୍ଡ ଦେଖାଇପାରେ । ହାତ ନଥିଲେ ଯିଏ କୋଳେଇ ନେଇପାରେ । ସେ କେବଳ ମା'। ଛୋଟ ବକ୍ଷରେ ବୃହତ କଷ୍ଟକୁ ସମ୍ଭାଳି ରଖିବାର ଏକ ମୂର୍ମୟୀ ଗନ୍ତାଘର । ଅସମ୍ଭାଳ ଯନ୍ତ୍ରଣା ଏବଂ ଅସହ୍ୟ ବେଦନାକୁ ଚାପି ରଖି ସନ୍ତାନ ଆଗରେ ହସିବାର ଅଭିନୟ କରୁଥିବା ଜଣେ ନିଛକ କଳାକାର । ତା ପେଟର ଭୋକ କେବେ ପାଟି କୁହେନି କିମ୍ବା ତା ପିଠିର ଯନ୍ତ୍ରଣା କେବେ ତୁଣ୍ଡ ଖୋଲେନି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
