Advertisment

ହୁଇସିଲ୍‌ ମାରି କିଳାକୁ ଆଣ!

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର ଜେନା): ଆଜ୍ଞା ଶୀର୍ଷକ ପଢ଼ି କିଛି ଖରାପ ଭାବିଲେ କି? ନାଇଁ ମ! ନୂଆବର୍ଷଟା କେତେ ଖୁସିମଜା ହେଉଛନ୍ତି ସେଥିପାଇଁ ଆପଣଙ୍କୁ ଅବଗତ କରାଇବା ଆଳରେ ସେହି ଖୁସି ମଜା ଶୈଳୀରେ ଗୋଟିଏ ବଡ଼ ଖବର ଆଣିଛୁ। ଆପଣ ଆଜି ପଢ଼ିବା ଦରକାର। ନେହେଲେ ନୂଆବର୍ଷ ହେବା ବେଳକୁ ନିଜ ପକେଟରୁ ଠନ୍ ଠନ୍ ଗଣିବାକୁ ହେବ। ଆଉ କିଛି ସମୟ ପରେ ଇତି ହେବ ୨୦୧୯। ସ୍ୱାଗତ କରିବୁ ୨୦୨୦କୁ। ରାତିରେ […]

ଅଦ୍ୟତନ ହୋଇଛି
ହୁଇସିଲ୍‌ ମାରି କିଳାକୁ ଆଣ!

naveen cartoon

Advertisment

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର ଜେନା): ଆଜ୍ଞା ଶୀର୍ଷକ ପଢ଼ି କିଛି ଖରାପ ଭାବିଲେ କି? ନାଇଁ ମ! ନୂଆବର୍ଷଟା କେତେ ଖୁସିମଜା ହେଉଛନ୍ତି ସେଥିପାଇଁ ଆପଣଙ୍କୁ ଅବଗତ କରାଇବା ଆଳରେ ସେହି ଖୁସି ମଜା ଶୈଳୀରେ ଗୋଟିଏ ବଡ଼ ଖବର ଆଣିଛୁ। ଆପଣ ଆଜି ପଢ଼ିବା ଦରକାର। ନେହେଲେ ନୂଆବର୍ଷ ହେବା ବେଳକୁ ନିଜ ପକେଟରୁ ଠନ୍ ଠନ୍ ଗଣିବାକୁ ହେବ।

Advertisment

ଆଉ କିଛି ସମୟ ପରେ ଇତି ହେବ ୨୦୧୯। ସ୍ୱାଗତ କରିବୁ ୨୦୨୦କୁ। ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ସହର ଗୁଡ଼ିକରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ। ହୋଟେଲ୍‌, ରେସ୍ତୋରାଁ ଓ କ୍ଲବ ପକ୍ଷରୁ ହାଇଫାଇ ଆୟୋଜନ କରାଯାଇଛି। ନୂଆବର୍ଷ ସେଲିବ୍ରେସନ୍‌କୁ ଟିକେ ରଙ୍ଗୀନ କରିବା ପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ। ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ। ଏଥିପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

ରାଜଧାନୀ ଭୁବନେଶ୍ୱର ଓ କଟକ ମହାନଗର ନିଗମ ସହ ପୁରୀ ପୌରାଞ୍ଚଳରେ ମଦ ଦୋକାନଗୁଡ଼ିକ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ। ଡିସେମ୍ବର ୩୧ ତାରିଖରେ ରାତି ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହୋଇପାରିବ। ମଦ ଦୋକାନ ଓ ବାର୍‌ରେ ମିଳିବ ବିଦେଶୀ ମଦ।

Advertisment

ମନେ ରଖନ୍ତୁ ସରକାର ଟ୍ରାଫିକ୍ ଆଇନ୍ ଲାଗୁ କରିଛନ୍ତି। ଯେଉଁମାନେ ଟ୍ରାଫିକ୍ ଆଇନ ଉଲ୍ଲଂଘନ କରିବେ ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ। ଆଉ ମଦୁଆଙ୍କୁ ସାବାଡ଼୍‌ କରିବା ପାଇଁ ଛକ ଛକରେ ଜଗିଛି ପୁଲିସ। ତେଣୁ ଆଜି ଯଦି ଅତି ଖୁସି ହୋଇ ବିଳମ୍ୱିତ ରାତିରେ ମଦ ପିଇବେ ତାହେଲେ ଫେରିଲା ବେଳେ ନବୀନ ସରକାରଙ୍କ ରାଜକୋଷକୁ ଆପଣଙ୍କ ପକେଟରୁ ଭରିବେ। ନିକଟରେ ରାଜସ୍ୱ କମିଛି ବୋଲି ସରକାର କହିଛନ୍ତି। ଏବେ ରାଜସ୍ୱ ଚିନ୍ତା ଘାରିଛି ସରକାରଙ୍କୁ। ନୂଆବର୍ଷରେ ଲୋକେ ରଙ୍ଗୀନ। ଆଉ ଏହି ରଙ୍ଗୀନ ନିଶାରେ ପଇସା ରୋଜଗାର କରିବା ପାଇଁ ସରକାର ମଧ୍ୟ ବିଳମ୍ୱିତ ରାତି ଯାଏ ମଦ ଦୋକାନ ଖୋଲିବାକୁ କହିଛନ୍ତି। ହେଲେ ମଦ ପିଇ କେମିତି ଆସିବେ କେମିତି ପୁଲିସକୁ ଫାଙ୍କିବେ ନିଷ୍ପତ୍ତି ଆପଣଙ୍କର। ମୁଁ କେବଳ କହିଦେଲି, ସରକାରଙ୍କ ହୁଇସିଲି ମାରି କିଳାକୁ ଆମନ୍ତ୍ରଣ ବାବଦରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe