ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ଗୋଟିଏ ମେସେଜ୍‌ରେ ବ୍ରେକ୍‌ଅପ୍‌। ଛାଡ଼ି ଚାଲିଗଲା ପ୍ରେମିକା। କିନ୍ତୁ ମେସେଜ୍‌ରେ କଣ ଭୁଲ୍‌ ଥିଲା ଜାଣିପାରିଲେନି ପ୍ରେମିକ। ବିଚରା ଲୁହ ଗଡ଼ାଇବା ସାର ହେଲା। ପରେ ମାନସ ମନ୍ଥନ କରି ଜାଣିପାରିଲେ ନିଜର ଭୁଲ୍‌। ସୋଶାଲ ମିଡିଆର ବ୍ୟବହାର ଭଲଭାବରେ ଜାଣି ନଥିବାରୁ ଏଭଳି ଘଟିଛି। ପ୍ରକୃତ ଘଟଣା ଥିଲା ଏମିତି… ଶ୍ରୀତମଙ୍କ ସହିତ ହ୍ୱାଟ୍‌ସ ଆପ୍‌ରେ କଥା ହେଉଥିଲା ତାଙ୍କ ପ୍ରେମିକା ଗେହ୍ଲି। କଥା ହେଉ ହେଉ ଗେହ୍ଲି ନିଜ ଦୁଃଖ ଜଣାଇଥିଲେ ପ୍ରେମିକଙ୍କୁ। ଦୁଃଖ […]

emoji-copy-1

Tapas Behera
  • Published: Thursday, 14 November 2019
  • , Updated: 14 November 2019, 06:18 PM IST

ଗୋଟିଏ ମେସେଜ୍‌ରେ ବ୍ରେକ୍‌ଅପ୍‌। ଛାଡ଼ି ଚାଲିଗଲା ପ୍ରେମିକା। କିନ୍ତୁ ମେସେଜ୍‌ରେ କଣ ଭୁଲ୍‌ ଥିଲା ଜାଣିପାରିଲେନି ପ୍ରେମିକ। ବିଚରା ଲୁହ ଗଡ଼ାଇବା ସାର ହେଲା। ପରେ ମାନସ ମନ୍ଥନ କରି ଜାଣିପାରିଲେ ନିଜର ଭୁଲ୍‌। ସୋଶାଲ ମିଡିଆର ବ୍ୟବହାର ଭଲଭାବରେ ଜାଣି ନଥିବାରୁ ଏଭଳି ଘଟିଛି।

ପ୍ରକୃତ ଘଟଣା ଥିଲା ଏମିତି… ଶ୍ରୀତମଙ୍କ ସହିତ ହ୍ୱାଟ୍‌ସ ଆପ୍‌ରେ କଥା ହେଉଥିଲା ତାଙ୍କ ପ୍ରେମିକା ଗେହ୍ଲି। କଥା ହେଉ ହେଉ ଗେହ୍ଲି ନିଜ ଦୁଃଖ ଜଣାଇଥିଲେ ପ୍ରେମିକଙ୍କୁ। ଦୁଃଖ ତ ନିଜ ଲୋକ ପାଖରେ ହିଁ କୁହାଯାଏ ନା ! ଗେହ୍ଲି ମେସେଜ୍‌ରେ ଲେଖିଲେ, ଜାଣିଛ ‘ମୋ ମାମୁଁ ମରିଗଲେ।’

ଶ୍ରୀତମ ଏହି ମେସେଜ୍‌ ଦେଖିବାପରେ ଦୁଃଖ ପ୍ରକାଶ କଲେ। ପ୍ରେମିକାକୁ କଣ କହି ବୁଝେଇଲେ ସେ ତାଙ୍କୁ ନିଜର ଭାବିବ ଜାଣିପାରିଲେନି ଶ୍ରୀତମ। ବହୁତ ଭାବି ଚିନ୍ତି ଶେଷରେ ମେସେଜର ରିପ୍ଲାଏ ଦେଲେ।

ହେଲେ ମେସେଜ୍ ପଢି ପ୍ରେମିକା ନିଜର କ’ଣ ଭାବିବ ? ରାଗରେ ଏକଦମ୍‌ ପାଚି ଲାଲ୍। ସଙ୍ଗେ ସଙ୍ଗେ ଉଭୟଙ୍କ ବ୍ରେକଅପ୍ ହୋଇଗଲା। କିନ୍ତୁ ଏଥିରେ ଶ୍ରୀତମଙ୍କର ଭୁଲ୍ କେଉଁଠି ରହିଲା ସେ ଜାଣିପାରିଲେ ନାହିଁ।

ଶ୍ରୀତମ ସେହି ମେସେଜ୍‌କୁ ତାଙ୍କ ସାଙ୍ଗଙ୍କୁ ଦେଖେଇବାରୁ ତାଙ୍କ ସାଙ୍ଗ ମଧ୍ୟ ହସିହସି ଗଡ଼ିଗଲେ।

ଆଉ କହିଲେ ତୁ ଯାହା ମେସେଜ୍‌ ଦେଉଛୁ ସେଥିରେ ଯେ କେହି ବି ତୋ ସହ ବ୍ରେକ୍‌ଅପ୍‌ କରିଦେବ। କାରଣ ଶ୍ରୀତମ ତାଙ୍କ ପ୍ରେମିକା ପାଖକୁ ଗୋଟେ ଇମୋଜି ପଠାଇଥିଲେ। ଆଉ ଏହି ଇମୋଜିଟି ବ୍ୟକ୍ତି ପ୍ରବଳ ହସିବା ଦ୍ୱାରା ଲୁହ ବାହାରୁଥିବାରୁ ଦୃଶ୍ୟ ଦର୍ଶାଉଥିଲା। କିନ୍ତୁ ଶ୍ରୀତମ ଏହାକୁ କାନ୍ଦଣା ଚିତ୍ର ଭାବିଥିଲେ। ତା ପରେ ଶ୍ରୀତମଙ୍କ ଛାତି ଭିତରଟା…

Related story