କୁହନ୍ତି ଯାହାକୁ ଦଇବ ସାହା ତାର କିଏ ବା କଣ କରିପାରିବ ? କାରଣ ମହାନଦୀର ଅତଳାତଳ ପାଣି ଡରାଇ ପାରିନଥିଲା ତାଙ୍କୁ, ଦମ୍ଭର ସହ ମୁକାବିଲା କରିଥିଲେ ଅକାତକାତ ପାଣିକୁ, ପାଣି ଭିତରେ ପ୍ରାୟ ୫୦ କିଲୋମିଟର ସେ ଲଢେଇ କରିଥିଲେ ଆଉ ଜୀବନକୁ ଜିତିଥିଲେ ସେ। ଛତିଶଗଡ଼ ପୁରଥରୁ ଝାରସୁଗୁଡ଼ା ପଲସଦା, ପାଣି ଭିତରେ ପ୍ରାୟ ୫୦ କିଲୋମିଟର, ପୁଣି ହାତରେ ପାଦରେ ଲୁହା ବେଡି, ତଥାପି ଜିତିଥିଲେ ଜୀବନର ଯୁଦ୍ଧ। ଭାବିଲେ ଯେତିକି ଅଜବ ଲାଗୁଛି ମହିଳାଙ୍କୁ ଜୀବିତ ଦେଖି ତାଠୁ ବି ଅଧିକ ଆଶ୍ଚର୍ଯ୍ୟ ଲୋକେ ।