ଛାଡ଼ଖାଇରେ ରାଶି ଅନୁସାରେ ଖାଆନ୍ତୁ ଆମିଷ ସାମଗ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷ ହେଲା କାର୍ତ୍ତିକ ମାସ। ଆସନ୍ତା କାଲି ଅର୍ଥାତ୍‌ ଶନିବାର ଛାଡ଼ଖାଇ। ସମ୍ପୂର୍ଣ୍ଣ ଗୋଟିଏ ମାସ ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ତେବେ ଛାଡ଼ଖାଇ ପାଳନକୁ ନେଇ ଏବେ ସୋଶାଲ୍‌ ମିଡିଆରେ କିଛି ଭିଡିଓ ଓ ଫଟୋ ଭାଇରାଲ୍‌ ହେଉଛି। ଏପରି ଭାଇରାଲ୍‌ ହୋଇଥିବା ଏକ ପୋଷ୍ଟ୍‌ରେ ରାଶି ଅନୁସାରେ ଛାଡ଼ଖାଇରେ ବିଭିନ୍ନ ଆମିଷ ସାମଗ୍ରୀ ଖାଇବାକୁ ପରାମର୍ଶ ଦିଆଯାଇଛି। ଆସନ୍ତୁ […]

1

Sangita Sahoo
  • Published: Friday, 23 November 2018
  • , Updated: 23 November 2018, 08:02 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷ ହେଲା କାର୍ତ୍ତିକ ମାସ। ଆସନ୍ତା କାଲି ଅର୍ଥାତ୍‌ ଶନିବାର ଛାଡ଼ଖାଇ। ସମ୍ପୂର୍ଣ୍ଣ ଗୋଟିଏ ମାସ ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା'ନ୍ତି। ତେବେ ଛାଡ଼ଖାଇ ପାଳନକୁ ନେଇ ଏବେ ସୋଶାଲ୍‌ ମିଡିଆରେ କିଛି ଭିଡିଓ ଓ ଫଟୋ ଭାଇରାଲ୍‌ ହେଉଛି। ଏପରି ଭାଇରାଲ୍‌ ହୋଇଥିବା ଏକ ପୋଷ୍ଟ୍‌ରେ ରାଶି ଅନୁସାରେ ଛାଡ଼ଖାଇରେ ବିଭିନ୍ନ ଆମିଷ ସାମଗ୍ରୀ ଖାଇବାକୁ ପରାମର୍ଶ ଦିଆଯାଇଛି।

ଆସନ୍ତୁ ଜାଣିବା, ସୋଶାଲ୍‌ ମିଡିଆର ଏହି ଟ୍ରେଣ୍ଡିଂ ଅନୁସାରେ କେଉଁ ରାଶିର ବ୍ୟକ୍ତି ଛାଡ଼ଖାଇରେ କି ପ୍ରକାର ଆମିଷ ସାମଗ୍ରୀ ଖାଇବା ଭଲ।

ମେଷ- ଖାସି ମାଂସ ତରକାରୀ

ବୃଷ- ଦେଶୀ କୁକୁଡ଼ା ମାଂସ ଝୋଳ

ମିଥୁନ- ଚୁନା ମାଛ ବେସର

କର୍କଟ- ମାଟି ହାଣ୍ଡି ମାଂସ

ସିଂହ- ମାଣ୍ଡିଆ କଙ୍କଡ଼ା ଝୋଳ

କନ୍ୟା- ଇଲିସି ବେସର

ତୁଳା- କୁକୁଡ଼ା ମାଂସ ତରକାରି

ବିଚ୍ଛା- ରୋହି ମାଛ ଝୋଳ

ଧନୁ- ନଈ ଚୁଙ୍ଗୁଡ଼ି ଝୋଳ

ମକର- ପୋହଳା ମସଲା

କୁମ୍ଭ- ଅଣ୍ଡା ତରକାରି

ମାନ- ପୋଇ ଚୁଙ୍ଗୁଡ଼ି

ଯେଉଁ ମାନଙ୍କୁ ନିଜ ରାଶି ଜଣା ନାହିଁ ସେମାନେ ସାଧା ଖାଇବାକୁ ଟ୍ରେଣ୍ଡ୍‌ ପୋଷ୍ଟ୍‌ରେ ପରାମର୍ଶ ଦିଆଯାଇଛି। 

Related story