ନେତା
ଆଗକୁ ନିର୍ବାଚନ ଆସୁଛି। ତେଣୁ ବହୁବର୍ଷ ପରେ ଏମ୍ଏଲ୍ଏ ମହାଶୟ ଏରିଆ ବୁଲୁଥିଲେ।
ଏତିକି ବେଳେ ଗୋଟେ ଗାଈଆଳ ଝିଅ ପାଖରେ ଗାଡି ଅଟକାଇ ନେତାବାବୁ ତା ଦୁଃଖସୁଖ ପଚାରିଲେ।
କଥାବାର୍ତ୍ତା ଶୁଣି ଘର ଭିତରୁ ଝିଅର ବାପା ପାଟିକଲା- ‘କାହା ସାଙ୍ଗରେ କଥା ହେଉଛୁକି ଲୋ ଟୁନି... ଭିତରକୁ ଆସେ...’
ଏପଟୁ ନେତାଙ୍କର ଜଣେ ଚାମୁଣ୍ଡା ବଡ଼ ପାଟିରେ ଉତ୍ତର ଦେଲେ- ‘ଆଜ୍ଞା ଆପଣଙ୍କ ଦୁଆରକୁ ନିଜେ ଏମ୍ଏଲ୍ଏ ଆସିଛନ୍ତି।
ଉତ୍ତର ଶୁଣିବା ପରେ ଘର ଭିତରୁ ଆହୁରି ଜୋର୍ରେ ପାଟି ଶୁଭିଲା- ‘ତାହେଲେ ଝିଅ, ବାହାରେ ବନ୍ଧା ଯାଇଥିବା ଛେଳିଗୁଡ଼ାକୁ ମଧ୍ୟ ଘର ଭିତରକୁ ନେଇ ଆସେ..