ରାଜା ଏବଂ ତାଙ୍କର ଜଣେ ଦେହରକ୍ଷୀ ଏକ ଜଙ୍ଗଲ ଦେଇ ଯାଉଥିଲେ। ହଠାତ୍ ଗୋଟାଏ ବାଘ ଆସି ଦୁହିଁଙ୍କ ଆଗରେ ଠିଆ ହୋଇଗଲା। ଦେହରକ୍ଷୀ ତତ୍କ୍ଷଣାତ୍ ଗୋଟାଏ ଗଛ ଉପରେ ଚଢ଼ିଗଲା।
ରାଜା କୌଣସି ମତେ ନିଜ ଖଣ୍ଡା ସାହାଯ୍ୟରେ ଆତ୍ମରକ୍ଷା କରିବା ସଙ୍ଗେ ସଙ୍ଗେ ବାଘକୁ ମାରିଦେଲେ। ଏହାପରେ ଦେହରକ୍ଷୀ ଆଡ଼େ ଅନାଇ କହିଲେ, ଆ ତଳକୁ। ତୋତେ ବି ଏ ବାଘ ସହ ଆରପାରିକୁ ପଠାଇ ଦିଏ।
ଦେହରକ୍ଷୀ କହିଲା, ମଣିମା! ମୁଁ ଦେଖୁଥିଲି, ବାଘ ସହ ସିଂହର ଲଢ଼େଇ। ଏହି ଲଢ଼େଇରେ ଠେକୁଆଟିଏ ଖାଲି ଦର୍ଶକ ହେବା ଛଡ଼ା ଆଉ କ’ଣ କରିଥା’ନ୍ତା?
ରାଜାଙ୍କ ଛାତି ଆଉ ଟିକେ ଚଉଡ଼ା ହୋଇଗଲା ଓ ସେ ଖଣ୍ଡାକୁ ତଳକୁ କରିଥିଲେ।