ଜାତୀୟ ସ୍ୱାଧୀନତା ଦିବସ ସମାରୋହକୁ ଓଡ଼ିଶାର ଚାଷୀ ସନ୍ତୋଷିନୀ ଓ ଯୁବରାଜ,ଦିନ ମଜୁରିଆ ଅକ୍ଷୟଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ସରକାର

ଏହି ଜାତୀୟ ସମାରୋହରେ ବିଶେଷ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ଓ ସମାଜର ବିଭିନ୍ନ ବର୍ଗର ସାଧାରଣ ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି ।

Lal Killa

ଦିଲ୍ଲୀର ଲାଲ କିଲ୍ଲା (ଫାଇଲ ଫଟୋ)

Ordigital Desk
  • Published: Saturday, 12 August 2023
  • Updated: 12 August 2023, 08:16 PM IST

Sports

Latest News

ଚଳିତବର୍ଷ ଜାତୀୟ ସ୍ୱାଧୀନତା ଦିବସ ସମାରୋହକୁ ଓଡ଼ିଶାର ଦୁଇଜଣ ଚାଷୀ ସନ୍ତୋଷିନୀ ମିଶ୍ର, ଯୁବରାଜ ଛତ୍ରିଆ ଓ ମନରେଗା ଶ୍ରମିକ ଅକ୍ଷୟ ଜୟଫୁଲଙ୍କୁ କେନ୍ଦ୍ର ସରକାର ନିମନ୍ତ୍ରଣ କରିଛନ୍ତି । ଆସନ୍ତା ୧୫ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ସମାରୋହରେ ଓଡ଼ିଶାର ଏହି ୩ ଜଣଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଦେଖିବାକୁ ମିଳିବ । ଏହି ଜାତୀୟ ସମାରୋହରେ ବିଶେଷ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ଓ ସମାଜର ବିଭିନ୍ନ ବର୍ଗର ସାଧାରଣ ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି ।

ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ ପ୍ରଧାନମନ୍ତ୍ରୀ କିଷାନନିଧି(ପିଏମ କିଷାନ) ଯୋଜନାରେ ବିଭିନ୍ନ କିସ୍ତିରେ ୨୮ହଜାର ଟଙ୍କା ପାଇଛନ୍ତି ଓ ସେହି ଟଙ୍କାରେ ନିଜ ଜମିରେ ମାଣ୍ଡିଆ ଚାଷ କରୁଛନ୍ତି । ସୁନାବେଡ଼ା ଅଭୟାରଣ୍ୟର ଘଂଚ ଜଙ୍ଗଲରେ ବସବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଯୁବରାଜ ନିଜ ପ୍ରଚେଷ୍ଟାରେ ସଫଳତାର ସହିତ ମାଣ୍ଡିଆ ଚାଷ କରିପାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ପାଇବା ପରେ ଯୁବରାଜ ଓ ତାଙ୍କ ପତ୍ନୀ ଆସମତି ଛତ୍ରିଆ ଦିଲ୍ଲୀ ଯାଉଛନ୍ତି । ଉଭୟ ପତି-ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେହିପରି ସୋନପୁର ଜିଲ୍ଲାର ଜୈବିକ ଚାଷୀ ସନ୍ତୋଷିନୀ ମିଶ୍ରଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିଛି । ଦୀର୍ଘ ୭ବର୍ଷ ଧରି ସେ ନିଜର ୭ ଏକର ପରିମିତି ଚାଷ ଜମିରେ ଜୈବିକ ପ୍ରଣାଳୀରେ ସମନ୍ୱିତ ଚାଷ କରୁଛନ୍ତି । ନିଜ ଜମିରୁ ଉତ୍ପାଦିତ ଫସଲକୁ ସେ କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ ବିକ୍ରି କରୁଛନ୍ତି । ତାଙ୍କର ଏହି ଜୈବିକ ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇଛି । ତାଙ୍କୁ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହକୁ ନିମନ୍ତ୍ରଣ ମିଳିଥିବାରୁ ଏହା ତାଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି କହିଛନ୍ତି । ଜଣେ ସଫଳ ଚାଷୀ ଭାବେ ସରକାରଙ୍କର ଏହି ସ୍ୱୀକୃତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Also Read

ମନରେଗା ଜବକାର୍ଡ ଧାରୀ ଦିନ ମଜୁରିଆ ହେଉଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚାନ୍ଦିଲି ପଂଚାୟତର ପିଗଞ୍ଜି ଗାଁର ଅକ୍ଷୟ ଜୟଫୁଲ । ତାଙ୍କ ପତ୍ନୀ ରେଣୁକା ରାଣୀ ମଧ୍ୟ ଜବକାର୍ଡଧାରୀ ଶ୍ରମିକ । ଚାନ୍ଦିଲି ପଂଚାୟତରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଏକ ଅମୃତ ସରୋବର ଖନନ ହୋଇଥିଲା ଓ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ଅକ୍ଷୟ । ସେହି କାର୍ଯ୍ୟ କରିବାବେଳେ ତାଙ୍କ ନିଷ୍ଠା ଓ ସହଯୋଗ ଯୋଗୁ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ତାଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ମନରେଗା ଡିଭିଜନ ପକ୍ଷରୁ ନିମନ୍ତ୍ରଣ ମିଳିବା ପରେ ସେ ନିଜ ପତ୍ନୀ ସହ ଦିଲ୍ଲୀ ଯାତ୍ରା କରିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story