/odisha-reporter/media/post_attachments/uploads/2018/10/7-22.jpg)
7
ସ୍ୱାମୀ-ସ୍ତ୍ରୀ କଳି
ସ୍ୱାମୀ: ଦିନରାତି ଖାଲି ଶୋଉଛ, କେତେବେଳେ ଟିକେ ଘରର କାମ ହେଲେ କର।
ସ୍ତ୍ରୀ: ତମକୁ ମୋ ଶୋଇବାଟା ଖାଲି ଦିଶୁଛି। ଘରର କାମ କିଏ କରୁଛି, ମୁଁ ନା ତମେ?
ସ୍ୱାମୀ: ଉଠ ଉଠ ମୋ ପାଇଁ ଟିକେ ଚା କରିକି ଆଣ। ମୋ ମୁଣ୍ଡ ବିନ୍ଧୁଛି।
ସ୍ତ୍ରୀ: ମୁଁ ଉଠି ପାରିବିନି, ନିଜେ କରିକି ପିଇ ଦିଅ।
ସ୍ୱାମୀ: ମୁଁ କରି ପାରିବିନି। ମୋ ମୁଣ୍ଡ ବିନ୍ଧୁଛି।
ସ୍ତ୍ରୀ: ମୁଁ ବି ଯାଇ ପାରିବିନି, ମୋ ତଣ୍ଟି ବିନ୍ଧୁଛି।
ସ୍ୱାମୀ (ରାଗିଯାଇ): ତେବେ ମୋ ପାଖକୁ ଆସ।
ସ୍ତ୍ରୀ: କାହିଁକି?
ସ୍ୱାମୀ: ତମେ ମୋ ମୁଣ୍ଡ ଚିପି ଦଲ, ମୁଁ ତମ ତଣ୍ଟି ଚିପିଦେବି।
ଶୁଭ-ଅଶୁଭ
ସ୍ୱାମୀ କୌଣସି କାମରେ ଘରୁ ବାହାରିଲେ। ପତ୍ନୀ ଠାକୁର ପୂଜା କରୁଥିଲେ।
କହିଲେ- ଘରୁ ବାହାରିଲା ବେଳେ ଟିକେ ଠାକୁରଙ୍କୁ ଜୁହାର ହେଇ ଯାଅ। ସବୁକିଛି ଶୁଭଫଳ ମିଳିବ।
ଏହା ଶୁଣି ସ୍ୱାମୀ କହିଲେ- ମୁଁ ସେ ସବୁରେ ବିଶ୍ୱାସ କରେନି।
ପତ୍ନୀ କହିଲେ- କାହିଁକି?
ସ୍ୱାମୀ କହିଲେ- ବାହା ହେବାକୁ ଯିବା ଦିନ ବି ସେମିତି ଠାକୁରଙ୍କୁ ଜୁହାର ହେଇ ଯାଇଥିଲି।
କାମବାଲୀ
ଟୁନା ତା ବାଥ୍ରୁମ୍ ଭିତରେ ପଶି ଡ୍ରେସ୍ ସଫା କରୁଥିଲା। ଏହି ସମୟରେ ତା ସାଙ୍ଗ ବୁନା ଘରକୁ ପଶି ଆସି ତାକୁ ଡାକିଲା ଓ ଦେଖିଲା ଟୁନା ବାଥ୍ରୁମ୍ ଭିତରେ ଡ୍ରେସ୍ ସଫାରେ ମାତିଛି।
ତ ବୁନା କହିଲା- ଆରେ ଟୁନା, ତୁ ପରା ଘର କାମ କରିବାକୁ ଜଣେ କାମବାଲୀ ଝିଅ ରଖିଥିଲୁ।
ଟୁନା କହିଲା- ହଁ ରଖିଥିଲି ଯେ...
ବୁନା କହିଲା- ପୁଣି ଯେ କ’ଣ?
ତ ଟୁନା କହିଲା- ତାକୁ ମୁଁ ଗତ ସପ୍ତାହରେ ବାହା ହେଇ ପଡ଼ିଲି...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
