Advertisment

ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଥିଲେ, ଲଜ୍‌ରୁ ଉଲଗ୍ନ ଅବସ୍ଥାରେ ଧରାପଡ଼ିଲେ

୨୦୧୯ ମସିହାରେ ରେଖା ମାଆ ହୋଇଥିଲେ ଓ ରଞ୍ଜୀତ ବାପା ହୋଇଥିଲେ। ଉଭୟଙ୍କ କୋଳକୁ ଆସିଥିଲା କୋଳ ନନ୍ଦନ। ହସ ଖୁସିରେ ବିତୁଥିଲା ପରିବାର। ହେଲେ ରେଖାଙ୍କ ମନ କିନ୍ତୁ ରଞ୍ଜୀତଙ୍କ ପାଖରେ ଲାଗୁନଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Woman

Woman

ପ୍ରେମ ବିବାହ କରିଥିଲେ। ଆଉ ସ୍ୱାମୀଙ୍କ ସହ ଘର ସଂସାର ଗଢ଼ିଥିଲେ। ପୁତ୍ର ସନ୍ତାନର ମାଆ ମଧ୍ୟ ହୋଇଥିଲେ। ହେଲେ ସେଥିରେ ମନ ପୂରିଲା ନାହିଁ। ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ପଳାଇ ଯାଇଗଲେ। ଆଉ ଏବେ ପ୍ରେମିକ ସହ ଲଜ୍‌ରୁ ଉଲଗ୍ନ ଅବସ୍ଥାରେ ଧରା ପଡ଼ିଲେ ମହିଳା। ଏହି ଘଟଣା ଖୋର୍ଦ୍ଧା ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

Advertisment

ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚଳର ରଞ୍ଜୀତ(ଛଦ୍ମନାମ) ଦୀର୍ଘ ଦିନ ଧରି ରେଖା(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ରଖା ମଧ୍ୟ ରଞ୍ଜୀତଙ୍କୁ ମନ ଦେଇବସିଥିଲେ। ୨୦୧୭ ମସିହାରେ ଦୁଇ ମନର ମିଳନ ହୋଇଥିଲା। ଉଭୟ ପ୍ରେମ ବିବାହ କରିଥିଲେ। ବାହାଘର ପରେ ରେଖା ଶାଶୁ ଘରକୁ ଚାଲି ଯାଇଥିଲେ। ଆଉ ରୋଜଗାର ଆଶାରେ ରଞ୍ଜୀତ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ଓଲା କମ୍ପାନୀରେ ଗାଡ଼ି ଚଲାଉଥିଲେ। ମଝିରେ ମଝିରେ ଗାଁକୁ ଯାଉଥିଲେ ଓ ଘର ଚଳାଇବା ପାଇଁ ନିୟମିତ ରେଖାଙ୍କୁ ଟଙ୍କା ଦେଉଥିଲେ।

୨୦୧୯ ମସିହାରେ ରେଖା ମାଆ ହୋଇଥିଲେ ଓ ରଞ୍ଜୀତ ବାପା ହୋଇଥିଲେ। ଉଭୟଙ୍କ କୋଳକୁ ଆସିଥିଲା କୋଳ ନନ୍ଦନ। ହସ ଖୁସିରେ ବିତୁଥିଲା ପରିବାର। ହେଲେ ରେଖାଙ୍କ ମନ କିନ୍ତୁ ରଞ୍ଜୀତଙ୍କ ପାଖରେ ଲାଗୁନଥିଲେ। ଏହାରି ଭିତରେ ସେ ଆଉ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଆଉ ସ୍ୱାମୀଙ୍କ ଅନୁପସ୍ଥିତିରେ ଘରେ ଥିବା ଗହଣାପତ୍ର, ଟଙ୍କା ଓ ପୁଅକୁ ଧରି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ପ୍ରେମିକାରୁ ପତ୍ନୀ ହୋଇଥିବା ରେଖା ଘରୁ ପଳାଇ ଯାଇଥିବା ଶୁଣି ବିଚଳିତ ହୋଇପଡ଼ିଥିଲେ ରଞ୍ଜୀତ। ଆଉ ରେଖା ଓ ପୁଅକୁ ଚାରିଆଡ଼େ ଖୋଜିଥିଲେ। ହେଲେ ପାଇନଥିଲେ। ଦିନେ ରଞ୍ଜୀତ ଶୁଣିବାକୁ ପାଇଲେ ଯେ, ରେଖା ଭୁବନେଶ୍ୱର କ୍ୟାପିଟାଲ୍‌ ଥାନା ଅଞ୍ଚଳରେ ଥିବା ଏକ ଲଜରେ ରହିଛନ୍ତି। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ କ୍ୟାପିଟାଲ୍‌ ପୁଲିସ୍‌ ସହୟତାରେ ରଞ୍ଜୀତ ଉକ୍ତ ଲଜ୍‌ରେ ପହଞ୍ଚିଥିଲେ। ଆଉ ରେଖା ଓ ତାଙ୍କ ପ୍ରେମିକଙ୍କୁ ଉଲଗ୍ନ ଅବସ୍ଥାରେ ଧରିଥିଲେ। ଶୋଇଥିବା ଅବସ୍ଥାରେ ପୁଅକୁ ଉଦ୍ଧାର କରିଥିଲେ। ଏଥିସହ ରେଖା ଘରୁ ନେଇଥିବା ଗହଣା ଓ ଟଙ୍କା ଉକ୍ତ ଲଜରୁ ଉଦ୍ଧାର କରିଥିଲେ। ଉଭୟଙ୍କୁ କ୍ୟାପିଟାଲ୍‌ ଥାନାକୁ ନେଇଥିଲା ପୁଲିସ୍‌। ରେଖାଙ୍କ ପ୍ରେମିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ରଞ୍ଜୀତ।

Bhubaneswar Bhubaneswar News Khorda