Advertisment

ଦିବ୍ୟାଙ୍ଗ ଯୁବକଙ୍କ ଗୁହାରୀ;‘ଜିଲ୍ଲାପାଳ ମହାଶୟ, ମୋ ପାଇଁ ଜୀବନସାଥୀଟିଏ ଯୋଗାଡ କରି ଦିଅନ୍ତୁ’

ଏନେଇ ଜିଲ୍ଲାପାଳ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଦ୍ୟତନ ହୋଇଛି
Anugul

Anugul

Advertisment

“ଜିଲ୍ଲାପାଳ ମହାଶୟ, ମୁଁ ଦିବ୍ୟାଙ୍ଗ। ଏଥିପାଇଁ ମୋତେ କେହି ଝିଅ ଦେଉ ନାହାନ୍ତି। ମୋ ବାପା ମା’ ବୁଢ଼ାବୁଢ଼ୀ ହୋଇଗଲେଣି। ସେମାନେ ରୋଷେଇ ବାସ କରି ଖାଇପାରୁ ନାହାନ୍ତି। ବଡ ଭାଇ ଅଲଗା ରହୁଥିବାରୁ ଚଳଣିରେ ଅସୁବିଧା ହେଉଛି। ତେଣୁ ମୋ ପାଇଁ ନିହାତି ଜଣେ ଜୀବନସାଥୀ ଦରକାର। ଆପଣ ଅନୁଗୋଳର କୌଣସି ଆଶ୍ରମରୁ ମୋ ପାଇଁ ଜୀବନସାଥୀ ବନ୍ଦୋବସ୍ତ କଲେ, ମୁଁ ଉପକୃତ ହେବି। ”

Advertisment

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜଣେ ଦିବ୍ୟାଙ୍ଗ ଯୁବକ ନିଜ ପାଇଁ ଏକ ଜୀବନସାଥୀ ଖୋଜିଦେବା ପାଇଁ ଦରଖାସ୍ତ ଲେଖି ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି। ଯୁବକଙ୍କ ଅଜବ ଆବେଦନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲାରେ।

ଗତକାଲି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଖୋଦ୍ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିଲେ। ଲୋକମାନେ ଧାଡ଼ିରେ ଆସି ସମସ୍ତେ ଦରଖାସ୍ତ ମାଧ୍ୟମରେ ନିଜ ଅଭିଯୋଗ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ମଧ୍ୟ ସମସ୍ତ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଥିଲେ।

Advertisment
anugulଜିଲ୍ଲାପାଳଙ୍କୁ ଦିବ୍ୟାଙ୍ଗ ଯୁବକ ଦରଖାସ୍ତ ଦେଉଥିବା ସମୟର ଦୃଶ୍ୟ

ଏହି ସମୟରେ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ନୂଆପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନପୁଅ ସଞ୍ଜିବ ମହାପାତ୍ର ଦରଖାସ୍ତ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଥିଲେ। ହେଲେ ତାଙ୍କର ଅଭିଯୋଗ ଆବେଦନ ଥିଲା ଟିକିଏ ଅଜବ। ଜୀବନ ସାଥୀଟିଏ ଖୋଜିଦେବାକୁ ଜିଲ୍ଲାପାଳଙ୍କୁ  ସେ ଗୁହାରି କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ଏନେଇ ଜିଲ୍ଲାପାଳ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Anugul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe