ଶାଶୂଙ୍କ ନାଁ ଯଦି ‘ଅଳେଇଚ’ ହେଇଥିବ, ତେବେ ତାଙ୍କୁ କେଉଁ ନାଁରେ ଡାକିବ ବୋହୂ?

ଅଳେଇଚ ଘରେ ଅଳେଇଚ ସରି ଯାଇଥିଲା। ତେଣୁ ବଜାର ଯାଇଥିବା ଶ୍ୱଶୁରଙ୍କୁ ଘରର ନବବଧୂ ଫୋନ‌୍‍ କଲେ ଅଳେଇଚ କିଛି କିଣି ଆଣିବାକୁ। ବୋହୂ: ବାପା, ଘରେ ଅଳେଇଚ ସରିଯାଇଛି। ଆପଣ ଆସିଲା ବେଳେ ସେଥିରୁ କିଛି କିଣି ଆଣିବେ। ଶ୍ୱଶୁର: ହଉ ନେଇଯିବି ଯେ, କିନ୍ତୁ ଗୋଟେ କଥା ଜାଣିଥା। ତୋ ଶାଶୂଙ୍କ ନାଁ ହେଲା ଅଳେଇଚ। ଆମ ଘରେ ବୋହୂମାନେ ଶାଶୂ ଶ୍ୱଶୁରଙ୍କ ନାଁ ଧରନ୍ତିନି। ସେମିତି କେବେ କହିବୁନି। ବୋହୂ: ସରି ବାପା […]

1

Amaresh Biswal
  • Published: Tuesday, 30 October 2018
  • , Updated: 30 October 2018, 06:52 PM IST

ଅଳେଇଚ

ଘରେ ଅଳେଇଚ ସରି ଯାଇଥିଲା। ତେଣୁ ବଜାର ଯାଇଥିବା ଶ୍ୱଶୁରଙ୍କୁ ଘରର ନବବଧୂ ଫୋନ‌୍‍ କଲେ ଅଳେଇଚ କିଛି କିଣି ଆଣିବାକୁ।

ବୋହୂ: ବାପା, ଘରେ ଅଳେଇଚ ସରିଯାଇଛି। ଆପଣ ଆସିଲା ବେଳେ ସେଥିରୁ କିଛି କିଣି ଆଣିବେ।

ଶ୍ୱଶୁର: ହଉ ନେଇଯିବି ଯେ, କିନ୍ତୁ ଗୋଟେ କଥା ଜାଣିଥା। ତୋ ଶାଶୂଙ୍କ ନାଁ ହେଲା ଅଳେଇଚ। ଆମ ଘରେ ବୋହୂମାନେ ଶାଶୂ ଶ୍ୱଶୁରଙ୍କ ନାଁ ଧରନ୍ତିନି। ସେମିତି କେବେ କହିବୁନି।

ବୋହୂ: ସରି ବାପା ! ମୁଁ ଜାଣି ନଥିଲି। ଆଗକୁ ଆଉ ସେ ଭୁଲ‌୍‍ କରିବିନି।

ସପ୍ତାହେ ପରେ ଘରେ ପୁଣି ଅଳେଇଚ ସରି ଯାଇଥିଲା। ତ ଏଥର ବୋହୂ ଶ୍ୱଶୁରଙ୍କୁ ଫୋନ‌୍‍ କରି କହିଲେ- ବାପା ! ବୋଉ ଆଉ ନାହାଁନ୍ତି। ଶେଷ ହେଇଗଲେ। ଆସିଲାବେଳେ ମନେ କରିକି ଅଢେଇଶ ଖଣ୍ଡେ ବୋଉ ନେଇଆସିବେ।

ବୋହୂ କଥା ଶୁଣି ଶ୍ୱଶୁର ଚେତାଶୂନ୍ୟ।

ତକିଆ
ଆଶିଷ ତା ସାଙ୍ଗ ପ୍ରକାଶକୁ ବ୍ୟସ୍ତ ହୋଇ ପଚାରିଲା- ଆରେ ଭାଇ ସିନେମାରେ ବ୍ୟବହାର ହେଉଥିବା ତକିଆ କୋଉଠି ମିଳେ ତୁ ଜାଣିଛୁ କି, ଯେଉଁଥିରେ ହିରୋ ହିରୋଇନ‌୍‍ ପ୍ରେମରେ ବାଡାବାଡି ହେଇ ତୁଳା ବାହାର କରି ଘରସାରା ଉଡ଼ାନ୍ତି ?

ପ୍ରକାଶ ପଚାରିଲା- କାହିଁକି ? ତୋର ହଠାତ‌୍‍ ଫିଲ୍ମ-ବାଲା ତକିଆର କ’ଣ ଆବଶ୍ୟକତା ପଡ଼ିଲା ?

ଆଶିଷ କହିଲା- ଭାଇ କ’ଣ ଆଉ କହିବି, ମୋ ମାଆ ମୋ ଉପରେ ଯେତେବେଳେ ରାଗିବ ମତେ ଖାଲି ତକିଆ ଫିଙ୍ଗିବ। ଭାଗ୍ୟ ଭଲ ଯେ ସେ ତକିଆ ମୋ ଦେହରେ କେବେ ବାଜେନି।

ପ୍ରକାଶ ହସିକି କହିଲା- କି କଥା ତୁ କହୁଛୁ ମ। ତକିଆଟା ବାଜିଲେ କ’ଣ ତୋ ଦେହ ଖଣ୍ଡିଆ ହେଇଯିବ ନା କ’ଣ ?

ଆଶିଷ ଚିନ୍ତିତ ହେଇକି କହିଲା- ସେଇଥି ପାଇଁ ତ କହୁଛି। ଆମ ଘର ତକିଆ ସଂପର୍କରେ ତୋର କିଛି ଜ୍ଞାନ ନାହିଁ ବୋଲି ତୁ ଏମିତି କହୁଛୁ। ଆଜି ତକିଆଟା ମୋ ଦେହରେ ବାଜିଲା ଯେ, ମୁଁ କିଛି ସମୟ କୋମାକୁ ଚାଲିଗଲି।

ଏ କଥା ଶୁଣି ପ୍ରକାଶ ଅଚେତ।

ଦୁଇ ପ୍ରକାର ଝିଅ

ହେମନ୍ତ ଦିନେ ପ୍ରେମାନନ୍ଦକୁ ପଚାରିଲା, ତତେ କେମିତିକା ଝିଅ ଭଲ ଲାଗନ୍ତି ନାହିଁ ?

ପ୍ରେମାନନ୍ଦ କିଛି ସମୟ ଭାବିଲା ଓ କହିଲା- ମତେ ଦୁଇପ୍ରକାର ଝିଅ ଆଦୌ ପସନ୍ଦ ନୁହଁନ୍ତି।

୧. ଯେଉଁ ଝିଅମାନେ ମୋ ସହିତ କଥା ହୁଅନ୍ତି ନାହିଁ।

୨. ଏବଂ ଯେଉଁ ଝିଅମାନେ ଅନ୍ୟ ପୁଅଙ୍କ ସହ କଥା ହୁଅନ୍ତି।

Related story