Advertisment

ଗାଳି ଦେଇ ଦେଇ ବସ୍‌ଙ୍କ ଚ୍ୟାମ୍ବରରୁ ବାହାରିଲେ ଲେଡି ସେକ୍ରେଟାରୀ...

ମହିଳା ଭିତରେ ପୁରୁଷ କାହିଁକି? ଏକ କଲେଜରେ କ୍ଲାସ‌୍‍ ଚାଲିଥିଲା। ଇଂରାଜୀ ପିରିୟଡ ଥିଲା ଓ ଇଂରାଜୀ ଅଧ୍ୟାପକ ରାମୁକୁ ଏକ ପ୍ରଶ୍ନ ପଚାରିଲେ। ଅଧ୍ୟାପକ: ରାମ ତମ ପାଇଁ ଏକ ବଢିଆ ପ୍ରଶ୍ନ। ରାମୁ: ସାର‌୍‍ ପଚାରନ୍ତୁ। ଅଧ୍ୟାପକ: Femaleର ଶବ୍ଦରେ Maleର ରହିଛି। She ଶବ୍ଦରେ he ରହିଛି। Woman ଶବ୍ଦରେ man ରହିଛି। ଏମିତି କାହିଁକି କହିପାରିବ ? ରାମୁ: ସାର‌୍‍ ଉତ୍ତରଟି ଅତି ସରଳ। ଏହା ପୁରୁଷ ମାନଙ୍କର ପୁରୁଣା ବଦଭ୍ୟାସ, […]

ଅଦ୍ୟତନ ହୋଇଛି
ଗାଳି ଦେଇ ଦେଇ ବସ୍‌ଙ୍କ ଚ୍ୟାମ୍ବରରୁ ବାହାରିଲେ ଲେଡି ସେକ୍ରେଟାରୀ...

1

Advertisment

ମହିଳା ଭିତରେ ପୁରୁଷ କାହିଁକି?
ଏକ କଲେଜରେ କ୍ଲାସ‌୍‍ ଚାଲିଥିଲା। ଇଂରାଜୀ ପିରିୟଡ ଥିଲା ଓ ଇଂରାଜୀ ଅଧ୍ୟାପକ ରାମୁକୁ ଏକ ପ୍ରଶ୍ନ ପଚାରିଲେ।
ଅଧ୍ୟାପକ: ରାମ ତମ ପାଇଁ ଏକ ବଢିଆ ପ୍ରଶ୍ନ।
ରାମୁ: ସାର‌୍‍ ପଚାରନ୍ତୁ।
ଅଧ୍ୟାପକ: Femaleର ଶବ୍ଦରେ Maleର ରହିଛି। She ଶବ୍ଦରେ he ରହିଛି। Woman ଶବ୍ଦରେ man ରହିଛି। ଏମିତି କାହିଁକି କହିପାରିବ ?
ରାମୁ: ସାର‌୍‍ ଉତ୍ତରଟି ଅତି ସରଳ। ଏହା ପୁରୁଷ ମାନଙ୍କର ପୁରୁଣା ବଦଭ୍ୟାସ, ସବୁବେଳେ ଯେଉଁଠି ମହିଳା ଥିବେ, ସେ ଭିତରେ ପଶିଯିବା...
ଅଧ୍ୟାପକ: କେମିତି ? ଏହାର କିଛି ଉଦାହରଣ ଦେଇପାରିବ ?
ରାମୁ: ଉଦାହରଣ ସ୍ୱରୂପ, ବସ‌୍‍ରେ ମହିଳା ସିଟ‌୍‍ରେ ପୁରୁଷ ବସିବା। ଟ୍ରେନ‌୍‍ର ମହିଳା ଡବାରେ ପୁରୁଷମାନେ ଚଢିଯିବା ଏବଂ ମହିଳା ସରପଞ୍ଚଙ୍କ ଜାଗାରେ ତାଙ୍କ ସ୍ୱାମୀ ସବୁକିଛି କାମ କରିବା।
ରାମୁ ଆହୁରି ଉଦାହରଣ ଦେଉଥିଲା। କିନ୍ତୁ ଏତିକି ଶୁଣିବା ପରେ ଅଧ୍ୟାପକ ଅଚେତ।

Advertisment

ମହିଳା ସେକ୍ରେଟାରୀ ଓ ମି-ଠୁ
ରାଗିକି ବସ‌୍‍‌ଙ୍କ ଚ୍ୟାମ୍ୱରରୁ ବାହାରିଲେ ସେକ୍ରେଟାରୀ
ସୁନ୍ଦରୀ ସେକ୍ରେଟାରୀ ଲିପିକା, ଗାଳି ଦେଇଦେଇ ବସ‌୍‍ଙ୍କ ଚ୍ୟାମ୍ୱରରୁ ବାହାରିଲେ। ଏହା ଦେଖି ସହକର୍ମୀମାନେ ବ୍ୟସ୍ତ ହୋଇପଡିଲେ।
ଜଣେ ପଚାରିଲେ- ଲିପିକା କ’ଣ ହେଲା ?
ଉତ୍ତରରେ ଲିପିକା ମ୍ୟାଡାମ କହିଲେ- କେଡେ ବେକାରିଆ ଲୋକଟା କେଜାଣି ! ମତେ ପଚାରିଲା, ସଂଧ୍ୟାରେ ଫ୍ରି ଅଛକି ଲିପିକା ? ମୁଁ ହଁ ବୋଲି କହିଲାରୁ, ମତେ ୫୦ ପୃଷ୍ଠାର ଡକୁମେଣ୍ଟ ଟାଇପ‌୍‍ କରିବାକୁ ଦେଇଦେଲା।
ଏହା ଶୁଣି ସହକର୍ମୀ ପଚାରିଲେ- ତାହେଲେ ଏବେ ତମେ କ’ଣ କରିବାକୁ ନିଷ୍ପତ୍ତି ନେଇଛ ?
ଉତ୍ତରରେ ଲିପିକା କହିଲେ- ମି-ଠୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe