ଥରେ ଲଙ୍ଗ୍ ଡ୍ରାଇଭ୍‌ରେ ଯାଉଥିଲେ ପ୍ରେମିକ ପ୍ରେମିକା...

ଲଙ୍ଗ‌୍‍ ଡ୍ରାଇଭ‌୍‍ ପ୍ରେମିକ ପ୍ରେମିକା କାର୍‌ରେ ଯାଉଥିଲେ। ପ୍ରେମିକା: ଆମେ ଏବେ କୁଆଡ଼େ ଯାଉଛନ୍ତି? ପ୍ରେମିକ: ଲଙ୍ଗ‌୍‍ ଡ୍ରାଇଭ‌୍‍। ପ୍ରେମିକା: ୱାଓ ! ଏ କଥା ତ ମତେ ଆଗରୁ କହି ନଥିଲ ? ପ୍ରେମିକ: ମୁଁ ବି ଆଗରୁ ଜାଣି ନଥିଲି। ଏବେ ଜାଣିଲି। ପ୍ରେମିକା: କେମିତି ? ପ୍ରେମିକ: ଏବେ ଜାଣିଲି ଯେ, କାର‌୍‍ର ବ୍ରେକ‌୍‍ ଫେଲ‌୍‍ ହୋଇଯାଇଛି… ମିଛୁଆ ପ୍ରେମିକ ଲୀନା ଓ ମୀନା ଗୋଟିଏ ରୁମ୍‌ରେ ରହନ୍ତି। ଆଜି ମୀନା ରୁମ୍‌ରେ […]

1

Amaresh Biswal
  • Published: Monday, 29 October 2018
  • , Updated: 29 October 2018, 06:29 PM IST

ଲଙ୍ଗ‌୍‍ ଡ୍ରାଇଭ‌୍‍

ପ୍ରେମିକ ପ୍ରେମିକା କାର୍‌ରେ ଯାଉଥିଲେ।

ପ୍ରେମିକା: ଆମେ ଏବେ କୁଆଡ଼େ ଯାଉଛନ୍ତି?

ପ୍ରେମିକ: ଲଙ୍ଗ‌୍‍ ଡ୍ରାଇଭ‌୍‍।

ପ୍ରେମିକା: ୱାଓ ! ଏ କଥା ତ ମତେ ଆଗରୁ କହି ନଥିଲ ?

ପ୍ରେମିକ: ମୁଁ ବି ଆଗରୁ ଜାଣି ନଥିଲି। ଏବେ ଜାଣିଲି।

ପ୍ରେମିକା: କେମିତି ?

ପ୍ରେମିକ: ଏବେ ଜାଣିଲି ଯେ, କାର‌୍‍ର ବ୍ରେକ‌୍‍ ଫେଲ‌୍‍ ହୋଇଯାଇଛି...

ମିଛୁଆ ପ୍ରେମିକ

ଲୀନା ଓ ମୀନା ଗୋଟିଏ ରୁମ୍‌ରେ ରହନ୍ତି। ଆଜି ମୀନା ରୁମ୍‌ରେ ଥିଲାବେଳେ ସେପଟୁ ଲୀନା ରାଗିକି ତମତମ ହେଇ ବାହାରୁ ଫେରିଲା।

ଲୀନା: ଆଜିଠୁ ମୁଁ ଜୀବନରେ ଆଉ କୌଣସି ପୁଅକୁ କେବେ ବିଶ୍ୱାସ କରିବିନି। ସବୁ ମିଛୁଆ ଓ ଧୋକାବାଜ‌୍‍।

ମୀନା: ଆରେଃ କ’ଣ ହେଲା ? ବୟଫ୍ରେଣ୍ଡ କିଛି କହିଲା କି ?

ଲୀନା: ଦୟାକରି ସେ ମିଛୁଆ ଓ ଧୋକାବାଜ‌୍‍ର ନାଁ ମୋ ଆଗରେ ଧରନି। ଆଜିଠୁ ତ ମୁଁ ତା ମୁହଁ ବି ଚାହିଁବିନି।

ମୀନା: ଆରେଃ କ’ଣ ହେଲା ଖୋଲିକି କହୁନୁ। ତାକୁ ଆଉକୋଉ ଝିଅ ସହ ଦେଖିଦେଲୁ କି ?

ଲୀନା: ଆରେଃ ନା, କାଲି ସେ ମତେ କହିଥିଲା ଯେ ଆଜିଠୁ ସେ ବମ୍ୱେ ଯାଉଛି। ଦେଖିଲା ବେଳକୁ ଯାଇନି। ଭୁବନେଶ୍ୱରରେ ଅଛି।

ମୀନା: ତ ଏଥିରେ ଏତେ ରାଗିବାର କ’ଣ ଅଛି ?

ଲୀନା: ଆଜି ସେ ମତେ ମୋ ଫାଷ୍ଟ ବୟଫ୍ରେଣ୍ଡ ସହ ପାର୍କରେ ଦେଖିଦେଲା...

Related story