ଟିକେ ଚା’ କରିବାକୁ କହିବା ପରେ ଏମିତି କହିଲେ ସ୍ତ୍ରୀ

ସ୍ୱାମୀ-ସ୍ତ୍ରୀ କଳି ସ୍ୱାମୀ: ଦିନରାତି ଖାଲି ଶୋଉଛ, କେତେବେଳେ ଟିକେ ଘରର କାମ ହେଲେ କର। ସ୍ତ୍ରୀ: ତମକୁ ମୋ ଶୋଇବାଟା ଖାଲି ଦିଶୁଛି। ଘରର କାମ କିଏ କରୁଛି, ମୁଁ ନା ତମେ? ସ୍ୱାମୀ: ଉଠ ଉଠ ମୋ ପାଇଁ ଟିକେ ଚା କରିକି ଆଣ। ମୋ ମୁଣ୍ଡ ବିନ୍ଧୁଛି। ସ୍ତ୍ରୀ: ମୁଁ ଉଠି ପାରିବିନି, ନିଜେ କରିକି ପିଇ ଦିଅ। ସ୍ୱାମୀ: ମୁଁ କରି ପାରିବିନି। ମୋ ମୁଣ୍ଡ ବିନ୍ଧୁଛି। ସ୍ତ୍ରୀ: ମୁଁ ବି […]

7

Amaresh Biswal
  • Published: Wednesday, 24 October 2018
  • , Updated: 24 October 2018, 07:47 PM IST

ସ୍ୱାମୀ-ସ୍ତ୍ରୀ କଳି

ସ୍ୱାମୀ: ଦିନରାତି ଖାଲି ଶୋଉଛ, କେତେବେଳେ ଟିକେ ଘରର କାମ ହେଲେ କର।

ସ୍ତ୍ରୀ: ତମକୁ ମୋ ଶୋଇବାଟା ଖାଲି ଦିଶୁଛି। ଘରର କାମ କିଏ କରୁଛି, ମୁଁ ନା ତମେ?
ସ୍ୱାମୀ: ଉଠ ଉଠ ମୋ ପାଇଁ ଟିକେ ଚା କରିକି ଆଣ। ମୋ ମୁଣ୍ଡ ବିନ୍ଧୁଛି।
ସ୍ତ୍ରୀ: ମୁଁ ଉଠି ପାରିବିନି, ନିଜେ କରିକି ପିଇ ଦିଅ।
ସ୍ୱାମୀ: ମୁଁ କରି ପାରିବିନି। ମୋ ମୁଣ୍ଡ ବିନ୍ଧୁଛି।
ସ୍ତ୍ରୀ: ମୁଁ ବି ଯାଇ ପାରିବିନି, ମୋ ତଣ୍ଟି ବିନ୍ଧୁଛି।
ସ୍ୱାମୀ (ରାଗିଯାଇ): ତେବେ ମୋ ପାଖକୁ ଆସ।
ସ୍ତ୍ରୀ: କାହିଁକି?
ସ୍ୱାମୀ: ତମେ ମୋ ମୁଣ୍ଡ ଚିପି ଦଲ, ମୁଁ ତମ ତଣ୍ଟି ଚିପିଦେବି।

ଶୁଭ-ଅଶୁଭ

ସ୍ୱାମୀ କୌଣସି କାମରେ ଘରୁ ବାହାରିଲେ। ପତ୍ନୀ ଠାକୁର ପୂଜା କରୁଥିଲେ।
କହିଲେ- ଘରୁ ବାହାରିଲା ବେଳେ ଟିକେ ଠାକୁରଙ୍କୁ ଜୁହାର ହେଇ ଯାଅ। ସବୁକିଛି ଶୁଭଫଳ ମିଳିବ।
ଏହା ଶୁଣି ସ୍ୱାମୀ କହିଲେ- ମୁଁ ସେ ସବୁରେ ବିଶ୍ୱାସ କରେନି।
ପତ୍ନୀ କହିଲେ- କାହିଁକି?
ସ୍ୱାମୀ କହିଲେ- ବାହା ହେବାକୁ ଯିବା ଦିନ ବି ସେମିତି ଠାକୁରଙ୍କୁ ଜୁହାର ହେଇ ଯାଇଥିଲି।

କାମବାଲୀ

ଟୁନା ତା ବାଥ୍‌ରୁମ୍‌ ଭିତରେ ପଶି ଡ୍ରେସ୍ ସଫା କରୁଥିଲା। ଏହି ସମୟରେ ତା ସାଙ୍ଗ ବୁନା ଘରକୁ ପଶି ଆସି ତାକୁ ଡାକିଲା ଓ ଦେଖିଲା ଟୁନା ବାଥ୍‌ରୁମ୍ ଭିତରେ ଡ୍ରେସ୍ ସଫାରେ ମାତିଛି।
ତ ବୁନା କହିଲା- ଆରେ ଟୁନା, ତୁ ପରା ଘର କାମ କରିବାକୁ ଜଣେ କାମବାଲୀ ଝିଅ ରଖିଥିଲୁ।
ଟୁନା କହିଲା- ହଁ ରଖିଥିଲି ଯେ...
ବୁନା କହିଲା- ପୁଣି ଯେ କ’ଣ?
ତ ଟୁନା କହିଲା- ତାକୁ ମୁଁ ଗତ ସପ୍ତାହରେ ବାହା ହେଇ ପଡ଼ିଲି...

Related story