Advertisment

ଅସହାୟ ମହିଳାଙ୍କ ଶବ ସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ

ଚିକିତ୍ସାଧୀନ ଅବସ୍ଥାରେ ମହିଳା ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ପରିଚୟ ମିଳିପାରିନଥିଲା। ତେଣୁ ନିୟମ ମୁତାବକ ଶବକୁ ତିନିଦିନ ମର୍ଗରେ ରଖାଯାଇଥିଲା।

Balangir

Balangir

Advertisment

ପୁଣି ଏକ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ। ଜୁଲାଇ ୧୯ ତାରିଖରେ ବଲାଙ୍ଗିର ଜିଲ୍ଲା ସଇଁତଳା ରେଳ ଧାରଣାରୁ ଜଣେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ରେଳବାଇ ପୁଲିସ। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଚିକିତ୍ସାଧୀନ ଅବସ୍ଥାରେ ମହିଳା ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ପରିଚୟ ମିଳିପାରିନଥିଲା। ତେଣୁ ନିୟମ ମୁତାବକ ଶବକୁ ତିନିଦିନ ମର୍ଗରେ ରଖାଯାଇଥିଲା। ଶବ ସତ୍କାର ପାଇଁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଅନୁରୋଧ କରିଥିଲା ରେଳବାଇ ପୁଲିସ। ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଶାବକୁ ସମ୍ମାନର ସହିତ ସଂସ୍କାର କରିଥିଲେ। ଜଣା ଶୁଣା ଡାକ୍ତର ବେଣୁଧର ପାଣ୍ଡେ ଦାହ ସଂସ୍କାରରେ ସାମିଲ ହୋଇ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe