Advertisment

ମରିଗଲାଣି ମାନବିକତା; ପୁଅ ପାଇଁ ଆଲୋଡା ହେଲେ ବୃଦ୍ଧ ବାପା-ମା’

କିଛି ଉପାୟ ନପାଇ ବାର୍ଦ୍ଧକ୍ୟରେ ରୋଗୀଣା ପତ୍ନୀଙ୍କୁ ଧରି ଘରୁ ବାହାରି ଆସିଲେ ଭରତ ନାଏକ। ଏବେ ଝାଟିମାଟିର ଘର ଭିତରେ ନାନା ଦହଗଞ୍ଜ ହେଉଛନ୍ତି। ଗୋରୁ ଚରାଇ ଯାହା ରୋଜଗାର କରୁଛନ୍ତି, ସେଥିରେ ଚଳୁଛନ୍ତି।

author-image
Manoj Swain

କେତେ ପୂଜାପାଠ କରି ପୁଅଟିଏ ପାଇଥିଲେ ! ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ଆଶାବାଡ଼ି ହେବ। ହେଲେ ପୁଅ ହାତ ଧରିବା ପରିବର୍ତ୍ତେ ହାତ ଛାଡ଼ି ଦେଲା। ମା' ବାପାଙ୍କୁ ଘରୁ ବାହାର କରିଦେଲା। କିଛି ଉପାୟ ନପାଇ ବାର୍ଦ୍ଧକ୍ୟରେ ରୋଗୀଣା ପତ୍ନୀଙ୍କୁ ଧରି ଘରୁ ବାହାରି ଆସିଲେ ଭରତ ନାଏକ। ଏବେ ଝାଟିମାଟିର ଘର ଭିତରେ ନାନା ଦହଗଞ୍ଜ ହେଉଛନ୍ତି। ଗୋରୁ ଚରାଇ ଯାହା ରୋଜଗାର କରୁଛନ୍ତି, ସେଥିରେ ଚଳୁଛନ୍ତି। ହେଲେ ପତ୍ନୀଙ୍କ ଚିକିତ୍ସା କରିପାରୁ ନାହାନ୍ତି। ହୃଦୟକୁ ଦୋହଲାଇ ଦେଲା ପରି ଖବର ଖଣି ଖାଦାନ ଭରା କେନ୍ଦୁଝରରୁ ଆସିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Kendujhar