Advertisment

ଏଣିକି ଉପାୟ ନାହିଁ, ଦିହେଁ ଦିହିଙ୍କି ଜଗ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାମ ମନ୍ଦିର ଖଟିରେ ଆଜି ଧୂମ୍‌ ମଉଜ ହେଲା। ସମସ୍ତେ ନିଜ ନିଜ ପୂର୍ବ ପ୍ରେମିକାଙ୍କ କଥା ମନେ ପକାଇଲେ। କିଏ କୋଉଠି ବାହା ହେଇଛି, କାହା ଫେସ୍‌ବୁକ୍‌ରେ କିଏ ଅଛି, ସବୁ କଥା ପଡ଼ିଲା। କିଛି କିଛି ଉତ୍ସାହୀ ଅବିବାହିତ ପ୍ରେମିକ ନିଜ ପୂର୍ବ ପ୍ରେମିକାଙ୍କ ରୁଚି ଅରୁଚି ସମ୍ପର୍କରେ ମଧ୍ୟ କହିବାକୁ  ଲାଗିଲେ। କାହାକୁ ପଣସ ଭଲ ଲାଗେ, କାହାକୁ କଦଳୀ, ସେ ବିଷୟରେ ମଧ୍ୟ ଚର୍ଚ୍ଚା ହେଲା। ତହିଁରୁ ବାହାରି […]

ଅଦ୍ୟତନ ହୋଇଛି
ଏଣିକି ଉପାୟ ନାହିଁ, ଦିହେଁ ଦିହିଙ୍କି ଜଗ

sss

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାମ ମନ୍ଦିର ଖଟିରେ ଆଜି ଧୂମ୍‌ ମଉଜ ହେଲା। ସମସ୍ତେ ନିଜ ନିଜ ପୂର୍ବ ପ୍ରେମିକାଙ୍କ କଥା ମନେ ପକାଇଲେ। କିଏ କୋଉଠି ବାହା ହେଇଛି, କାହା ଫେସ୍‌ବୁକ୍‌ରେ କିଏ ଅଛି, ସବୁ କଥା ପଡ଼ିଲା। କିଛି କିଛି ଉତ୍ସାହୀ ଅବିବାହିତ ପ୍ରେମିକ ନିଜ ପୂର୍ବ ପ୍ରେମିକାଙ୍କ ରୁଚି ଅରୁଚି ସମ୍ପର୍କରେ ମଧ୍ୟ କହିବାକୁ  ଲାଗିଲେ। କାହାକୁ ପଣସ ଭଲ ଲାଗେ, କାହାକୁ କଦଳୀ, ସେ ବିଷୟରେ ମଧ୍ୟ ଚର୍ଚ୍ଚା ହେଲା।

Advertisment

ତହିଁରୁ ବାହାରି ଜଣେ ଉଚ୍ଚ ଗୌରବର୍ଣ୍ଣର ଯୁବକ ବଡ଼ ଆନନ୍ଦିତ ମୁଖମୁଣ୍ଡଳରେ ରାମ ମନ୍ଦିର ସାମ୍ନାରେ ବିକ୍ରି ହେଉଥିବା ୫ଟଙ୍କିଆ ସିଙ୍ଗଡ଼ା ବି ବାଣ୍ଟିଲେ। ଆଉ ସମସ୍ତେ ସିଙ୍ଗଡ଼ା ଖାଇ ସାରିବା ପରେ ବାବୁ ଜଣକ ଗୋଟିଏ ଧାଡ଼ି କହିଲେ “ଏଣିକି ପର ଝିଅ ସ୍ତ୍ରୀ ସମାନ”।

ସବୁ ବିସ୍ମିତ ହେଲେ, ଆଉ ଏଭଳି କହିବାର ଅଭିପ୍ରାୟ ପଚାରିଲେ। ବାବୁ ଜଣକ ନିଜ ବାଇକ୍‌ ଉପରେ ଆସନ ଗ୍ରହଣ କରିବା ପରେ ଚତୁଃପାର୍ଶ୍ୱରେ ଉପରୋକ୍ତ ଆଖ୍ୟାୟିକାର ଭାବାର୍ଥ ବୁଝିବାକୁ ଚାତକ ପରି ବେଢିଗଲେ ବନ୍ଧୁମାନେ। ଏଭଳି ଉତ୍ସାହ ଦେଖି ବାଇକ୍‌ରେ ଆରୁଢ ହୋଇଥିବା ପ୍ରେମିକ ପ୍ରବର କହିଲେ-

Advertisment

“ସ୍ତ୍ରୀ ହେଉଛନ୍ତି ଆମର ସବୁଠାରୁ ଶ୍ରେଷ୍ଠ ସମ୍ପତ୍ତି। ତାଙ୍କୁ ସୁରକ୍ଷା ଦେବାକୁ ଆମେ ସବୁବେଳେ ଆଗେଇ ଆସୁ। ତାକୁ କିଏ ଚାହିଁଲେ କି ଛୁଇଁଲେ, ଆମ ଶ୍ରୀଅଙ୍ଗରେ କରେଣ୍ଟ ସଞ୍ଚରଣ ହୋଇଯାଏ। ଏଣୁ ଏହା ହେଉଛି ପତ୍ନୀଙ୍କ ପ୍ରତି ଆମର ଐକାନ୍ତିକ ଭାବ, ଯାହା ସର୍ବୋଚ୍ଚ ବୋଲି କୁହାଯାଇପାରେ। ଅତଃ ଆମେ ସମସ୍ତ ନାରୀଙ୍କୁ ନିଜର ପତ୍ନୀତୁଲ୍ୟ ଚିନ୍ତା କଲେ, ତାଙ୍କୁ ସୁରକ୍ଷା ଯୋଗାଇ ପାରିବା। ସ୍ୱାମୀ ନ ହୋଇ ମଧ୍ୟ ତାଙ୍କ ହସ ଟିକକ ପ୍ରାପ୍ତ କରି ମନେମନେ କୁତୁକୁତୁ ହୋଇପାରିବା। ଯଦି ପାରିବା ଆଉ ଟିକେ ଆଗକୁ ବି ବଢିପାରିବା।”

ଏ କଥା ଶୁଣି ୩୦+ ବୟସର ଜଣେ ଅଭିଜ୍ଞ ପ୍ରେମିକ କହିଲେ “ଏମିତି କଲେ ଗୋଟିଏ ମାଡ଼ ବି ତଳେ ପଡିବନି। ସବୁ ପିଠିରେ।”

କଥା ଶୁଣି ବାଇକ୍‌ ଆରୁଢ ବ୍ୟକ୍ତି ଜଣକ ସହାସ୍ୟ ବଦନରେ ଆଜି ସକାଳର ଖବରଟାକୁ ପରଷି ଦେଲେ।

କହିଲେ- “ଆରେ ବାଇଆ ତୁ ଜାଣିନୁ ବୋଧେ, ଏଣିକି ପରକୀୟା କଲେ କୋର୍ଟ ତୋ ପାଇଁ ଢାଲ ହେବେ। ଏଣୁ ମୁଁ ଯଦି ଏମିତି କରି ଆନନ୍ଦିତ ହେବି ଏବଂ ଅନ୍ୟକାହାକୁ ଆନନ୍ଦ ଦେବି ସେଥିରେ ଆପତ୍ତି କୋଉଠି ?”

କଥା ଶୁଣି ଅର୍ଦ୍ଧାଧିକ ବିବାହିତ ଯୁବକ ଘରମୁହାଁ ହେଲେ। କିଏ ବାଇକ୍‌ ଷ୍ଟାର୍ଟ କଲା ତ ଆଉ କିଏ ସ୍କୁଟି।

ସେମାନଙ୍କ ହାବଭାବ ଦେଖି ସିଙ୍ଗଡ଼ା ବଣ୍ଟାଳୀ ଯୁବକ ହସିଲେ।

କହିଲେ- ‘ସବୁଦିନ ପତ୍ନୀଙ୍କୁ ଅଣଦେଖା କରି ଦୀର୍ଘ ସମୟ ଖଟିରେ ବିତାଉଥିବା ମୋ ଭାଇମାନେ ଏଣିକି ପତ୍ନୀଙ୍କୁ ଆପ୍ୟାୟିତ କରିବାକୁ ଟିକେ ଅଧିକ ସମୟ ଦେବେ ବୋଲି ଆଶା। ପ୍ରେମରେ ନ ହେଉ ପଛେ ପରକୀୟା ଡରରେ ଅନ୍ତତଃ ସେମାନେ ସୁଧୁରି ଯିବେ ତ !

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe